ପଡିଲା ଡାଳ,ଉଡିଲା ପାଲ

କାଳବୈଶାଖୀ ବର୍ଷାରେ ବେହାଲ ବାରଙ୍ଗ ଅଞ୍ଚଳ

0 264

ବାରଙ୍ଗ,୨୫।୫(ଏସଏସନିଉଜ) ଅଦିନିଆ କାଳବୈଶାଖୀ ବର୍ଷରେ ବେହାଲ୍ ହୋଇପଡିଛି ବାରଙ୍ଗ ଅଞ୍ଚଳ । ଗୁରୁବାର ଅପରାହ୍ନରେ ବାରଙ୍ଗ ଅଞ୍ଚଳରେ କାଳବୈଶାଖୀ ତାର ତାଣ୍ଡବ ରଚିଛି ।ଅପରାହ୍ନ ପ୍ରାୟ ୧ଟା ରୁ କାଳବୈଶାଖୀ ପ୍ରଭାବରେ ଅଞ୍ଚଳରେ କୁଆପଥର ବର୍ଷା ସାଙ୍ଗକୁ ଭୀଷଣ ପବନ ବୋହିଥିଲା।ଦୁଇ ଘଣ୍ଟାରୁ ଉର୍ଦ୍ଧ ସମୟ ଧରି ଜାରି ରହିଥିଲା ବର୍ଷା ଓ ପବନ। ଏହାର ପ୍ରଭାବରେ ବିଭିନ୍ନ ସ୍ଥାନରେ ଗଛ ପଡି ରାସ୍ତାରେ ଜାତାୟତ ବାଧାପ୍ରାପ୍ତ ହୋଇଥିଲା।ସୂଚନା ମୁତାବକ ଫୁଲପୋଖରୀ ଗ୍ରାମ

ନିକଟ ମୁଖ୍ୟ ରାସ୍ତା ଉପରେ ଏକ ବଡ଼ ଗଛ ଉପୁଡ଼ି ପଡ଼ିଥିବା ବେଳେ କେତେକ ସ୍ଥାନରେ ଘରର ଟିଣ ଛପର ଉଡ଼ି ରାସ୍ତାରେ ପଡ଼ିଥିଲା। ସେହିପରି କୁହ୍ନେଇପଡ଼ା ଆଦୀମାତା ଠାକୁରାଣୀ ମନ୍ଦିର ସାମ୍ନା ବାଙ୍କୀ ବାରଙ୍ଗ ମୁଖ୍ୟ ରାସ୍ତାରେ ଯାଉଥିବା ଏକ କାର ଉପରେ ବଡ଼ ଆମ୍ବ ଗଛ ପଡିଯାଇଥିଲା । କାରଟି ଗଛ ତଳେ ଚାପି ହୋଇ ରହିଥିବା ବେଳେ ସୌଭାଗ୍ୟ ବଶତଃ କାର ଚାଳକ ଓ କରରେ ଥିବା ଅନ୍ୟ ଜଣେ ଅଳ୍ପକେ ବର୍ତ୍ତି ଯାଇଥିଲା । ସଙ୍ଗେ ସଙ୍ଗେ ସ୍ଥାନୀୟ ଲୋକଙ୍କ ସହଯୋଗ ରେ କାର ଉପରୁ ଗଛ କାଟି ସଫା କରିବା ସହିତ ରାସ୍ତା ଉପରୁ ଗଛକୁ କାଟି ସଫା କରିଥିଲେ । ପରେ ଯାତାୟାତ ସ୍ଵାଭାବିକ ହୋଇଥିଲା ।ସେହିପରି ଜୟପୁର ଗ୍ରାମରେ ଯାତ୍ରା ପାର୍ଟି ପଡ଼ିଥିବା ବେଳେ କାଳବୈଶାଖୀ ବର୍ଷାରେ ଟେଣ୍ଡ ର କେତେକାଂଶ ଭାଙ୍ଗିଯାଇଥିବା ବେଳେ ପଡିଥିବା ପାଲ ପବନରେ ଉଡିଥିଲା ।

Leave A Reply

Your email address will not be published.