ଆଜିର ରାଶିଫଳ

୨୦୨୬ ମସିହା,ଅଗଷ୍ଟମାସ,୨୨ତାରିଖ,ଶନିବାର,ଶ୍ରୀମନ୍ଦିରେ ଓ ଶ୍ରୀକ୍ଷେତ୍ରରେ ଝୁଲଣଯାତ୍ରା ଅଧିବାସ।ଋତୁ-ବର୍ଷାଋତୁର (ଦ୍ବିତୀୟମାସ)
ସୂର୍ଯ୍ୟ-ଦକ୍ଷିଣାୟନ🌄ପୁରୀକୁ ସୁର୍ଯ୍ୟୋଦୟ- ଘ୫/୩୨/୨୪🌅ପୁରୀକୁ ସୂର୍ଯ୍ୟାସ୍ତ- ଘ୬/୭/୨୬,ଶ୍ରାବଣମାସ,ଶୁକ୍ଳପକ୍ଷ,ଶୌରିବାସ,ତିଥି- ଦଶମୀ ରାତ୍ରି ଘ୧/୪୬ମିପର୍ଯ୍ୟନ୍ତ ତଦନ୍ତେ ଏକାଦଶୀ.ନକ୍ଷତ୍ର-ଜ୍ୟେଷ୍ଠା ନକ୍ଷତ୍ର ଦିବା ଘ୩/୧୮ମିପର୍ଯ୍ୟନ୍ତ ତଦନ୍ତେ ମୂଳାନକ୍ଷତ୍ର ।ଯୋଗିନୀ ସ୍ଥିତି ଓ ଦୂରଯାତ୍ରା- ଯୋଗିନୀ ଉତ୍ତର ଦିଗରେ,ରାତ୍ରି ଘ୧/୪୬ମି ପରେ ଆଗ୍ନେୟ କୋଣରେ । ଶନିବାର,ବୈଧୃତିଯୋଗ ଓ ପାପସପ୍ତ ଦୋଷ ହେତୁ ଯାତ୍ରାଦି ଶୁଭକର୍ମ ନିଷେଧ,
ଚନ୍ଦ୍ରଶୁଦ୍ଧି- ବୃଷ,ମିଥୁନ,କର୍କଟ,କନ୍ୟା,ତୁଳା,ବିଛା,ମକର,କୁମ୍ଭ ଓ ମୀନ ଏହି ରାଶିମାନଙ୍କର ଏବଂ ଦିବା ଘ୩/୧୮ମିପରେ ମେଷ,ମିଥୁନ,କର୍କଟ,ସିଂହ, ବିଛା,ଧନୁ ଓ ମୀନ ଏହି ରାଶିମାନଙ୍କର ଚନ୍ଦ୍ରଶୁଦ୍ଧି ।ଘାତଚନ୍ଦ୍ର-ଦିବା ଘ୩/୧୮ମି ପରେ ତୁଳା ଓ କୁମ୍ଭରାଶିର ଘାତଚନ୍ଦ୍ର,ଘାତବାର-ବୃଷ, ସିଂହ ଓ କନ୍ୟା ରାଶିର ଘାତବାର।ତାରାଶୁଦ୍ଧି-୧।୨।୪।୬।୮।୧୦।୧୧।୧୩।୧୫।୧୭।୧୯।୨୦।୨୨।୨୪।୨୬ ଏହି ନକ୍ଷତ୍ର ମାନଙ୍କର ଏବଂ ଦିବା ଘ୩/୧୮ମି ପରେ ୨।୩।୫।୭।୯।୧୧।୧୨।୧୪।୧୬।୧୮।୨୦।୨୧।୨୩।୨୫।୨୭ ଏହି ନକ୍ଷତ୍ର ମାନଙ୍କର ତାରାଶୁଦ୍ଧି।ସାମ୍ବତ୍ସରିକଶ୍ରାଦ୍ଧ-ଦଶମୀର ଏକୋଦ୍ଦିଷ୍ଟ ଓ ପାର୍ବଣଶ୍ରାଦ୍ଧ ।ନିଷିଦ୍ଧଖାଦ୍ୟ-କଳମ୍ବୀ (କଳମଶାଗ), ରାତ୍ରି ଘ୧/୪୬ମିପରେ ଶିମ୍ବିକା(ଶିମ୍ବ)/ଆମିଷ ଭକ୍ଷଣ ନିଷେଧ ।ଅଶୁଭବେଳା-(କାଳବେଳା)ପ୍ରାତଃ ଘ୫/୩୨ମି ରୁ ଘ୭/୬ମି ମଧ୍ୟେ, ଦିବା ଘ୪/୨୧ମି ରୁ ଘ୭/୬ମି
