ରେଲୱେର ଘରୋଇକରଣ ନୀତି , ଚକାଯାମ କରିବାକୁ କର୍ମଚାରୀଙ୍କ ଚେତାବନୀ

0 513

ଭୁବନେଶ୍ୱର-୧୩/୧୧-; ବୁଧବାର ଦିନ ସର୍ବଭାରତୀୟ ରେଳ ଚାଳକ ସଂଘ ତରଫରୁ ଭାରତ ସରକାରଙ୍କ ୧୦୦ ଦିନିଆ ଯୋଜନା ଅନ୍ତଗର୍ତ ରେଳୱେର ଘରୋଇକରଣ ଏବଂ ନିଗମିକରଣ ବିରୋଧରେ ଚାଳକ ସଂଘ ୭ଦଫା ଦାବିକୁ ନେଇ ସଂଘର ଖୋର୍ଦ୍ଧା ମଣ୍ଡଳ ସ୍ତରିୟ ଏକ ଆଲୋଚନା ଚକ୍ର ଜଟଣି ମାରୱାଡି ଧର୍ମଶାଳାରେ ଅନୁଷ୍ଠିତ ହୋଇଯାଇଛି । ରେଳବାଇ ଲାଭଜନକ ସ୍ଥିତିରେ ଥିବାବେଳେ ସରକାର ଏହାକୁ ଘରୋଇକରଣ କରିବାକୁ ଚକ୍ରାନ୍ତ କରୁଥିବାରୁ ସଂଘ ଏହାକୁ ଘୋର ନିନ୍ଦା କରିବା ସହିତ ବିରୋଧ ପଦର୍ଶନ କରିଥିଲା । ଟ୍ରେନ୍ ଚାଳକ ଓ ସହ ଚାଳକ ପାଇଁ ନିର୍ଦ୍ଧାରିତ ୧୯୮୦ ନିୟମ ଅନୁସାରେ ମାଇଲେଜ୍ ଭତ୍ତା ଲାଗୁ କରିବା, ଦୈନିକ ୮ଘଣ୍ଟା କାର୍ଯ୍ୟ ନିର୍ଦ୍ଧାରିତ କରିବା , ସପ୍ତାହରେ ୪୬ ଘଣ୍ଟା ବିଶ୍ରାମ ବ୍ୟବସ୍ଥା , ପୁରୁଣା ପେନ୍ସନ୍ ଯୋଜନା ପ୍ରଚଳନ, ଖାଲି ପଦବୀ ପୂରଣ , ଅବସର ପ୍ରାପ୍ତ ଚାଳକଙ୍କ ପେନ୍ସନ୍ରେ ଥିବା ଅସମାନତା ଦୂରକରିବା , ସ୍ଥାନାନ୍ତରଣରେ ନିର୍ଦ୍ଧିଷ୍ଟ ନିୟମ ଲାଗୁ କରିବା ଆଦି ଦାବିକୁ ନେଇ ଚାଳକମାନେ ବିକ୍ଷୋଭ ପଦର୍ଶନ କରିଥିଲେ । ଏହି ସମ୍ମିଳନୀକୁ ଶ୍ରୀ ଜନାର୍ଦ୍ଦନ ପତି ସମ୍ବଦ୍ଧିତ କରିଥିଲେ । ସଂଘର ଖୋର୍ଦ୍ଧାରୋଡ ମଣ୍ଡଳ ସଚିବ ଜୟପ୍ରକାଶ ଦଣ୍ଡପାଟ , ମଣ୍ଡଳ କାର୍ଯ୍ୟକାରୀ ସଭାପତି ସତ୍ୟନାରାୟଣ ପଟ୍ଟନାୟକ , କେନ୍ଦ୍ରିୟ କାର୍ଯ୍ୟକାରୀ ସଦସ୍ୟ ଅଞ୍ଜନ ସାହୁ , ଖୋର୍ଦ୍ଧା ଶାଖା ସଚିବ ରାକେଶ କୁମାର ମହାନ୍ତି , ବାନାମ୍ବର ସାହୁ , ପ୍ରଦିପ୍ତ ମହାନ୍ତି , ପ୍ରଫୁଲ୍ଲ କୁମାର ଦାସ , ବିଶ୍ୱଜିତ୍ ପୋଥାଳ , ଧନଞ୍ଚୟ ବେହେରା , କେ ଏସ୍ ରାଓ , ଏସ୍ ପି ପ୍ରଧାନ , କୁଞ୍ଜବିହାରି ପ୍ରଧାନ , ନିରଞ୍ଜନ ବେହେରା , ସାରଙ୍ଗଧର ବେହେରା ଆଦି ନେତୃତ୍ୱ ନେଇଥିଲେ । ଏହି କାର୍ଯ୍ୟକ୍ରମରେ ଖୋର୍ଦ୍ଧା ମଣ୍ଡଳର ବିଭିନ୍ନ ଶାଖାରୁ ଶତାଧିକ ରେଳ ଚାଳକ ଓ ସହ ଚାଳକମାନେ ଅଶଂଗ୍ରହଣ କରିଥିଲେ । ଆଗାମି ଦିନରେ ଭାରତ ସରକାର ରେଲୱେର ଘରୋଇକରଣ ନୀତି ବନ୍ଦ ନକଲେ ସଂଘ ଆନ୍ଦୋଳନକୁ ତିବ୍ର କରିବା ସହିତ ଦିଲ୍ଲୀରେ ବିଶାଳ ରାଲି କରିବା ସହିତ ସର୍ବଭାରତୀୟ ସ୍ତରରେ ସମସ୍ତ ରେଳ କର୍ମଚାରୀ ସଂଘକୁ ସାଥିରେ ନେଇ ଚକାଯାମ କରିବା ପାଇଁ ଚେତାବନୀ ଦେଇଛନ୍ତି ।

Leave A Reply

Your email address will not be published.