୨୦୨୩ମସିହା ଅପ୍ରେଲମାସ ୨୩ତାରିଖରବିବାର।ଶ୍ରୀମନ୍ଦିରରେ ଓ ସର୍ବତ୍ର ଅକ୍ଷୟ ତୃତୀୟା, ଚନ୍ଦନ ଯାତ୍ରାରମ୍ଭ, ଅକ୍ଷିମୁଠୀ, ରଥ ଅନୁକୂଳ, ଜୟଦେବ ଜୟନ୍ତୀ, ରେବତୀ ବିବାହୋତ୍ସବ, କଟକ ଆଠଗଡ଼ସ୍ଥିତ ବଳରାମପୁର ଗ୍ରାମରେ ସର୍ପେଶ୍ଵର ମହାଦେବଙ୍କ ୩ ଦିନ ବ୍ୟାପୀ ବିଶ୍ଵଶାନ୍ତି ମହାଯଜ୍ଞ ଆରମ୍ଭ।।ବି.ଦ୍ର- ଅଦ୍ୟ ଉଦୟ କାଳରୁ ତୃତୀୟା ତିଥି ରୋହିଣୀ ନକ୍ଷତ୍ର ଯୁକ୍ତ ହୋଇ ରହିଥିବାରୁ ଏହି ଯୋଗରେ ସୂର୍ଯ୍ୟୋଦୟରୁ ତୀର୍ଥସ୍ଥଳ ତଥା ପୁଣ୍ୟତୋୟା ନଦ-ନଦୀରେ ସ୍ନାନପୂର୍ବକ ଯଥା ଶକ୍ତି ଦାନ କଲେ ଅକ୍ଷୟ ଫଳ ପ୍ରାପ୍ତି ହୋଇଥାଏ। ସୁର୍ଯ୍ୟୋଦୟ- ପ୍ରାତଃ ଘ୫/୨୭/୦ ,ସୂର୍ଯ୍ୟାସ୍ତ- ଘ୬/୩/୧୦ ।ବୈଶାଖମାସ ,ଶୁକ୍ଳପକ୍ଷ ,ଆଦିତ୍ୟ ବାସ ,ତିଥି- ତୃତୀୟା ଦିବା ଘ୭/୩୬ମି ପର୍ୟ୍ୟନ୍ତ ତଦନ୍ତେ ଚତୁର୍ଥୀ।ଯୋଗିନୀ ସ୍ଥିତି ଓ ଦୂରଯାତ୍ରା- ଯୋଗିନୀ ଆଗ୍ନେୟ କୋଣରେ, ଦିବା ଘ୭/୩୬ମି ପରେ ନୈର୍ଋତ କୋଣରେ। ରିକ୍ତାତିଥି, ପାପମଧ୍ୟ ଚନ୍ଦ୍ର, ବିଷ୍ଟି କରଣ ଦୋଷ ହେତୁ ଯାତ୍ରା ନିଷେଧ।ଚନ୍ଦ୍ରଶୁଦ୍ଧି–ମେଷ, ବୃଷ, କର୍କଟ, ସିଂହ, କନ୍ୟା, ଧନୁ, ମକର ଓ ମୀନ ଏହି ରାଶି ମାନଙ୍କର ଚନ୍ଦ୍ରଶୁଦ୍ଧି।ବିଛାରାଶିର ଘାତଚନ୍ଦ୍ର।ମେଷରାଶିରଘାତବାର।ଚତୁର୍ଥୀର ଏକୋଦ୍ଦିଷ୍ଟ ଓ ପାର୍ବଣଶ୍ରାଦ୍ଧ।ନିଷିଦ୍ଧଖାଦ୍ୟ- ପଟୋଳ ଦିବା ଘ୭/୩୬ମି ପରେ ମୂଳା ଭକ୍ଷଣ ନିଷେଧ।ଅଶୁଭ ବେଳା-ବାର ଓ କାଳବେଳା ଦିବା ଘ୧୦/୫ମି ରୁ ଘ୧/୨୨ମିପର୍ଯ୍ୟନ୍ତ ।କାଳରାତ୍ରି ରାତ୍ରି ଘ୧/୬ମି ରୁ ଘ୨/୨୭ମିପର୍ଯ୍ୟନ୍ତ ।ଶୁଭବେଳା–ଅମୃତ ଦିବା ଘ୬/୧୨ମି ରୁ ଘ୯/୨୪ମି ମଧ୍ୟେ, ରାତ୍ରି ଘ୭/୪୧ମି ରୁ ଘ୯/୧୭ମି ପର୍ଯ୍ୟନ୍ତ।