ପର୍ଯ୍ୟନ୍ତ,(ବାରବେଳା) ଦିବା ଘ୧/୨୧ମି ରୁ ଘ୨/୫୫ମି ପର୍ଯ୍ୟନ୍ତ(କାଳରାତ୍ରି) ସୂର୍ଯ୍ୟାସ୍ତ ଘ୬/୭ମି ରୁ ଘ୭/୩୧ମିମଧ୍ୟେ,ରାତ୍ରି ଘ୪/୮ମି ରୁ ରାତ୍ରିଶେଷ ଘ୫/୩୩ମି ପର୍ଯ୍ୟନ୍ତ।ଶୁଭବେଳା -(ଅମୃତବେଳା)ଦିବା ଘ୯/୩୪ମି ରୁ ଘ୧୨/୪୬ମିମଧ୍ୟେ,ରାତ୍ରି ଘ୮/୨୫ମି ରୁ ଘ୧୦/୪୯ମି ମଧ୍ୟେ, ଘ୧୨/୨୫ମି ରୁ ଘ୨/୧ମିମଧ୍ୟେ,ଘ୨/୪୯ମିରୁ ଘ୪/୨୫ମିପର୍ଯ୍ୟନ୍ତ।(ମାହେନ୍ଦ୍ରବେଳା) ନାହିଁ ।ପୁଷ୍କରଦୋଷ- ମୃତବ୍ୟକ୍ତିଙ୍କ ୧ପାଦ ବାର ପୁଷ୍କରଦୋଷ,ଫଳଂ କୃଷିହାନି ଓ ଭୂମିଦାନ ସହିତ ହୋମାଦି ଶାନ୍ତି ବିଧେୟ,ପ୍ରଥମ ରଜୋଶ୍ଚକ୍ରେ- ରଜ ଶ୍ଚକ୍ରେ କନ୍ୟାର ଦିବା ଘ୧୩/ ୧୮ମି ମଧ୍ୟେ ଦଶମାସ ଗଣ୍ଡଦୋଷ, ଫଳଂ ସ୍ତ୍ରୀ ଦରିଦ୍ରା,ଘୃତକାଂସ୍ୟପାତ୍ର, ଶୁକ୍ଳବସ୍ତ୍ର, ତିଳସୁବର୍ଣ୍ଣ, ତଣ୍ଡୁଳଦାନ। ଶାନ୍ତି କରଣୀୟ।ରଜଶ୍ଚକ୍ରେ ପୁତ୍ରିଣୀ ।ବାରଦୋଷ ହେତୁ ଶିବଙ୍କଠାରେ ଜଳାଭିଷେକ,ରାତ୍ରି ଘ୧/୪୬ମିଗତେ ବାର ଓ ତିଥିଦୋଷ ହେତୁ (ଶିବଙ୍କ ଠାରେ ଜଳାଭିଷେକ ଓ ଦୁର୍ଗାଙ୍କୁ ଲାଲରଙ୍ଗର ପୁଷ୍ପଅର୍ପଣ)ଶୁଭକର୍ମ- ନାସ୍ତି ।
🐐ମେଷ👉ଆଜି ଦ୍ୱିତୀୟଭାବସ୍ଥ ମଙ୍ଗଳ ଓ କେତୁଙ୍କ ସ୍ଥିତିଜନିତ କଠୋର ବ୍ୟବହାରସାଙ୍ଗକୁ ବିଚାରଧାରାରେ ବ୍ୟତିକ୍ରମ ରହିପାରେ।ନିଜ ଲୋକଙ୍କ ପ୍ରତିରୋଧ କାମକୁ ବିଶୃଙ୍ଖଳିତ କରିପାରେ।କର୍ମକ୍ଷେତ୍ରରେ ଅର୍ଥ ସମ୍ପର୍କକୁ କେନ୍ଦ୍ରକରି ବିବାଦ ଦେଖାଦେବ।ସାହିତ୍ୟ,ସଭାସମିତି,ସଂଗଠନ ଓ ରାଜନୀତି କ୍ଷେତ୍ରରେ ସୁଫଳ ପାଇବେ।
