ଦୁଇଗର୍ଭବତୀ ଦୁଇକିମି ଚାଲିଲେ

କେନ୍ଦୁଝର,୨୬।୮(ଏସଏସନିଉଜ)ହରିଚନ୍ଦନପୁର ବ୍ଲକ୍‌ ବଡ଼ପଳାଶପାଳ ପଞ୍ଚାୟତର ଦୁର୍ଗମ କହ୍ନେଇଗୋଳା ଗ୍ରାମର ଦୁଇଜଣ ଗର୍ଭବତୀ ଦୁଇ କିଲୋମିଟର ଚାଲିବା ସହ ତିନିଟି ନାଳ ପାର ହେବାକୁ ପଡ଼ିଛି।ରାସ୍ତା ନଥିବାରୁ ଆମ୍ବୁଲାନ୍ସ ଗାଁକୁ ଆସିପାରୁ ନାହିଁ।ଏହାହେଉଛି ଜନନୀ ଯନ୍ତ୍ରଣାର ବିକଳ ଚିତ୍ର ।ଗ୍ରାମର ତରଣୀ ଜୁଆଙ୍ଗଙ୍କ ପତ୍ନୀ ସାଇତି ଓ ରବୀନ୍ଦ୍ର ଜୁଆଙ୍ଗଙ୍କ ପତ୍ନୀ ରଇବାରୀଙ୍କ ପ୍ରସବ ଯନ୍ତ୍ରଣା ଯୋଗୁ ହରିଚନ୍ଦନପୁର ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ରର ମା ଗୃହକୁ ନେବାର ଥିଲା।କିନ୍ତୁ ଏଥିପାଇଁ ପରିବାର ଲୋକେ ଆମ୍ବୁଲାନ୍ସକୁ ଖବର ଦେଇଥିଲେ ମଧ୍ୟ ଗାଁକୁ ରାସ୍ତା ନଥିବାରୁ ଆମ୍ବୁଲାନ୍ସ ଆସିପାରିନଥିଲା। ପରିବାର ଲୋକଙ୍କ ସହ ଦୁଇ କିଲୋମିଟର ଚାଲିଚାଲି ତିନିଟି ନାଳ ପାର ହୋଇ ରାଣୀପଦା ଗ୍ରାମକୁ ଆସିବାକୁ ପଡିଥିଲା। ସେଠାରେ ଦୀର୍ଘ ସମୟ ଧରି ଅପେକ୍ଷା କରିବା ପରେ ଆମ୍ବୁଲାନ୍ସ ପହଞ୍ଚିଥିଲା ।

- Advertisement -

Leave A Reply

Your email address will not be published.