ମାହେନ୍ଦ୍ରବେଳା:- ପ୍ରାତଃ ରୁ ଦିବା ଘ୬/୧୨ମି ମଧ୍ୟେ, ଘ୧୨/୩୬ମି ରୁ ଘ୧/୨୪ମି ମଧ୍ୟେ, ରାତ୍ରି ଘ୬/୫୩ମି ରୁ ଘ୭/୪୧ମି ମଧ୍ୟେ, ଘ୧୨/୨୯ମି ରୁ ଘ୩/୪୧ମିପର୍ଯ୍ୟନ୍ତ ।
ମେଷ-ଲାଗିଥିବା ବିବାଦର ଆପଣ କାରଣ ହୋଇପାରନ୍ତି। ଧନପ୍ରାପ୍ତିର ସୂଚନାମିଳୁଛି। ବିଳମ୍ବ ହେଉପଛେ; କାର୍ଯ୍ୟ ହାସଲକରିବାରେ ସକ୍ଷମ ହେବେ। ଘରେ ଶାନ୍ତିର ବାତାବରଣ ସୃଷ୍ଟିହେବ। ମନ ପ୍ରସନ୍ନ ରହିବ।
ବୃଷ-ଆଶା ଫଳବତୀ ହେବ। କାର୍ଯ୍ୟ ର ସଫଳ ରୂପାୟନ କରିବାରେ ସିଦ୍ଧହସ୍ତ ହେବେ। ପାରିବାରିକ ସୁଖ ମିଳିବ। କର୍ମକ୍ଷେତ୍ର ଉଜ୍ଜ୍ୱଳମୟ ହେବ। ଦୃଢ଼ ସଂକଳ୍ପ ନେଇ କାର୍ଯ୍ୟ କରିବେ। ବ୍ୟବସାୟ ଲାଭଜନକ ହେବ।
ମିଥୁନ-ଉନ୍ନତି ପଥରେ ଆଗେଇ ଯାଇପାରନ୍ତି। ଘାତଚନ୍ଦ୍ର ଭୋଗ ହେଉଥିବାରୁ ସତର୍କରେ ଚଳିବାକୁ ପଡ଼ିବ। ଲୋକପ୍ରିୟତା ଅର୍ଜନ କରିବେ। ସନ୍ମାର୍ଗୀ ହୋଇପାରନ୍ତି। ସୁ କର୍ମରେ ଲିପ୍ତ ରହି ଖ୍ୟାତି ଅର୍ଜନ କରିବେ।
କର୍କଟ-ମାନସିକ ସ୍ତରରେ ଦୃଢ଼ ରହିବେ। ସାମାନ୍ୟ ଅସୁସ୍ଥତା ଅନୁଭବ କରିପାରନ୍ତି। ଶତ୍ରୁକୁ ପରାସ୍ତ କରି ଆଶ୍ୱସ୍ତ ହେବେ। ଯୁଗ୍ମ ବ୍ୟବସାୟ ଲାଭଜନକ ହେବ। ସମ୍ମାନିତ ହେବେ। ସ୍ତ୍ରୀ-ପୁତ୍ର ପ୍ରୀତିଯୁକ୍ତ ହେବା ଆଶା କରାଯାଏ।
ସିଂହ- ସାମାନ୍ୟ କାରଣରୁ ଉପୁଜି ଥିବା ଦ୍ୱନ୍ଦ୍ୱ ବନ୍ଧୁଙ୍କ ଦ୍ୱାରା ସମାଧାନ ହେବ। ପ୍ରିୟତା ଅର୍ଜନ କରିପାରନ୍ତି। କଳ-କୌଶଳ ପ୍ରୟୋଗ କରି କାର୍ଯ୍ୟ ହାସଲ କରିବେ। ଅବିବାହିତଙ୍କର ମନୋରମା କନ୍ୟା ସହିତ ବିବାହ ସ୍ଥିର ହେବ।