🐂ବୃଷ👉ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତିନେବାପୂର୍ବରୁ ପରିବାର ସହ ଆଲୋଚନା କରନ୍ତୁ। କର୍ମକ୍ଷେତ୍ରରେ ଯେତେ ଭଲ କାମକଲେ ମଧ୍ୟ ପ୍ରଶଂସା ବଦଳରେ ଅଭିଯୋଗ ପାଇବେ।ବନ୍ଧୁମାନଙ୍କ ଗହଣରେ ମନରଦୁଃଖକୁ ଲୁଚାଇରଖି ହସି ହସି କଥା କହିବାର ଅପଚେଷ୍ଟା ଧରାପଡିଯିବ।ବିବାଦୀୟ ପାରିବାରିକ ଜୟ କିମ୍ବା ବ୍ୟବସାୟିକ ସମସ୍ୟା ବୃଦ୍ଧି ପାଇପାରେ।
👩‍❤️‍👨 ମିଥୁନ👉କର୍ମକ୍ଷେତ୍ରର ପରିସ୍ଥିତିକୁ ଆଖିଆଗରେ ରଖି ଯେସାକୁ ତେସା ନୀତିରେ କାମ କରିବେ।ବ୍ୟବସାୟରେ ଉନ୍ନତି କରିବେ କିନ୍ତୁ ଋ଼ଣ ପରିଶୋଧର ମାର୍ଗ ଉନ୍ମୁକ୍ତ ହୋଇପାରିବ ନାହିଁ।ମାଲିମକଦ୍ଦମାରେ ସ୍ଥିତି ଅନୁକୂଳ ହୋଇ ପାରେ।କୌଣସି ଦୂରାଗତ ବନ୍ଧୁଙ୍କ ସହାୟତାରେ ମୂଲ୍ୟବାନ ଦ୍ରବ୍ୟ ପାଇପାରନ୍ତି,ସାମାନ୍ୟକାରଣରୁ ମନ ଅଶାନ୍ତ ରହିବ।
🦀କର୍କଟ👉ଚନ୍ଦ୍ରଙ୍କ ସୁପ୍ରଭାବରୁ ସ୍ବାସ୍ଥ୍ୟରେ ବିଶେଷ ଉନ୍ନତି ଘଟିବ କିନ୍ତୁ କର୍ମକ୍ଷେତ୍ର ସନ୍ତୋଷଜନକ ରହି ନପାରେ।ସାଧାରଣ କଥାରେ ବନ୍ଧୁ ମୁହଁ ଫେରାଇ ନେଇପାରନ୍ତି।କଳା,ସାହିତ୍ୟ ଓ ରଚନାତ୍ମକ କାର୍ଯ୍ୟରେ ଅଗ୍ରଗତି ଘଟିବ।ଭୁଲ୍‍ ବୁଝାମଣା ଓ ସନ୍ଦେହ ଜନିତ ପାରିବାରିକ ସମସ୍ୟା ଗୁରୁତର ହୋଇପାରେ।ପରିଶ୍ରମଜନିତ କ୍ଳାନ୍ତି ଅନୁଭବ କରିବେ।
