ଦିନକପରେ ନିଖୋଜମହିଳାଙ୍କ ମୃତଦେହ ଉଦ୍ଧାର

ବାରଙ୍ଗ, ୨୦।୮(ଏସଏସନିଉଜ)ପୁରୀ ମୁଖ୍ୟକେନାଲକୁ ଲୁଗା ଧୋଇବାକୁ ଶନିବାର ସନ୍ଧ୍ୟାରେ ଯାଇ ନିଖୋଜ ହୋଇଯାଇଥିବା ମହିଳାଙ୍କ ମୃତଦେହ ରବିବାର ଦିନ କେନାଲରୁ ଉଦ୍ଧାର କରିଛି ବାରଙ୍ଗ ଅଗ୍ନିଶମବାହିନୀ। ପ୍ରକାଶଯେ, ଶନିବାର ସଂନ୍ଧ୍ୟାରେ ବଡ଼ମୁଣ୍ଡଳୀ ଗ୍ରାମର ପ୍ରେମଲତାସାହୁ ପୁରୀ ମୁଖ୍ୟ କେନାଲକୁ ଲୁଗାଧୋଇବାକୁ ଯାଇ ନିଖୋଜ ହୋଇଯାଇ ଥିଲେ।ପରିବାର ଲୋକ ବହୁ ଖୋଜା ଖୋଜି କରି ନିରାଶ ହେବାରୁ କେନାଲରେ ବୁଡିଯାଇଥିବାର ସନ୍ଦେହ କରି ବାରଙ୍ଗ ଅଗ୍ନିଶମ ବହିନୀକୁ ଖବର ଦେଇଥିଲେ।ରାତିରେ ଅଗ୍ନିଶମ ବାହିନୀ ବହୁ ଖୋଜାଖୋଜି ପରେ ମଧ୍ୟ ପ୍ରେମଲତାଙ୍କ ପତି ପାଇପାରି ନଥିଲେ। ରବିବାର ସକାଳୁ ଅଗ୍ନିଶମ କର୍ମଚାରୀ ପ୍ରେମଲତା ଗାଧୋଇବା ସ୍ଥାନରେ ପହଂଚି ପୁରୀ ମୁଖ୍ୟ କେନାଲରେ ସର୍ଚ୍ଚ ଅପରେସନ ଜାରି ରଖିଥିଲେ। ବହୁ ଖୋଜା ଖୋଜି କରିବା ପରେ ଗାଧୋଉଥିବା ସ୍ଥାନରୁ କିଛି ଦୂରରୁ ପ୍ରେମଲତାଙ୍କ ମୃତଦେହ ଉଦ୍ଧାର କରିଥିଲେ।ଗୋଡ଼ିସହିଫାଣ୍ଡି ପୋଲିସ ଘଟଣାସ୍ଥଳରେ ପହଁଚି ମୃତ ଦେହକୁ ଜବତକରିବା ସହ ୮/୨୩କେଶ ନମ୍ବରରେ ଏକ ଅପମୃତ୍ୟୁ ମାମଲା ରୁଜୁକରି ବ୍ୟବଛେଦ ପାଇଁ ପଠାଇଛି।

- Advertisement -

Leave A Reply

Your email address will not be published.