କନ୍ୟା-ଅର୍ଜନ କରିଥିବା ଅଭିଜ୍ଞତାକୁ କାର୍ଯ୍ୟ ରେ ଲଗାଇ ଅପୂର୍ବ ସଫଳତା ଲାଭ କରିବେ। କର୍ମକ୍ଷେତ୍ରରେ ତତ୍ପରତା ପ୍ରକାଶ ପାଇବ। ଗୃହରେ ଶାନ୍ତିର ବାତାବରଣ ପ୍ରାବାହିତ ହୋଇପାରେ। କର୍ମକ୍ଷେତ୍ରକୁ ଉଜ୍ଜ୍ୱଳମୟ କରିବେ।
ତୁଳା-ସ୍ୱାଧୀନ ଚିନ୍ତାଧାରା ନେଇ କିିଛି କରିବା ସମ୍ଭବପର ନୁହେଁ। ଏଥିପାଇଁ ବୈଷୟିକ ପରାମର୍ଶର ଆବଶ୍ୟକତା ରହିଛି। ସମୟଟି ସଂଘର୍ଷ ପୂର୍ଣ୍ଣ। ସୁଖୀ ହେବେ। ବହୁଧନର ଅଧିକାରୀ ହୋଇପାରନ୍ତି। ଶତ୍ରୁ ବିନାଶ କରିବେ।
ବିଛା- ମନବାଞ୍ଛା ପୂରଣ ହେବ। ଧନଲାଭର ସୂଚନା ମିଳୁଛି। ପ୍ରଭୂତ ବିଦ୍ୟା, ବୁଦ୍ଧିର ଅଧିକାରୀ ହୋଇପାରନ୍ତି। ଯଶସ୍ୱୀ ହେବେ। ବିଳାସ ବ୍ୟସନ ଦ୍ୱାରା ଦିନ ବିତାଇବେ। ନିର୍ଭୀକ ଭାବେକାର୍ଯ୍ୟ କରିପାରନ୍ତି। ସାମାଜିକ ସ୍ୱୀକୃତି ଲାଭ କରିବେ।
ଧନୁ-ଧୀରେ ସୁସ୍ଥେ କାର୍ଯ୍ୟ ସାଧନ ହେବ। ଉଚ୍ଚ ସମ୍ମାନ ଲାଭ କରିବେ। ସ୍ନେହ ଶ୍ରଦ୍ଧାଭାବ ପ୍ରଦର୍ଶନ କରି କାର୍ଯ୍ୟ ହାସଲ କରିବେ। ବନ୍ଧୁଙ୍କ ସାନ୍ନିଧ୍ୟ ଲାଭ କରିବେ। କନ୍ୟା, ପୁତ୍ର, ପୌତ୍ର ପ୍ରପୌତ୍ରାଦି ଲାଭ କରିପାରନ୍ତି। ଆଶ୍ୱସନା ମିଳିବ।
ମକର-ବିଳାସ ବ୍ୟସନ ପାଇଁ ନାନା ଦ୍ରବ୍ୟ ସଂଗ୍ରହ କରିବେ। ଆଳସ୍ୟ ପରାୟଣ ହୋଇପାରନ୍ତି। କଟୁବାକ୍ୟ ପ୍ରୟୋଗ କଲେ ମାର୍ଗ କ୍ଳେଶକର ହୋଇପାରେ। ବିଭିନ୍ନ ଦିଗରୁ ଧନାଗମର ସୂଚନା ମିଳୁଛି। ଦାମ୍ପତ୍ୟ ଜୀବନ ସୁଖପ୍ରଦ ହେବ।
କୁମ୍ଭ-ସୁସମ୍ବାଦ ପାଇ ଖୁସି ହେବେ। ଶ୍ରୀବୃଦ୍ଧି ଘଟିପାରେ। ସନ୍ତାନ ସୁଖ ମିଳିବ। ପ୍ରିୟ ବନ୍ଧୁଙ୍କ ସାନ୍ନିଧ୍ୟ ପାଇ ପାରନ୍ତି। ମାଲିମୋକଦ୍ଦମାରେ ବିଜୟୀ ହେବେ। ଉତ୍ତମ ଭୋଜନ ମିଳିବ। ପାରିବାରିକ ସୁଖ ସମୃଦ୍ଧି ଆଶାକରାଯାଏ। ସତ୍ୟ ରତ ହେବେ।
