୨୦୨୩ମସିହା ସେପ୍ଟେମ୍ବରମାସ ୧୭ତାରିଖ ରବିବାର।କନ୍ୟାସଂକ୍ରାନ୍ତି, ବିଶ୍ଵକର୍ମାପୂଜା, ଶ୍ରୀମନ୍ଦିରରେ ନିକୁଞ୍ଜଲୀଳା, ଶ୍ରୀ ବରାହ ଅବତାର ଜୟନ୍ତୀ।ସୁର୍ଯ୍ୟୋଦୟ- ପ୍ରାତଃ ଘ୫/୩୭/ ୫୦, ସୂର୍ଯ୍ୟାସ୍ତ- ଘ୫/୪୪/ ୫୪,ଭାଦ୍ରବମାସ ,ଶୁକ୍ଳ ପକ୍ଷ,ଆଦିତ୍ୟବାସ,ତିଥି- ଦ୍ବିତୀୟା ଦିବା ଘ୧୧/୯ମି ପର୍ଯ୍ୟନ୍ତ ତଦନ୍ତେ ତୃତୀୟା ।ଯୋଗିନୀସ୍ଥିତି ଓ ଦୂରଯାତ୍ରା- ଯୋଗିନୀ ଉତ୍ତର ଦିଗରେ, ଦିବା ୧୧/୯ମି ପରେ ଆଗ୍ନେୟ କୋଣରେ। ସଂକ୍ରମଣ ଦୋଷ, ମଙ୍ଗଳଯୁକ୍ତ ଦୋଷ ହେତୁ ଯାତ୍ରାଦି ଶୁଭକର୍ମ ନିଷେଧ।ଘାତଚନ୍ଦ୍ର–ରାତ୍ରି ଘ୧୧/୪୪ମିମଧ୍ୟେ ବୃଷ ରାଶିର ଘାତଚନ୍ଦ୍ର,ଘାତବାର- ମେଷରାଶିର ଘାତବାର ସାମ୍ବତ୍ସରିକଶ୍ରାଦ୍ଧ–ତୃତୀୟାର ପାର୍ବଣଶ୍ରାଦ୍ଧ,ନିଷିଦ୍ଧ ଖାଦ୍ୟ-ବୋଇତାଳୁ ଦିବା ଘ୧୧/ ୯ମି ପରେ ପଟୋଳ ଭକ୍ଷଣ ନିଷେଧ।ଅଶୁଭବେଳା -ବାର ଓ କାଳ ବେଳା ଦିବାଘ ୧୦/୯ମି ରୁ ଘ୧/୧୯ମି ପର୍ଯ୍ୟନ୍ତ।କାଳରାତ୍ରି ରାତ୍ରି ଘ୧/୯ମି ରୁ ଘ୨/୩୯ମି ପର୍ଯ୍ୟନ୍ତ।ଶୁଭବେଳା–ଅମୃତ ଦିବା ଘ୬/୨୭ମି ରୁ ଘ୮/୩୧ମି ମଧ୍ୟେ, ଘ୧୨/୩ମି ରୁ ଘ୩/ ୧୫ମି ମଧ୍ୟେ, ରାତ୍ରି ଘ୮/୫ମି ରୁ ଘ୯/୪୧ମି ମଧ୍ୟେ, ଘ୧୨/୫ମି ରୁ ଘ୧/୪୧ମି ମଧ୍ୟେ, ଘ୨/ ୨୯ମି ରୁ ରାତ୍ରିଶେଷ ଘ୫/୩୮ମି ପର୍ଯ୍ୟନ୍ତ।ମାହେନ୍ଦ୍ରବେଳା ଦିବା ଘ୪/୩ମି ରୁ ଘ୪/୫୧ମି ପର୍ଯ୍ୟନ୍ତ ।ପୁଷ୍କରଦୋଷ- ମୃତ ବ୍ୟକ୍ତିର ୨ ପାଦ ବାର ଓ ତିଥି ପୁଷ୍କର ଦୋଷ। ଫଳଂ କୃଷିହାନି ଓ ଗୋପଶୁ ସମ୍ପଦରବିନାଶ। ଭୂମି ଓ ଅନ୍ନବସ୍ତ୍ରଦାନ। ଦିବା ଘ୧୧/୯ମି ପରେ ୧ପାଦ ବାର ପୁଷ୍କରଦୋଷ। ଫଳଂ କୃଷିହାନି ଓ ଭୂମିଦାନସହିତ ହୋମାଦି ଶାନ୍ତି ବିଧେୟ।