ଆଜିର ରାଶିଫଳ

0 203

୨୦୨୩ ମସିହା ମଇ ମାସ ୨୬ ତାରିଖ ଶୁକ୍ରବାର।ଶ୍ରୀଶ୍ରୀ କାଳେଶ୍ବରମହାପ୍ରଭୁଙ୍କ ବାଣଯାତ୍ରା। ସୁର୍ଯ୍ୟୋଦୟ- ପ୍ରାତଃ ଘ୫/୧୧/୪୧ ,ସୂର୍ଯ୍ୟାସ୍ତ- ଘ୬/୧୫/୧୭ ,ଶୁକ୍ଳପକ୍ଷ ,ଭୃଗୁ ବାସ ,ତିଥି- ଷଷ୍ଠୀ ମଳ ପ୍ରାତଃ ଘ୫/୨୬ମି ପର୍ଯ୍ୟନ୍ତତଦନ୍ତେ ସପ୍ତମୀ।ଯୋଗିନୀ ସ୍ଥିତି ଓ ଦୂରଯାତ୍ରା- ଯୋଗିନୀ ପଶ୍ଚିମ ଦିଗରେ। ପ୍ରାତଃ ଘ୫/ ୨୬ମି ପରେ ବାୟବ୍ୟ କୋଣରେ। ମଳତିଥି, ମଙ୍ଗଳଯୁକ୍ତ ପରେ ଶନିସପ୍ତ ଦୋଷ ହେତୁ ଯାତ୍ରା ନିଷେଧ । ଘାତଚନ୍ଦ୍ର–ରାତ୍ରି ଘ୯/୪୪ମି ପରେ କର୍କଟ ଓ ମକର ରାଶିର ଘାତଚନ୍ଦ୍ର ।ଘାତବାର–ବିଛା, ଧନୁ ଓ ମୀନ ରାଶିର ଘାତବାର।ସାମ୍ବତ୍ସରିକଶ୍ରାଦ୍ଧ–ସପ୍ତମୀର ଏକୋଦ୍ଦିଷ୍ଟ ଓ ପାର୍ବଣଶ୍ରାଦ୍ଧ।ନିଷିଦ୍ଧଖାଦ୍ୟ- ନିମ୍ବ ପ୍ରାତଃ ଘ୫/୨୬ମି ପରେ ତାଳ ଭକ୍ଷଣ ନିଷେଧ।ଅଶୁଭବେଳା- ବାର ଓ କାଳବେଳା ଦିବା ଘ୮/୨୮ମି ରୁ ଘ୧୧/୪୬ମିପର୍ଯ୍ୟନ୍ତ ।କାଳରାତ୍ରି ରାତ୍ରି ଘ୯/୦ମି ରୁ ଘ୧୦/୨୨ମିପର୍ଯ୍ୟନ୍ତ ।ଶୁଭବେଳା–ଅମୃତ ଦିବା ଘ୧୧/୩୫ମି ରୁ ଘ୧/୫୯ମି ମଧ୍ୟେ, ସୂର୍ଯ୍ୟାସ୍ତରୁ ରାତ୍ରି ଘ୮/୪୧ମି ମଧ୍ୟେ, ଘ୧/୨୯ମି ରୁ ଘ୩/୫୩ମି ମଧ୍ୟେ, ଘ୪/୪୧ମି ରୁ ଘ୫/୧୧ମିପର୍ଯ୍ୟନ୍ତ ।ମାହେନ୍ଦ୍ରବେଳା:- ପ୍ରାତଃ ରୁ ଘ୫/୫୯ମି ମଧ୍ୟେ, ଘ୯/୧୧ମି ରୁ ଘ୯/୫୯ମିପର୍ଯ୍ୟନ୍ତ । ଶୁଭକର୍ମ:- ୧୦ ନକ୍ଷତ୍ରର ପ୍ରଥମ ପାଦ ଗଣ୍ଡ ହେତୁ ରାତ୍ରି ଘ୪/୧୭ମି ପରେ ରାତ୍ରି ଶେଷପର୍ଯ୍ୟନ୍ତ ୧୦ ନକ୍ଷତ୍ରେ ବିବାହ (ପାଣିଗ୍ରହଣ) ଚ଼ନ୍ଦ୍ର ମିତ୍ର କ୍ଷେତ୍ରସ୍ଥ ହେତୁ ଶନିସପ୍ତ ଦୋଷ ନୁହେଁ। ବାଣିଜ୍ୟ କରଣ, ବିଦ୍ୟାରମ୍ଭ, ଦୂର ଯାତ୍ରା, କ୍ରୟବିକ୍ରୟ।