🦁 ସିଂହ👉ପାପଗ୍ରହ ଯୁକ୍ତ ରାଶିହେତୁ ଆର୍ଥିକ ସ୍ବଚ୍ଛଳତା ନ ରହିବା କାରଣରୁ ମାନସିକ ଶାନ୍ତି ବ୍ୟାହତ ହେବ।ଯାହାକଲେ ମଧ୍ୟ ସୁଫଳ ମିଳିବ ନାହିଁ ବରଂ ବିବାଦୀୟ ପରିସ୍ଥିତି ଭିନ୍ନରୂପ ନେଇପାରେ।ହିତୈଷୀ ମାନଙ୍କଦ୍ୱାରା ପ୍ରଭାବିତ ହୋଇ ସତ୍‍ସଙ୍ଗ ସାଙ୍ଗକୁ ଧର୍ମଚର୍ଚ୍ଚା ପ୍ରତି ମନ ବଳିପାରେ।ସାଙ୍ଗଠନିକ କାର୍ଯ୍ୟରେ ନେତୃତ୍ୱ ନେଇ ପ୍ରଶଂସିତ ହେବେ।
🧕କନ୍ୟା👉ପାରିବାରିକ ଜୀବନରେ ଉଚିତ ବୁଝାମଣା ହେବାରୁ ଆଶ୍ୱସ୍ତି ଅନୁଭବ କରିବେ।ବନ୍ଧୁମାନେ ସହଯୋଗର ପ୍ରତିଶ୍ରୁତି ଦେଇ ନିର୍ଦ୍ଦିଷ୍ଟ ସମୟରେ ଦୂରେଇ ରହିବେ।ଆତ୍ମୀୟଙ୍କ ସ୍ବାସ୍ଥ୍ୟପାଇଁ ଚିନ୍ତା ବଢିବ କିନ୍ତୁ ବିଶେଷ କିଛି ଅସୁବିଧା ହେବନାହିଁ। ପଦସ୍ଥବ୍ୟକ୍ତିଙ୍କ ସହାୟତାରେ ଆଇନ ଅଦାଲତରୁ ସୁଫଳ ପାଇ ସମସ୍ୟା ସମାଧାନ ହୋଇଯିବ।
⚖️ତୁଳା👉ଯାତ୍ରା ସମୟରେ ଅନ୍ୟମାନଙ୍କୁ ସାହାଯ୍ୟ କରିବାକୁ ଯାଇ ନିଜେ ହଇରାଣରେ ପଡିପାରନ୍ତି।ଚତୁର୍ଥଭାବରେ ଚନ୍ଦ୍ରଙ୍କ ସ୍ଥିତି କାରଣରୁ ପାରିବାରିକ ପରିସ୍ଥିତି ପୂର୍ବପରି ରହିବ।ସଭାସମିତିରେ ଯୋଗଦେଇ ଲାଭବାନ ହେବା ସାଙ୍ଗକୁ ରପ୍ତାନିବାଣିଜ୍ୟରେ ଉନ୍ନତି ଘଟିବ।ଚନ୍ଦ୍ର କ୍ଷେତ୍ରସ୍ଥ ଶୁକ୍ରଜନିତ ଦୈହିକ ଦୁର୍ବଳତା ଯୋଗୁ ମନୋବଳ କମି ଯାଇପାରେ।
🦂ବିଛା👉ଅବହେଳାରୁ ହାତ ମୁଠାରୁ ସୁଯୋଗ ଖସି ଯାଇପାରେ। କେତେକକ୍ଷେତ୍ରରେ ମନକଥା ମନରେମାରି ରହିବେ।ପାରିବାରିକ ତିକ୍ତତାର ସମାପ୍ତି ଘଟାଇବେ ଏବଂ ସଭାସମିତିରେ ସମ୍ମାନନୀୟ ବ୍ୟକ୍ତି ବିଶେଷ ସହାୟତା କରିବେ।ନୀଚାରୋହୀ ମଙ୍ଗଳଙ୍କଯୋଗୁ ସ୍ବାସ୍ଥ୍ୟପ୍ରତି ଅବହେଳା କରନ୍ତୁନାହିଁ, ଯଦ୍ଦ୍ବାରା କି ଦୁଶ୍ଚିନ୍ତା ବୃଦ୍ଧି ପାଇବ।
