ବାଲେଶ୍ବର,୨୬।୮(ଏସଏସନିଉଜ)ପଶ୍ଚିମବଙ୍ଗକୁ ଖନ୍ତାପଡ଼ା ଅଞ୍ଚଳରୁ ଟ୍ରେନ୍ରେ ଚାଲାଣ ହେଉଥିବା ବେଳେ ୨୫ଟି ଗୋଧି,ଗୋଟିଏ କଇଁଛ ଓ ୨ଟି ଡାହୁକପକ୍ଷୀକୁ ଆରପିଏଫ୍ ଉଦ୍ଧାର କରିଛି।ଏଥିରେ ସଂପୃକ୍ତ ପଶ୍ଚିମବଙ୍ଗ ମେଦିନୀପୁର ଅଞ୍ଚଳର ସଞ୍ଜୟ ନାୟକ (୨୫)କୁ ଧରି ବନ ବିଭାଗକୁ ହସ୍ତାନ୍ତର କରିଛି। ଅଭିଯୁକ୍ତ ପାଖରୁ ୩୦ଟିଫାଶ ଓ ଦୁଇଟି ବାଟୁଳି ଜବତ କରାଯାଇଛି।ଗତକାଲି ବିଳମ୍ବିତ ରାତିରେ ରୂପ୍ସା ରେଳଷ୍ଟେସନ୍ କର୍ତ୍ତୃପକ୍ଷଙ୍କଠାରୁ ଖବର ପାଇ ଚାନ୍ଦିପୁର ରେଞ୍ଜ ଅଧିକାରୀ ମାନେ ଧରିଛନ୍ତି।ଉଦ୍ଧାରପରେ ଗୋଧି, କଇଁଛ ଓ ଡାହୁକ ପକ୍ଷୀକୁ କୁଲଡିହା ଅଭୟାର ଣ୍ୟରେ ଛଡ଼ାଯାଇ ଥିବାର ଜଣାଯାଇଛି।