ମେଷ-ଆଳସ୍ୟ ଅନୁଭବ କରିପାରନ୍ତି। ନିଜ ସମ୍ମାନକୁ ଜଗି ଚଳିବାକୁ ପଡ଼ିବ। ଦୁଶ୍ଚିନ୍ତା ମଧ୍ୟ ଦେଇ ଗତି କରିବେ। କନ୍ୟା, ପୁତ୍ର, ପୌତ୍ର, ପ୍ରପୌତ୍ରାଦି ଲାଭ କରିପାରନ୍ତି। ଆକସ୍ମିକ ଧନଲାଭର ସୂଚନା ମିଳୁଛି। ବ୍ୟବସାୟ ଲାଭଜନକ ହେବ।
ବୃଷ-ଭ୍ରମଣାଦି ଶାନ୍ତିପୂର୍ଣ୍ଣ ହେବ। ଦ୍ରବ୍ୟ ନଷ୍ଟର ସମ୍ଭାବନା ଅଛି। ସୁ-ସମ୍ବାଦ ପାଇ ଖୁସି ହୋଇପାରନ୍ତି। ଅର୍ଥ ପ୍ରାପ୍ତିର ସୂଚନା ମିଳୁଛି। ଭାଇମାନଙ୍କ ମଧ୍ୟରେ ଶ୍ରେଷ୍ଠ ହେବେ। କୃଷି କର୍ମକାରୀ ହେବେ। ଯାନବାହନ ସୁଖ ମିଳିବ। ସୁଖଭୋଗ ଲାଭ କରିବେ।
ମିଥୁନ-ପ୍ରେମ ଘଟଣାରେ ସଫଳ ହେବେ।କାର୍ଯ୍ୟର ସଫଳ ରୂପାୟନ କରି ପ୍ରଶଂସିତ ହେବେ। ସର୍ବାଙ୍ଗୀଣ ଉନ୍ନତି ଆଶା କରାଯାଏ। ଭ୍ରାତୃଭାବ ଅତୁଟ ରହିବ। ବିବାଦୀୟ ଘଟଣାରେ ବିଜୟୀ ହେବେ। ସକଳ ଗୁଣଯୁକ୍ତ, ସୁଖୀ ଓ କାବ୍ୟ ଶାସ୍ତ୍ରଜ୍ଞ ହେବେ।
କର୍କଟ-କୌଣସି କାର୍ଯ୍ୟକୁ ନେଇ ନିଜେ ନିଜକୁ ସଙ୍କୁଚିତ ମନେ କରିବେ। ଘାତଚନ୍ଦ୍ର ଭୋଗ ହେତୁ ସତର୍କରେ ଚଳିବାକୁ ପଡ଼ିବ। ଧନାଗମ ହେବାର ସୂଚନା ମିଳୁଛି। ମିଷ୍ଟଭାଷୀ ହୋଇପାରନ୍ତି। ଚଞ୍ଚଳମନା, କୀର୍ତ୍ତିମାନ୍‌, ଅତି ସୁଖୀ ହେବେ।
ସିଂହ- ବାଣିଜ୍ୟ-ବ୍ୟବସାୟରେ ଆୟ ବୃଦ୍ଧି ହେବ। ଶ୍ରୀଚନ୍ଦ୍ର ଭୋଗ ହେଉଥିବାରୁ ଉତ୍ତମ ଭୋଜନରେ ଆପ୍ୟାୟିତ ହୋଇପାରନ୍ତି। ଉନ୍ନତି ମାର୍ଗରେ ଆଗକୁ ବଢ଼ିବେ। ଦାମ୍ପତ୍ୟ ଜୀବନ ସୁଖପ୍ରଦ ହେବ। ସରକାରୀ ଓ ବନ୍ଧୁ ସହାୟତାରୁ ଲାଭବାନ୍ ହେବେ।
କନ୍ୟା-ବିପଦର ସୂଚନା ପାଇପାରନ୍ତି।କାର୍ଯ୍ୟ କଷ୍ଟସାଧ୍ୟ ହୋଇପାରେ। ଅସୁବିଧାରୁ ଉଧୁରିବାକୁ ହେଲେ ଖର୍ଚ୍ଚାନ୍ତ ହେବାକୁ ପଡ଼ିବ। କଅଁଳ କଥାରେ ଅନ୍ୟକୁ ଭୁଲାଇ ପାରିବେ। ଚଞ୍ଚଳ ପ୍ରକୃତିର ହେବେ। ଆନନ୍ଦ ଉପଭୋଗ କରିପାରନ୍ତି।