ପ୍ରଥମ ରଜୋଦର୍ଶନେ- ରଜଶ୍ଚକ୍ରେ ଶୁଭଗା । ଘ୧୦/୪୫ମିପରେ ଭିକ୍ଷାସିନୀ (ମତାନ୍ତରେ ବିପୁତ୍ରା)। ବାର ଦୋଷ ହେତୁ ଶିବଙ୍କଠାରେ ଜଳାଭିଷେକ।ଶୁଭକର୍ମ:- ନାହିଁ।
🐏ମେଷ👉ଆଜି ଆପଣଙ୍କର ସୁସ୍ଥ ପାରିବାରିକ ଜୀବନ ଓ ନିରଙ୍କୁଶ କର୍ମସାଧନ ପାଇଁ ଆନୁସଙ୍ଗିକ ପରିବଶେ ସୃଷ୍ଟି କରିବ। ବନ୍ଧୁମାନଙ୍କ ସାହାଯ୍ୟ ଲାଭକରି ପ୍ରତିଦ୍ୱନ୍ଦ୍ୱିତାରେ ସଫଳତା ହାସଲ କରିପାରିବେ। ପାରିବାରିକସମସ୍ୟା ସମାଧାନ ରେ, ଜମିଜମା ବିବାଦରେ, ପରିବହନର ଝଗଡାରେ ବିଜୟୀ ହେବେ।
🐮ବୃଷ👉ଆଜି ନିଜର ସମ୍ପର୍କୀୟ କିମ୍ବା ପଡୋଶିନୀଙ୍କ ସହାନୁଭୂତି ଯୋଗୁ କାର୍ଯ୍ୟସାଧନ କରିପାରିବେ। ବ୍ୟବସାୟିକ ସଫଳତା ଓ କଳା, ସାହିତ୍ୟରେ ପ୍ରଶଂସିତ ହେବେ। ଦୀର୍ଘ ଦିନରୁ ରହି ଆସିଥିବା ବିବାଦୀୟ ଘଟଣାର ଅବସାନ ଘଟିବ। ଅଭାବ ନଥିଲେ ମଧ୍ୟ ଛୋଟ ଛୋଟ କଥାକୁ କେନ୍ଦ୍ରକରି ପରିବାରରେ ଝଡ ଉଠିବ।
👩❤️👨ମିଥୁନ👉ଆଜି ବ୍ୟୟ ବହୁଳତାମଧ୍ୟରେ କାର୍ଯ୍ୟସିଦ୍ଧି, ବନ୍ଧୁଙ୍କସହଯୋଗ ଓ ହିତୈଷୀଙ୍କ ପରାମର୍ଶ ପାଇ ଖୁସୀ ହେବେ। ପରିବାରର ଅନୁରୋଧ କ୍ରମେ କୌଣସିକାମ ସକାଶେ ଭ୍ରମଣ ରେ ବାହାରି ପାରନ୍ତି। ଉଦ୍ୟୋଗ, ନୂତନପ୍ରକଳ୍ପ କିମ୍ବା ବ୍ୟବସାୟ ରେ ସାମାନ୍ୟ ବ୍ୟତିକ୍ରମ ଦେଖା ଦେଇପାରେ। ଜଣେ ବ୍ୟକ୍ତିଙ୍କ ସହ ଉଚ୍ଚବାଚ୍ଚ ଘଟିବାର ଆଶଙ୍କା ରହିଛି।
