ସମ୍ବଲପୁର ,୨୦ା୩(ଏସଏସନିଉଜ) ଦୀର୍ଘଦିନର ବ୍ୟବଧାନ ପରେ ଗତକାଲି ବୁର୍ଲାର ଭିମସାର(ବୀର ସୁରେନ୍ଦ୍ର ସାଏ ଇନଷ୍ଟିଚ୍ୟୁଟ୍ ଅଫ୍ ମେଡିକାଲସାଇନ୍ସେସ ଆଣ୍ଡରିସର୍ଚ୍ଚ)ରେ ଜଣେ କୋଭିଡଆକ୍ରାନ୍ତ ଗୁରୁତର ଅବସ୍ଥାରେ ଭର୍ତ୍ତି ହୋଇଛନ୍ତି ।ଉକ୍ତ ବ୍ୟକ୍ତିଙ୍କ ଘର ବଲାଙ୍ଗୀର ଜିଲ୍ଲାରେ ବୋଲି ଜଣାପଡିଛି ।ତାଙ୍କୁ ପ୍ରଥମେ ପ୍ରଥମେ ବଲାଙ୍ଗୀର ଜିଲ୍ଲା ମୁଖ୍ୟ ଚିକିତ୍ସାଳୟ ଓ ପରେ ଭିମସାରକୁ ସ୍ଥାନାନ୍ତର କରାଯାଇଛି ।ତେବେ ଭିସୁଟର ଜଣେ ଛାତ୍ରୀ ବି କୋଭିଡ ଆକ୍ରାନ୍ତ ହୋଇ ଆଇସୋଲେସନରେ ଥିବାର ଜଣାପଡିଛି ।