ତୁଳା- ଚିନ୍ତାରୁ ମୁକ୍ତି ପାଇବେ। କର୍ମକ୍ଷେତ୍ରରେ ଉତ୍ସାହ ବୃଦ୍ଧି ପାଇବ। ଚିନ୍ତାଧାରା ଉନ୍ନତମାନର ହେବ। ପ୍ରୀତିଭୋଜନ ମିଳିପାରେ। ନାନାବିଧ ସମ୍ମାନର ଅଧିକାରୀ ହେବେ। ଗୁଣଜ୍ଞ ହେବେ। କୀର୍ତ୍ତିମାନ୍ ହୋଇପାରନ୍ତି। ପ୍ରସନ୍ନତା ଲାଭ କରିବେ।
ବିଛା-ଧନ ସଞ୍ଚୟ ପାଇଁ ମନ ବଳାଇ ପାରନ୍ତି।କାର୍ଯ୍ୟରେ ସଫଳତା ଲାଭ କରିବେ। ଭୋଗ-ବିଳାସ କରିପାରନ୍ତି। ସମ୍ମାନ ବୃଦ୍ଧି ହେବ। ଉପୁଜି ଥିବା ସମସ୍ୟାର ସମାଧାନ ହେବ। ପ୍ରବଳ ଉଦ୍ୟମ କରି କାର୍ଯ୍ୟ ହାସଲ କରିବେ।
ଧନୁ- ପିଲାମାନଙ୍କ କାର୍ଯ୍ୟରେ ସନ୍ତୁଷ୍ଟ ହେବେ। ମନରେ ଭକ୍ତିଭାବ ଜାଗ୍ରତ ହେବ। ଠାକୁରଙ୍କ ଦର୍ଶନ ଲାଭ କରିବାର ସୌଭାଗ୍ୟ ଉଦୟ ହୋଇଛି। ଅର୍ଥ ପ୍ରାପ୍ତିର ସୂଚନା ମିଳୁଛି। ଜନୈକା ମହିଳାଙ୍କ ଦ୍ବାରା ଉପକୃତ ହେବେ। ପ୍ରତିଯୋଗିତାରେ ବିଜୟୀ ହେବେ।
ମକର-ପାରିବାରିକ କ୍ଷେତ୍ରରେ ଉନ୍ନତି ଘଟିବ। ଘାତଚନ୍ଦ୍ର ଓ ଅଷ୍ଟମ ଚନ୍ଦ୍ର ଆପଣଙ୍କ ପାଇଁ ପୀଡ଼ାଦାୟକ ହୋଇପାରେ। ସାମାନ୍ୟ ଅସୁସ୍ଥତା ଅନୁଭବ କରିପାରନ୍ତି। ସ୍ବାଭିମାନୀ ହେବେ। ଯୁଗ୍ମ-ବ୍ୟବସାୟ ଲାଭଜନକ ହୋଇପାରେ।
କୁମ୍ଭ- ଯାନବାହନ କିଣିବାର ସୁଯୋଗ ସୃଷ୍ଟି ହୋଇଛି। ସମ୍ମାନିତ ହେବେ। ଦାୟିତ୍ବ ନିର୍ବାହ କରି ପ୍ରଶଂସାର ପାତ୍ର ହେବେ। ପାରିବାରିକ ସୁଖ ମିଳିବ। ଯଶ ଅର୍ଜନ କରି ଆତ୍ମତୃପ୍ତି ଲାଭ କରିବେ। ବନ୍ଧୁ ସହାୟତା ମିଳିବ। ପତ୍ନୀଙ୍କ ଇଙ୍ଗିତରେ ଚଳିବେ।
ମୀନ-କୌଣସି କାରଣରୁ କ୍ରୋଧିତ ହୋଇପାରନ୍ତି। ଭବିଷ୍ୟତ ପାଇଁ ନୂତନ ଯୋଜନା ପ୍ରସ୍ତୁତ କରିବେ। ସୁସ୍ଥ ଓ ନିରାମୟ ଜୀବନ ଯାପନ କରିପାରନ୍ତି। ବଳବାନ୍ ହେବେ। ଶତ୍ରୁ ଦମନ କରିବାରେ ସକ୍ଷମ ହୋଇପାରନ୍ତି। ଜନ କଲ୍ୟାଣ ଲାଭ କରିବେ।