🦀କର୍କଟ👉ଆଜି ଶରୀରିକ ଓ ମାନସିକ ସୁସ୍ଥତା ରକ୍ଷାକରି ଦୈନନ୍ଦିନର ଜୀବନଯାତ୍ରାକୁ ନିଷ୍କଣ୍ଟକ କରିବ। କର୍ମକ୍ଷେତ୍ରରେ ସହକର୍ମୀମାନେ ସହାନୁଭୂତିର ସହ ସହଯୋଗର ହାତ ବଢାଇବେ। ସାହିତ୍ୟ, ସାମ୍ବାଦିକତା, ଏଜେନ୍ସିପ୍ କ୍ଷେତ୍ରରୁ ସୁଫଳ ମିଳିବ। କଳା,ସାହିତ୍ୟ ଓ ସଙ୍ଗୀତ କ୍ଷେତରେ ପ୍ରତିଦ୍ୱନ୍ଦ୍ୱୀମାନଙ୍କ ମଧ୍ୟରେ ପ୍ରତିଯୋଗିତାର ସମ୍ବାବନା ରହିଛି।
🦁ସିଂହ👉ଆଜି ପଦସ୍ଥ ବ୍ୟକ୍ତିଙ୍କ ଅନୁକମ୍ପା, ସମ୍ମାନ ଜନକ ପଦବୀ, ସଙ୍ଗକୁ ସମ୍ବର୍ଦ୍ଧିତ ହୋଇପାରନ୍ତି। ପ୍ରଶାସନିକ ସ୍ତରରେ ବିଭିନ୍ନ ଯୋଜନା, ସମ୍ପର୍କୀୟ ଆଲୋଚନା, ଦୂର ଯାତ୍ରାର ସୁଯୋଗ ଲାଭକରି ଖୁସୀ ହେବେ। ଘରୋଇ କ୍ଷେତ୍ରରେ ଜମିଜମା କାରବାର, ଗାଡିମୋଟର ମରାମତି ସକାଶେ ଫଳପ୍ରଦ ଆଲୋଚନା କରିପାରନ୍ତି।
🙎♀️କନ୍ୟା👉ଆଜି ଦିନଟିରେ ନୂତନ କାର୍ଯ୍ୟାରମ୍ଭ, ସଭାସମିତି ଓ ବନ୍ଧୁଙ୍କ ସହ ଆଲୋଚନା ସକାରାମତ୍କ ରହିବ। ଅନୁଷ୍ଠାନିକ କାମ, ଯାନ୍ତ୍ରିକ ଶିଳ୍ପ ଓ ପରିବହନ କ୍ଷେତ୍ରରେ ଆଶାନୁରୂପ ଫଳ ପାଇବେନାହିଁ। ସହ ଯୋଗ କରିବାକୁ କଥା ଦେଇଥିବା ବନ୍ଧୁ ପରକ୍ଷଣରେ ଓଲଟା କଥା କହି ଯୁକ୍ତିତର୍କର ଆଶୟ ନେଇପାରନ୍ତି।
⚖️ତୁଳା👉ଦୀର୍ଘଦିନରୁ ପାଉନଥିବା ଅର୍ଥ କିମ୍ବା ଭବିଷ୍ୟନିଧିରୁ ଟଙ୍କା ପାଇ ଆବଶ୍ୟକତାକୁ ପୂରଣ କରିବେ। ଯେକୌଣସି ଗୁରୁତ୍ୱପୂର୍ଣ୍ଣ ନିଷ୍ପତି ନେବା ପୂର୍ବରୁ ପରିବାର ସହ ଆଲୋଚନା କରିବା ଭଲ ହେବ। ଜନମଙ୍ଗଳକାର୍ଯ୍ୟ କିମ୍ବା ସଭାସମିତିରେ ଯୋଗ ଦେଲେ ପ୍ରଶଂସିତ ହେବେ। କିନ୍ତୁ ଦୈହିକ ଦୁର୍ବଳତା ଯୋଗୁ ମନୋବଳ କମି ଯାଇପାରେ।