🏹ଧନୁ👉ଭାଗ୍ୟାଧିପ କର୍ମାଧିପଙ୍କ ସହିତ ସଂଯୋଗ କାରଣରୁ ଆଜି ସ୍ଥଗିତ କାର୍ଯ୍ୟକୁ ତ୍ୱରାନ୍ବିତ କରିବେ।ପାରିବାରିିକ ଜଞ୍ଜାଳ ବୃଦ୍ଧି ପାଇପାରେ। ସାମାଜିକ ସ୍ତରରେ ଗଠନମୂଳକ ପ୍ରେରଣାଦେଇ କର୍ମକ୍ଷେତ୍ରରେ ପ୍ରଶଂସିତ ହେବେ।ଦେହ ଭଲ ରହିଲେ ମଧ୍ୟ ରକ୍ତଚାପ କିମ୍ବା ଡାଇବେଟିସ ରୋଗରେ କଷ୍ଟ ପାଇପାରନ୍ତି।
🐊ମକର👉ଆଜି ପ୍ରତ୍ୟେକକ୍ଷେତ୍ରରେ ସାମାନ୍ୟଅସୁବିଧା ଥିବାର ଅନୁଭବ କରିବେ।ପରୋକ୍ଷ ଶତ୍ରୁତା କାରଣରୁ କର୍ମକ୍ଷେତ୍ରରେ କେତେକ ପ୍ରତିବନ୍ଧକ ଦେଖାଦେଇପାରେ।ପରିବାରରେ ପୁତ୍ରକନ୍ୟାଙ୍କ ହେତୁକ ସମସ୍ୟା ଲାଗି ରହିବ,ସପ୍ତମଭାବରେ ଏକାଧିକ ଗ୍ରହ ରହିଥିବାରୁ ଯାତ୍ରା, ବ୍ୟବସାୟରେ ଲାଭବାନ୍‍ ହେବେ।
🏺କୁମ୍ଭ👉ଚେଷ୍ଟାକରୁଥିବା କାମରେ ଆଂଶିକ ସଫଳତାପାଇବେ କିନ୍ତୁ ବହୁତ ଝିନଝଟ୍‍ ମଧ୍ୟରେ କାର୍ଯ୍ୟ ସମ୍ପନ୍ନ ହେବ।ଶୁକ୍ରଙ୍କ ସଂସ୍ଥିତିଜନିତ ଆନୁଷ୍ଠାନିକ କ୍ଷେତ୍ରରେ ସାହିତ୍ୟ,ସଙ୍ଗୀତ,କ୍ରୀଡା ପ୍ରଭୃତିରୁ ପ୍ରଶଂସିତ ହୋଇପାରନ୍ତି।ଭ୍ରମଣ ହେତୁକ କ୍ଳାନ୍ତି ଓ ଅବସାଦ ଦେଖାଦେଇପାରେ ଫଳତଃ ସ୍ବାସ୍ଥ୍ୟହାନିର ଆଶଙ୍କା ରହିବ।
🐟ମୀନ👉ସମସ୍ତ ପ୍ରକାରର ସୁବିଧାଥାଇ ମଧ୍ୟ ଚେଷ୍ଟା କରୁଥତ୍ବା କାମରେ ପ୍ରତିବନ୍ଧକ ସୃଷ୍ଟି ହୋଇପାରେ।ଶନିଙ୍କଦୃଷ୍ଟି ପ୍ରଭାବରୁ ପରକଥାକୁ ପ୍ରାଧାନ୍ୟ ଦେଇ ପାରିବାରିକଜୀବନରେ ଝଡ ସୃଷ୍ଟିହେବ।ଜମିଜମା କାରବାର, ଆଲୋଚନା,ସଭାସମିତି,କଳା,ସାହିତ୍ୟାଦିକ୍ଷେତ୍ରରେ ସୁଫଳ ପାଇବେ।
🕉️ନୀତିବାଣୀ🕉️
