ଝିଆରୀକୁର୍ଦୁବ୍ୟବହାର, ଦାଦାକୁଆକ୍ରମଣ

ବନ୍ଧାହେଲା ଯୁବକ

 

ଭୁବନେଶ୍ବର,୨୬।୮(ଏସଏସନିଉଜ)ଘରେ ଏକୁଟିଆ ଥିବାର ସୁଯୋଗରେ ଘରେପଶି ଯୁବତୀଙ୍କୁ ର୍ଦୁବ୍ୟବହାର କରିବା ଓ ଏହାକୁ ପ୍ରତିବାଦ କରିବାରୁ ଯୁବତୀଙ୍କ ଦାଦାକୁ ଆକ୍ରମଣ କରି ରକ୍ତାକ୍ତ କରିବାଭଳି ଅଭାବନୀୟ ଘଟଣାରେ ମଞ୍ଚେଶ୍ବର ଥାନା ପୋଲିସ ପଦ୍ମକେଶରୀପୁର ଅଞ୍ଚଳର ଜଗନଦାସ ନାମକ ଯୁବକକୁ ଗିରଫ କରିଛି।ଗୁରୁବାର ସନ୍ଧ୍ୟା ସମୟରେ ରୁଦ୍ରଦାସଙ୍କ ଝିଆରୀ ଘରେ ଏକୁଟିଆ ଥିବା ସମୟରେ ଜଗନ ଓ ତା’ର ସହ‌ଯୋଗୀ ଘରେ ପଶିର୍ଦୁବ୍ୟବହାର କରିଥିଲେ।ଯୁବତୀଜଣଙ୍କ ଏହାକୁ ବିରୋଧ କରି ପାଟି କରିବାରୁ ଦାଦା ରୁଦ୍ର ଧାଇଁ ଆସିଥିଲେ।ଏଥିରେ ରାଗିଯାଇ ଜଗନ ଏକ କାଚବୋତଲ ଭାଙ୍ଗି ରୁଦ୍ରଙ୍କୁ ଆକ୍ରମଣ କରି ପଳାଇ ଯାଉଥିଲା।ଏହାକୁ ନେଇ ଉତେଜିତ ହୋଇପଡିଥିବା ଗ୍ରାମବାସୀ ଘେରିଯାଇ ଜଗନକୁ କାବୁ କରିବାସହ ତାର ସହଯୋଗୀ କୌଶଳ କ୍ରମେ ଖସିଯାଇଥିଲା।ଅନ୍ୟପଟେ ରୁଦ୍ରଙ୍କ ମୁଣ୍ଡ ଓ ଶରୀରରେ ଗଭୀର କ୍ଷତ ସୃଷ୍ଟି ହୋଇଥିଲା।ଖବରପାଇ ମଞ୍ଚେଶ୍ବରଥାନା ପୁଲିସ ପହଞ୍ଚି ଆହତ ରୁଦ୍ରଙ୍କୁ କ୍ୟାପିଟାଲ୍‌ ହସ୍ପିଟାଲ୍‌ କୁ ଚିକିତ୍ସା ପାଇଁ ପଠାଇବା ସହ ଜଗନକୁ ଥାନାକୁ ଆଣିଥିଲା।

- Advertisement -

Leave A Reply

Your email address will not be published.