🦂ବିଛା👉ବନ୍ଧୁ ଗହଣରେ ବହୁ ପ୍ରତିକ୍ଷୀତ କାର୍ଯ୍ୟାରମ୍ଭ କରି ଏକ ପ୍ରକାର ଆତ୍ମତୃପ୍ତି ଅନୁଭବ କରିପାରନ୍ତି। ମାଙ୍ଗଳିକ କାର୍ଯ୍ୟ, ଜମିଜମା କ୍ରୟ କିମ୍ବା ଗୃହରମ୍ଭ, ପ୍ରତିଷ୍ଠାଦି ଓ ପ୍ରୀତି ପ୍ରଦାୟକ ରହିବ। ଉଚ୍ଚବର୍ଗଙ୍କ ସହାୟତା, ପାଖ ପଡ଼ୋଶୀଙ୍କ ଆଦର, ଅଭ୍ୟର୍ଥନା ସଙ୍ଗକୁ ବିଭିନ୍ନ କ୍ଷେତ୍ରରେ ସଫଳତାର ଝଲକ ଦେଖିପାରିବେ।
🏹ଧନୁ👉ମନ ଭିତରର ଅକୁହାକଥା ମାନସିକ ଦ୍ୱନ୍ଦ୍ୱ ସୃଷ୍ଟି କରିବ।ଆପଣଙ୍କ ରୁଚିପୂର୍ଣ୍ଣ ବ୍ୟବହାରରୁ ପ୍ରଶଂସିତ ହେବେ। ଆକସ୍ମିକ ଆବଶ୍ୟକତା ପୂରଣ କରିବା ସକାଶେ ଯେକୌଣସି ପ୍ରକାରେ ଅର୍ଥ ସଂଗ୍ରହ କରିପାରନ୍ତି। ସାଂଗଠନିକ କ୍ଷେତ୍ରରେ ଗଠନ ମୂଳକ ପ୍ରେରଣା ଦେଇ ପଦସ୍ଥବ୍ୟକ୍ତିଙ୍କ ଶ୍ରଦ୍ଧାଭାଜନ ହୋଇପାରନ୍ତି।
🐊ମକର👉ଅସ୍ବାଭାବିକ ଚିନ୍ତାଧାରାର ସୃଷ୍ଟି ହେବାସହ ବିକ୍ଷିପ୍ତ ମାନସିକ ସ୍ଥିତି ଉପତ୍ନ କରିବ। କିନ୍ତୁ କର୍ମାଧିପ ରାଶିରେ କର୍ମସାଧନ ପାଇଁ ଆପ୍ରାଣଉଦ୍ୟମ ଚଳାଇ କୃତକାର୍ଯ୍ୟହୋଇପାରନ୍ତି। ଆଜିରପ୍ରତ୍ୟୁଷ ଯାତ୍ରାପ୍ରଶାସନ, ବନ୍ଧୁସମ୍ପର୍କ, ମନୋରଞ୍ଜନ କାର୍ଯ୍ୟକ୍ରମ ଓ ବାଣିଜ୍ୟ, ବ୍ୟବସାୟାଦି ସନ୍ତୋଷଦାୟକ ରହିବ।
🏺କୁମ୍ଭ👉ସରକାରୀ ସାହାଯ୍ୟ, ବିଶିଷ୍ଟବ୍ୟକ୍ତିଙ୍କ ପ୍ରତିଶ୍ରୁତି ଆମତ୍ସମ୍ମାନ ବୃଦ୍ଧି କରିବ। ସ୍ଥଗିତକାର୍ଯ୍ୟ, ବିବାଦୀୟ ସ୍ଥିତି, ସହକର୍ମୀଙ୍କ ଅସହଯୋଗ କ୍ରମଶଃ ବଦଳିଯାଇପାରେ। ସମ୍ପର୍କୀୟମାନଙ୍କ ସାହାଯ୍ୟ ଅସମ୍ପୂର୍ଣ୍ଣ କାମକୁ ସମ୍ପୂର୍ଣ୍ଣ କରାଇବାର ସମ୍ଭାବନା ରହିଛି। ବିବାଦୀୟ ପରିସ୍ଥିତିରେ ପ୍ରିୟ କଥା କହି ସମସ୍ୟାକୁ ସୁଧାରି ନେବାକୁ ଚେଷ୍ଟା କରିବେ।