ମୀନ-ସାମାନ୍ୟ ଅସୁସ୍ଥତା ଅନୁଭବ କରିପାରନ୍ତି। ପରଧନରେ ଧନୀ ହେବେ। ରସିକ ଓ ବାଚାଳ ହୋଇପାରନ୍ତି। ସ୍ୱାସ୍ଥୃ ହାନିର ଆଶଙ୍କା ଅଛି। ସୁଭାଷୀ ଓ ସୁବିଦ୍ୟାବାନ ହେବେ। ଭୋଗୀ ହେବେ। ତେଜୀୟାନ ହେବେ। ଚଞ୍ଚଳତାଯୁକ୍ତ ହେବେ।
ନିତୀବାଣୀ-ସତକର୍ମପାଇଁ ମିଳିଛି ଏଶରୀର ଦୟାକ୍ଷମା ଆଚରିବାପାଇଁ,
ସେଇ ଗୁଣ ରହିଲେମନରେ ସଦା ତାକୁ ଆଶିଷ ମିଳିଥାଇ ।
ବାସ୍ତୁଟିପ୍ପଣୀ-ରାତିରେ ପିତା,ଦହି,ଶାଗ ଖାଇବେ ନାହିଁ। ଏବଂ ପଇଡ଼ ପାଣି ପିଇବେ ନାହିଁ। ଏହା ସ୍ୱାସ୍ଥ୍ୟ ପାଇଁ କ୍ଷତିକାରକ ଅଟେ।

ଶଙ୍ଖରମହତ୍ୱ ଓ ଉପକାରିତା – ସମୁଦ୍ରମନ୍ଥନରୁ ମିଳିଥିବା ୧୪ଗୋଟିରତ୍ନ ମଧ୍ୟରୁ “ଶଙ୍ଖ” ଅନ୍ୟତମ ଅଟେ । ଶଙ୍ଖ ଧ୍ଵନିରେ କିଛି ବିଜ୍ଞାନ ମତ ରହିଛି । ଶାସ୍ତ୍ରରେ ଶଙ୍ଖର ଶବ୍ଦକୁ ଅତ୍ୟନ୍ତ ଲାଭଦାୟକ ଏବଂ ଉପକାରୀ ବୋଲି ବର୍ଣ୍ଣନା କରାଯାଇଛି । ଶଙ୍ଖ ଫୁଙ୍କିବାଦ୍ବାରା ଫୁସଫୁସକୁ ମଜବୁତକରିଥାଏ ।ଶଙ୍ଖଫୁଙ୍କିବା ଶବ୍ଦ ରକ୍ତଚାପକୁ ଠିକ୍ ରଖେ । ଥାଇରଏଡ୍ ରୋଗରେ ଶଙ୍ଖ ବହୁତଉପକାରୀ ହୋଇଥାଏ। ଦୈନିକ ଶଙ୍ଖଫୁଙ୍କିବା ଦ୍ୱାରା ମୂତ୍ରାଶୟ, ଯୌନାଙ୍ଗ, ତଳିପେଟ, ଛାତି ଏବଂ ବେକର ମାଂସପେଶୀପାଇଁ ଅତ୍ୟନ୍ତପ୍ରଭାବଶାଳୀ ବୋଲି ପ୍ରମାଣକରେ । ଏହି ଅଙ୍ଗଗୁଡ଼ିକରପ୍ରାୟତଃ ବ୍ୟାୟାମହୋଇଥାଏ ।ଶଙ୍ଖକୁ ଫୁଙ୍କିବାଦ୍ୱାରା ପ୍ରଶ୍ୱାସନେବାର କ୍ଷମତା ସୁଦୃଢ଼ହୁଏ । ଏହାଥାଇରଏଡ୍ ଗ୍ରନ୍ଥି ଏବଂ ସ୍ବରପେଟିକୁ ଏକପ୍ରକାର ବ୍ୟାୟାମକରେ ।