ନିଜର ଭାବିକି କଥାପଦେ ହେଲେ
ନଭାବନ୍ତି ସେତ ଭଲ,
ସାମାନ୍ୟକଥାରେ ଆଘାତ ଦେବେ ସେ
ସରିଯିବ ତୁମ ଗେଲ…ଯେତେ ବି ଶକ୍ତି ସାମର୍ଥ୍ୟ ଥାଉ ନା କାହିଁକି ଗର୍ବ ନକରିବା ଆପଣ ସାଗରଠାରୁ ଶିଖି ପାରିବେ।
ଅଳ୍ପ ବୁଦ୍ଧି,
ଅଳସୁଆ, ମଠୁଆ, ନିଚଲୋକ,ଖୋସାମନ୍ତିଆ,କୁଜା,କାଲ,ଅନ୍ଧ,ବାମନ,ଛୋଟା ଏମାନଙ୍କ ସହିତ କୈାଣସି ଗୁରୁତର ବିଷୟରେ ଆଲେଚନା କରିବେ ନାହିଁ।
ଯେଉଁ ଲୋକ Timeକୁ ବରବାଦ୍ କରେ Timeଆସିଲେ Time ମଧ୍ୟ ତାକୁ ବରବାଦ୍ କରିଦିଏ।ତେଣୁ Timeକୁ ବରବାଦ୍ ନକରି ତାକୁ ସମ୍ମାନକରନ୍ତୁ Time ମଧ୍ୟ ଆପଣଙ୍କୁ ସମ୍ମାନ କରିବ।
ନିଷିଦ୍ଧ ଆହାର…
୧. ଦୁଧ ସଙ୍ଗେ ମାଛ,ମାଂସ,ଲୁଣ ଏବଂ ଖଟା ଖାଇବନାହିଁ ।
୨. ମାଛ ସଙ୍ଗେ ଚିନି ଏବଂ ମହୁ ଖାଇବନାହିଁ ।
୩. କଦଳି ସଙ୍ଗେ ଦହି ଏବଂ ବେଲ ଖାଇବନାହିଁ ।
୪. ଉଷ୍ଣ (ଗରମ)ଦ୍ରବ୍ୟ ସଙ୍ଗେ ମହୁ ଏବଂ ଦହି ଖାଇବନାହିଁ ।
୫. କଂସା ବାସନରେ ଘିଅ ରଖିବ ନାହିଁ କାରଣ ଏହା ବିଷାକ୍ତ ହୋଇଯାଏ ।
୬. ଘିଅ ଏବଂ ମହୁ ସମଭାଗ ଖାଇଲେ ବିଷ କ୍ରିୟାହୁଏ ।
୭. ଥରେ ରନ୍ଧା ହୋଇଥିବା ପଦାର୍ଥକୁ ପୁନର୍ବାର ଗରମ କରି ଖାଇବନାହିଁ ।
୮. କପୋତମାଂସ ସହିତ ସୋରିଷ ତେଲ ଖାଇବନାହିଁ ।
୯. ରବିବାରରେ ମାଛ,ମାଂସ ଏବଂ ମଦ ଖାଇବନାହିଁ ।
ଆମିଷଂ ମଧୁପାନଞ୍ଚ ଯ କରୋତି ରବେର୍ଦିନେ
ସପ୍ତଜନ୍ମ ଭବେତ୍ ରୋଗୀ ଜନ୍ମ ଜନ୍ମ ଦରିଦ୍ରତା ।’

- Advertisement -

Leave A Reply

Your email address will not be published.