ନିତୀବାଣୀ-ଅତୀତ କୁ କେବେବି ଫେରେଇ ହୁଏନାହିଁ କି ଭବିଷ୍ୟତକୁ କେବେବି ପୂର୍ବାନୁମାନ କରି ହୁଏନାହିଁ ତଥାପି ଏମଣିଷ ବଞ୍ଚିରହି ପ୍ରତ୍ୟେକମୁହୂର୍ତ୍ତରେ ଖୁସି ଚାହିଁଥାଏ,ବୋଧହୁଏ ଏହାହିଁ ଜୀବନ ର ସଂଜ୍ଞା ।
ବାସ୍ତୁଟିପ୍ପଣୀକବାଟ ପାଖରେ କେଉଁ ୩ଟିଜିନିଷ ରଖିବାଦ୍ୱାରା ଆମର କ୍ଷତି ହେବାର ସଂକେତ ମିଳେ?
ବାସ୍ତୁଶାସ୍ତ୍ର ଅନୁସାରେ ଏହିସବୁ ଜିନିଷ ରଖିବାଦ୍ୱାରା ଆମର ହିଁ କ୍ଷତି ହୋଇଥାଏ । ସେହିଭଳି ୩ ଟିଜିନିଷ ଅଛି ଯାହା ରଖିବାଦ୍ୱାରା ମଣିଷର କ୍ଷତି ହିଁ ହୋଇଥାଏ । ପ୍ରଥମ ଜିନିଷଟି ହେଲା କାକଟସଗଛ ବା କୌଣସି କଣ୍ଟାଜାତୀୟଗଛ ଘରର ମୁଖ୍ୟଦ୍ଵାରରେ ରଖନ୍ତୁନାହିଁ । ଦ୍ଵତୀୟଟି ହେଲା କୌଣସି ଭଙ୍ଗାଖଟ, ପଲଙ୍କ , ଚଉକି ଆଦି ରଖିବେନାହିଁ ।ତୃତୀୟଟି ହେଲା ଭଙ୍ଗାବାସନ ରଖିବେନାହିଁ ଏହାପାଇଁ ଦେବା ଦେବୀ ଘର ଭିତରକୁ ପ୍ରବେଶ କରନ୍ତିନି । ଏହାପାଇଁ ଶନିଦେବ ମଧ୍ୟ କ୍ରୋଧ କରନ୍ତି । ଯାହାଫଳରେ ଆପଣଙ୍କଉପରେ ଶନିଙ୍କ କୁଦୃଷ୍ଟି ପଡିପାରେ ଦରିଦ୍ର ଓ ଘରେ ଅଶାନ୍ତି ସୃଷ୍ଟିହୁଏ । ତେଣୁ ଭୁଲରେ ଘରର ମୁଖ୍ୟ ଦ୍ୱାରରେ ଏହି ଜିନିଷ ରଖିବେ ନାହିଁ ।
କାହିଁକି ରାତିରେ କାନ୍ଦନ୍ତି କୁକୁର? ଜାଣନ୍ତୁ ପ୍ରକୃତ କାରଣ……
ହିନ୍ଦୁଧର୍ମ ପୁରାଣରେ କୁକୁରକୁ ଯମଙ୍କ ଦୂତ ବୋଲି କୁହାଯାଇଛି ଏବଂ ଭୈରବବାବାଙ୍କ ସେବକ ବୋଲି ମଧ୍ୟ କୁହାଯାଏ। ତେଣୁ କୁକୁରଙ୍କ ସେବାକରିବା ବାବାଭୈରବଙ୍କ ସେବାକରିବା ସହ ସମାନ ହୋଇଥାଏ । କୁକୁର ବହୁ ସମ୍ବେଦନଶୀଳ ଏବଂ ଚାଲାଖ ହେବାସହ ଭଲ ସାଥି ମଧ୍ୟ ହୋଇଥାଏ। ହେଲେ କୁକୁର ରାତିରେ ଭୋକିବାକୁ କାନ୍ଦିବା ବୋଲି କୁହାଯାଏ। କୁକୁର କାନ୍ଦିବାକୁ ଅଶୁଭ ମଧ୍ୟ ମାନାଯାଏ। ଚାଲନ୍ତୁ ଜାଣିବା ଏହା ପଛରେ ଥିବା ପ୍ରକୃତ କାରଣ।
ହିନ୍ଦୁଧର୍ମରେ କୁକୁରକୁ ଏକ ରହସ୍ୟମୟପ୍ରାଣୀ ବୋଲି କୁହାଯାଏ। କୁକୁର ମନୁଷ୍ୟର ବହୁତ ଭଲ ମିତ୍ର ହୋଇଥାଏ। କୁକୁରଙ୍କୁ ଅଳ୍ପ ଟିକେ ସ୍ନେହଶ୍ରଦ୍ଧା ଦେଲେ ସେମାନେ ନିଜ ଜୀବନ ଦେବାକୁ ମଧ୍ୟ ପଛାନ୍ତି ନାହିଁ।ଶ୍ରୀକୃଷ୍ଣ ମଧ୍ୟ କହିଛନ୍ତି, କୁକୁରକୁ ଘରେ ରଖିବା ତାର ସେବା କରିବା ଓ ଭଲପାଇବା ପାପନୁହେଁ ବୋଲି ବରଂ ଏହା ଅତ୍ୟନ୍ତ ପୁଣ୍ୟରକାମ। କିନ୍ତୁ ରାତି ସମୟରେ ପ୍ରାୟତଃ କୁକୁର ମାନେ ଜୋରରେ କାନ୍ଦିବା ଏବଂ ଭୋକିବାର ଶୁଣାଯାଏ।