ଶଙ୍ଖଫୁଙ୍କିବା ଦ୍ୱାରା ଆପଣଙ୍କର ମୂଖମଣ୍ଡଳରେ ଦେଖାଉଥିବାକୁଞ୍ଚନ ସମସ୍ୟା ମଧ୍ୟ ହ୍ରାସ ହୋଇପାରେ । ମୁଖରମାଂସପେଶୀ ବିସ୍ତାରିତ ହୁଏ । ଯାହା କୁଞ୍ଚନକୁ ହ୍ରାସ କରିଥାଏ ।ଶଙ୍ଖରେ କ୍ୟାଲସିୟମ, ସଲଫର ଏବଂ ଫସଫରସ୍ ବହୁ ପରିମାଣରେ ମିଳିଥାଏ । ଶକ୍ତିଶାଳୀ ହାଡପାଇଁ ଏହି ଉପାଦାନଗୁଡ଼ିକ ଅତ୍ୟନ୍ତଗୁରୁତ୍ୱପୂର୍ଣ୍ଣ । ତେଣୁଶଙ୍ଖରେ ୧୨ରୁ୨୪ଘଣ୍ଟାପର୍ଯ୍ୟନ୍ତ ରଖାଯାଇଥିବା ପାଣିପିଅନ୍ତୁ । ଏହା ଦାନ୍ତରମଧ୍ୟ ଉପକାର କରିଥାଏ । ଏହାକୁଚର୍ମରେ ମାଲିସ୍ କଲେ ମଧ୍ୟ ଅନେକ ଚର୍ମରୋଗରୁ ମୁକ୍ତିମିଳିପାରିବ । ଶଙ୍ଖଫୁଙ୍କିବାଦ୍ୱାରା ମାନସିକଚାପରୁ ମୁକ୍ତି ମିଳିଥାଏ । ଯେଉଁମାନେ ବହୁତଚାପରେ ଅଛନ୍ତି ସେମାନେ ନିଶ୍ଚିତଭାବରେ ଶଙ୍ଖ ଫୁଙ୍କିବାଉଚିତ, କାରଣ ଏହାକୁ ଫୁଙ୍କିବାବେଳେ ସମସ୍ତଚିନ୍ତା ଦୂରେଇଯାଏ । ଶଙ୍ଖବଜାଇବା ଦ୍ୱାରା ଘରଭିତରକୁ ଆସୁଥିବା ନକରାତ୍ମକଶକ୍ତି ମଧ୍ୟ ଦୂରରେରହିଥାନ୍ତି । ଯେଉଁ ଘରଗୁଡ଼ିକରେ ଶଙ୍ଖରଖାଯାଏ ସେଠାରେ କୌଣସି ନକରାତ୍ମକତା ରହେନାହିଁ ।ଶଙ୍ଖଫୁଙ୍କିବା ଦ୍ୱାରା ଆପଣ ହୃଦଘାତରୁମଧ୍ୟ ରକ୍ଷା ପାଇପାରିବେ । ଯେଉଁବ୍ୟକ୍ତି ନିୟମିତଭାବରେ ଶଙ୍ଖକୁଫୁଙ୍କେ, ତାକୁ ହୃଦଘାତ ହୁଏନାହିଁ । ଶଙ୍ଖ ଫୁଙ୍କିବାଦ୍ୱାରା ହୃତପିଣ୍ଡ ଓ ରକ୍ତନଳିରେ ଥିବା ସମସ୍ତଅବରୋଧ ହଟିଯାଇଥାଏ । ସେହିଭଳି, ବାରମ୍ବାର ନିଶ୍ୱାସପ୍ରଶ୍ୱାସ ନେବାଦ୍ୱାରା ଫୁସଫୁସମଧ୍ୟ ସୁସ୍ଥ ରହିଥାଏ । ଶଙ୍ଖ ଫୁଙ୍କିବାଦ୍ୱାରା ଯୋଗର ତିନୋଟିକାର୍ଯ୍ୟକଳାପ ଯେମିତିକି “କୁମ୍ଭକ”, “ରେଚକ” ଏବଂ “ପ୍ରାଣାୟାମ” ଇତ୍ୟାଦି ଏକା ସାଙ୍ଗରେ ହୋଇଥାଏ । ଯେଉଁମାନଙ୍କର ଶ୍ୱାସକ୍ରିୟାରେ ସମସ୍ୟା ରହିଛି, ସେମାନେ ଶଙ୍ଖଫୁଙ୍କିଲେ ଏଥିରୁ ମୁକ୍ତିପାଇପାରିବେ ।ଯେଉଁମାନେ ପ୍ରତିଦିନ ଶଙ୍ଖଫୁଙ୍କନ୍ତି ସେମାନେ ଗଳା ଏବଂ ଫୁସଫୁସରରୋଗ ପାଆନ୍ତିନାହିଁ । ଏହା ସ୍ମୃତିଶକ୍ତିକୁ ମଧ୍ୟ ବଢ଼ାଇଥାଏ ।ବୈଜ୍ଞାନିକମାନେ ବିଶ୍ୱାସ କରନ୍ତିଯେ ଏକଶଙ୍ଖକୁ ଫୁଙ୍କିଲେ ,ଏହାରଧ୍ଵନି ଯେଉଁପର୍ଯ୍ୟନ୍ତ ଯାଏ ଅନେକରୋଗର ଜୀବାଣୁ ମଧ୍ୟ ଶବ୍ଦକମ୍ପନଦ୍ୱାରା ଦୁର୍ବଳହୋଇଯାଆନ୍ତି କିମ୍ବା ନଷ୍ଟହୋଇଯାଆନ୍ତି । ଯଦି ପ୍ରତିଦିନ ଶଙ୍ଖବଜାଯାଏ ପରିବେଶ ଜୀବାଣୁମୁକ୍ତ ହୋଇପାରେ । ପ୍ରତିଦିନ ସକାଳେ ଏବଂ ସନ୍ଧ୍ୟାରେ ଶଙ୍ଖ ବଜାଇବାଦ୍ୱାରା ବାୟୁମଣ୍ଡଳ ଜୀବାଣୁମୁକ୍ତ ହୋଇଯାଏ ।ଛୋଟଶଙ୍ଖକୁ ଫୁଙ୍କିଲେ ଅଧିକଶକ୍ତି ଖର୍ଚ୍ଚ ରିବାକୁ ପଡ଼େ କିନ୍ତୁ ଏହା ଗଳାସମ୍ବନ୍ଧୀୟ ରୋଗପାଇଁ ଅବ୍ୟର୍ଥ ଔଷଧଅଟେ ।ଶଙ୍ଖରଧ୍ଵନିକୁ ନିୟମିତ ଶୁଣୁଥିବା କାଲାବ୍ୟକ୍ତିର ଶ୍ରବଣଶକ୍ତି ଫେରିଆସିଥାଏ । ଏହା କର୍ଣ୍ଣଚିକିତ୍ସା ପାଇଁ ମଧ୍ୟ ଅଦ୍ଭୁତ କାମକରେ ।ଦକ୍ଷିଣାବର୍ତ୍ତଶଙ୍ଖ ବହୁତ ଦୁର୍ଲଭଅଟେ ଏହାକୁ ପାଇଲେ ନିଶ୍ଚିତ ଘରକୁଆଣନ୍ତୁ ଏହା ବାମାବର୍ତ୍ତୀ ଶଙ୍ଖଅପେକ୍ଷା ଅଧିକ ଶୁଭଫଳ ପ୍ରଦାନକରେ । ଏହା ସମସ୍ତପ୍ରକାରର ବାସ୍ତୁଦୋଷକୁ ଠିକ କରିବା ସହିତ ଘରକୁ ସୁଖସମୃଦ୍ଧି ଆଣିଥାଏ ।ଶଙ୍ଖକୁ ସାଢେତିନିଥର ହିଁ କେବଳଫୁଙ୍କାଯାଏ ଏବଂ ସବୁବେଳେ ଏମିତି ଜାଗାରେରଖାଯିବ ଯେମିତି ତାହା ଧରିତ୍ରୀକୁ ସ୍ପର୍ଶ ନକରେ ।