ତେଣୁ କୁହାଯାଏ ଯେ, କୁକୁରମାନେ ପ୍ରେତାତ୍ମା ମାନଙ୍କୁ ଦେଖି ପାରନ୍ତି, ସେଥିପାଇଁ କାନ୍ଦନ୍ତି କିମ୍ବା ଭୋକିଥାନ୍ତି। ଆହୁ କିଛି ଲୋକ ଏହା ମଧ୍ୟ କହିଥାନ୍ତି ଯେ, କୁକୁରମାନଙ୍କୁ ମନୁଷ୍ୟର ମୃତ୍ୟୁର ଖବର ଆଗରୁ ସୂଚନା ମିଳିଯାଏ, ତେଣୁ ସେମାନେ ଜୋର ଜୋରରେ କାନ୍ଦିବା ସହ ଭୋକିଥାନ୍ତି। ତେବେ ଏସବୁ କଥା କେତେ ସତ ଓ କେତେ ମିଛ ତାହା ତ କେବଳ ଭଗବାନ ହିଁ ଜାଣନ୍ତି।
ଆପଣ ଦେଖିଥିବେ ଯଦି ଗୋଟିଏ ଇଲାକାର କୁକୁର ଆଉ ଏକ ଇଲାକାକୁ ଚାଲିଯାଏ ତେବେ ତାକୁ ସେଠାକାର କୁକୁରମାନେ ଭୋକିବା ସହ ତଡ଼ି ଦିଅନ୍ତି। କୁକୁରଙ୍କୁ ଶାନ୍ତ ସ୍ଥିତି ପସନ୍ଦ ହୋଇଥାଏ। ସେମାନଙ୍କୁ ଅଧିକ ଶବ୍ଦ, ବାସନକୁସନ ଶବ୍ଦ ଓ ଗାଡିମଟର ଶବ୍ଦ ବିଲକୁଲ ପସନ୍ଦ ନୁହେଁ।ତେଣୁ ଏଭଳି ଶବ୍ଦ ଶୁଣିଲେ ଏହାର ବିରୋଧ କରି ସେମାନେ ଭୋକିଥାନ୍ତି। ସେମାନେ ନିଜ ଭୋକିବାରେ ନିଜ ରାଗ, ଅଭିମାନ ଓ ଭଲପାଇବାକୁ ଦର୍ଶାଇଥାନ୍ତି। ତେବେ ଭୋକିବା କୁକୁରଙ୍କର ଏକ ସ୍ଵାଭାବିକ ସ୍ଵଭାବ। କିନ୍ତୁ ଆମ ଭଳି ମଣିଷ ଏହାକୁ ଅଶୁଭ ଓ ଖରାପ ବୋଲି କହିଥାନ୍ତି।
ଧାର୍ମିକ ଦୃଷ୍ଟିକୋଣ କ’ଣ କହିଥାଏ-କୁକୁରଟି ଭୈରବ ବାବାଙ୍କ ବାହନ ବୋଲି କୁହାଯାଏ। ଏପରି ପରିସ୍ଥିତିରେ, କୁକୁର ସହିତ ଜଡିତ ଯେକୌଣସି ଘଟଣା ଉଭୟ ଶୁଭ ଏବଂ ଭଲ ସଙ୍କେତ ଦେଇଥାଏ। ତାହା ହେଉଛି, କୁକୁର ରାତିରେ କିମ୍ବା ଦିନରେ କାନ୍ଦୁ, ଏହା ସମାନ ଏବଂ ଏହା ଏକ ସଙ୍କେତ ଯେ ଭଗବାନ ଭୌରବ ବ୍ୟକ୍ତିଙ୍କୁ ଚେତାବନୀ ଦେଉଛନ୍ତି। ଅବଶ୍ୟ, ଏହା କୌଣସି ଅଘଟଣ ଘଟଣା କୁ ସୂଚିତ କରେନାହିଁ।ଏହା ବ୍ୟତୀତ କୁକୁରର ଦୃଷ୍ଟି, ଶ୍ରବଣ ଏବଂ ଗନ୍ଧର ଶକ୍ତି ଅତ୍ୟନ୍ତ ତୀକ୍ଷ୍ଣ ବୋଲି ମଧ୍ୟ ବିଶ୍ୱାସ କରାଯାଏ। ଏପରି ପରିସ୍ଥିତିରେ ଗୃହପାଳିତ କୁକୁରର କାନ୍ଦିବା ମଧ୍ୟ ପୂର୍ବଜଙ୍କ ଆତ୍ମ ହେତୁ ହୋଇପାରେ। କୁହ ଯେ ପିତୃପୁରୁଷଙ୍କରୂପ ପ୍ରାଣର ରୂପଠାରୁ ଭିନ୍ନ ରହିଥାଏ। ପିତୃପୁରୁଷଙ୍କୁ ଦେଖିବା ଶୁଭବୋଲି ବିବେଚନା କରାଯାଏ। ଏହିସବୁ ଜିନିଷର ଆଧାର ଶାସ୍ତ୍ର ନୁହେଁ ବରଂ କିଛି ଧାର୍ମିକକିମ୍ବଦନ୍ତୀ ଯାହାକି ବର୍ଷବର୍ଷ ଧରି ଚାଲିଆସୁଛି।

 

ବିଜ୍ଞାନ କଣ କହିଥାଏ-ବିଜ୍ଞାନ କହିଛି ଯେ କୁକୁର ଭୁକିବା ଦ୍ୱାରା ଅନ୍ୟ କୁକୁର ମାନଙ୍କୁ ବାର୍ତ୍ତା ପଠାଆନ୍ତି। ଅର୍ଥାତ୍ କୁକୁରମାନଙ୍କର କାନ୍ଦିବା ପରସ୍ପରକୁ ବାର୍ତ୍ତାଦେବାର ଏକ ଉପାୟ। ଆହୁରି ମଧ୍ୟ, ଯଦି କୁକୁର ଯନ୍ତ୍ରଣା ଅନୁଭବ କରେ କିମ୍ବା ଶାରୀରିକ ସମସ୍ୟା କିମ୍ବା ଅସୁସ୍ଥତା ଥାଏ ତେବେ କୁକୁର ବହୁତ କାନ୍ଦିଥାଏ। କୁକୁରଟି ଅତ୍ୟନ୍ତ ସହଭାଗୀପ୍ରାଣୀ ହୋଇଥିବାରୁ ଏକାକୀ ହେତୁ ଏହା ମଧ୍ୟ ଘଟେ। ହେଲେ ଏପର୍ଯ୍ୟନ୍ତ ରାତିରେ କୁକୁର କାନ୍ଦିବାକୁ ନେଇ କୌଣସି ବାସ୍ତବତା ସାମ୍ନାକୁ ଆସିନାହିଁ। ଆଜିର ଦିନଟି ମଙ୍ଗଳମୟ ହେଉ!! ଜୟ ଜଗନ୍ନାଥ,ଜୟସୋମନାଥ,ଜୟମାଯୋଗମାୟା!!

 

 

 

 

Leave A Reply

Your email address will not be published.