ଅକ୍ଷୟତୃତୀୟା:-ଏହି ଦିଗପ୍ରତି ଧ୍ୟାନଦିଅନ୍ତୁ, ମିଳିବ ମାଲକ୍ଷ୍ମୀଙ୍କ କୃପା…….ହିନ୍ଦୁଧର୍ମରେ ଅକ୍ଷୟତୃତୀୟାର ଅନେକମହତ୍ତ୍ୱ ରହିଛି। ମାନ୍ୟତାଅନୁଯାୟୀ, ଅକ୍ଷୟତୃତୀୟାରେ ଭଗବାନବିଷ୍ଣୁ ଓ ମାଲକ୍ଷ୍ମୀଙ୍କ ଉପାସନା କରିବାଦ୍ୱାରା ଅକ୍ଷୟସହ ଶୁଭଫଳପ୍ରାପ୍ତି ହୋଇଥାଏ। ଆର୍ଥିକକ୍ଷେତ୍ରରେ ଉନ୍ନତିସହ ଟଙ୍କାପଇସାର ଅଭାବ ଦୂରହୋଇଥାଏ। ଜୀବନରେ ଥିବା ଅନେକ ସମସ୍ୟା ଦୂରହୋଇଥାଏ। ଜ୍ୟୋତିଷଶାସ୍ତ୍ର ଅନୁଯାୟୀ, ଏହିଦିନ କିଛିଦିଗ ପ୍ରତି ଧ୍ୟାନଦେବା ନିତାନ୍ତ ଆବଶ୍ୟକ।ଶାସ୍ତ୍ରଅନୁଯାୟୀ, ଅକ୍ଷୟତୃତୀୟାଦିନ ସ୍ନାନନକରି ତୁଳସୀପତ୍ର ତୋଳନ୍ତୁନାହିଁ। ସ୍ନାନ ନକରି ତୁଳସୀପତ୍ରକୁ ସ୍ପର୍ଶ କରନ୍ତୁନାହିଁ।ଅକ୍ଷୟତୃତୀୟା ଦିନ ସଫାସୁତୁରା ନିଶ୍ଚୟକରନ୍ତୁ। ଘରସଫା ରଖିଲେ ମାଲକ୍ଷ୍ମୀ ଖୁବପ୍ରସନ୍ନ ହୋଇଥାଆନ୍ତି। ଟଙ୍କାରଅଭାବ ଦୂରହୋଇଥାଏ।ଅକ୍ଷୟତୃତୀୟା ଦିନ ମାଲକ୍ଷ୍ମୀ ନିଜଭକ୍ତଙ୍କ ଉପରେ ବିଶେଷକୃପା କରିଥାଆନ୍ତି। ଘରରପୂଜା ଘରପ୍ରତି ସ୍ୱତନ୍ତ୍ରଧ୍ୟାନ ଦେବା ଉଚିତ। ପୂଜାକରିବା ପୂର୍ବରୁ ପୂଜାଘରକୁ ନିଶ୍ଚୟ ସଫାକରନ୍ତୁ। ସମ୍ପୂର୍ଣ୍ଣଶୁଦ୍ଧତାର ସହ ଶାନ୍ତମନରେ ପୂଜା କରନ୍ତୁ। ଏହାଦ୍ୱାରା ଗ୍ରହଙ୍କନକରାତ୍ମକ ପ୍ରଭାବ ଦୂରହୋଇଥାଏ।ଅକ୍ଷୟତୃତୀୟାରେ ସୁନା କିମ୍ବା ଚାନ୍ଦିଜିନିଷକିଣିବା ଖୁବ ଶୁଭବୋଲି କୁହାଯାଏ। ମାତ୍ର ଏହିଦିନ ଆଲୁମିନିୟମ,ପ୍ଲାଷ୍ଟିକ୍ ଆଦି ଜିନିଷ କିଣନ୍ତୁନାହିଁ।ଅକ୍ଷୟତୃତୀୟାରେ ଆମିଷ, ନିଶାଦ୍ରବ୍ୟଆଦି ସେବନ କରନ୍ତୁନାହିଁ। ଏସବୁ ସେବନ କରିବାଦ୍ୱାରା ମାଲକ୍ଷ୍ମୀ କ୍ରୋଧିତହୋଇଥାଆନ୍ତି। ଆର୍ଥିକସମସ୍ୟା ଲାଗିରହିଥାଏ। ଏହିଦିନ ଉପବାସ କରିବାସହ ନିରାମିଷଭୋଜନ ଗ୍ରହଣକରନ୍ତୁ।ଆଜିର ଦିନଟି ମଙ୍ଗଳମୟ ହେଉ!!ଜୟ ଜଗନ୍ନାଥ,ଜୟସୋମନାଥ,ଜୟମାଯୋଗମାୟା!!