🐟ମୀନ👉ଲାଗିରହିଥିବା ଟେନସନ୍ କମିଯିବ, ସହଯୋଗ ଭିତିରେ କାମ କରି ଉଚ୍ଚ ପ୍ରଶଂସିତ ହେବେ। ଶିଳ୍ପ, ବ୍ୟବସାୟ, ପରିବହନ ଓ ବାଣିଜ୍ୟରେ ପ୍ରତିବନ୍ଧକ ଦୂରେଇଯିବ। ଭୁଲ୍ ବୁଝାମଣା ହେତୁ ଦାମ୍ପତ୍ୟ ଜୀବନରେ ଝଡ ସୃଷ୍ଟି ହୋଇପାରେ। ଯେତେ ଭଲ କାମ କଲେ ମଧ୍ୟ ଅନ୍ୟମାନେ ଦୋଷ ଖୋଜିପାରନ୍ତି।

ଦୃଷ୍ଟିଦେବତାମାନଙ୍କ ଶିଳ୍ପୀ।ସେ ଇନ୍ଦ୍ରଙ୍କବଜ୍ର ନିର୍ମାଣକରିଥିଲେ। ସେହିବଜ୍ରଦ୍ଵାରା ଇନ୍ଦ୍ର ବଧ କରିଥିଲେ ବୃତ୍ତକୁ ।ଋଗ ବେଦରେ କୁହାଯାଇଛି,ଦୃଷ୍ଟା କ୍ରିୟାକୁଶଳ ବ୍ୟକ୍ତିମାନଙ୍କ ମଧ୍ୟରେ ସର୍ବାପେକ୍ଷା କର୍ମଠ । ସେ ଅତିସୁନ୍ଦର ପାନପତ୍ରଗୁଡ଼ିକ ଦେବତାମାନଙ୍କ ପାଇଁ ପ୍ରସ୍ତୁତ କରିଥାନ୍ତି ।ସେ ଉତ୍ତମଲୌହ ନିର୍ମିତ କୁଠାରଶାଣିତ କରନ୍ତି । ତଦ୍ୱାରା ବ୍ରହ୍ମଣସ୍ପତିପାତ୍ର ନିର୍ମାଣ ଉପଯୋଗୀ କାଷ୍ଠଛେଦନ କରନ୍ତି । ବେଦର ସେହିବିଶ୍ୱସ୍ରଷ୍ଟା ପୁରାଣର ସେହିବିଶ୍ଵକର୍ମାଙ୍କୁ ସାଧାରଣତଃ ଆମେ ଦେଖିବାକୁ ପାଉ ଦେବଶିଳ୍ପୀ ଭୂମିକାରେ। ସେ ‘କର୍ତ୍ତାଶିଳ୍ପ-ସହସ୍ରାଣମ୍’ ସହସ୍ର ସହସ୍ର ଶିଳ୍ପର ସେ ଅଧିକର୍ତ୍ତା । ସେ ‘ଦେବାନାଂ କାର୍ଯ୍ୟସାଧକଃ’–ଦେବତା ମାନଙ୍କର ଶିଳ୍ପକାର୍ଯ୍ୟ ସାଧକ । ବିଶ୍ୱକର୍ମାଙ୍କଜନ୍ମ ସମ୍ବନ୍ଧରେ ବିଭିନ୍ନପୁରାଣ ଭିନ୍ନଭିନ୍ନ ମତ ଦିଅନ୍ତି । ବ୍ରହ୍ମବୈବର୍ତ୍ତ ପୁରାଣ କହେ ବ୍ରହ୍ମାଙ୍କ ନାଭିଦେଶରୁ ବିଶ୍ୱକର୍ମାଙ୍କ ଜନ୍ମ । ମାତ୍ର ବେଦରେ ବିଶ୍ୱକର୍ମାଙ୍କୁ ଅଜାତ ପୁରୁଷ ବା ସନାତନ ପୁରୁଷ ରୂପେ ବର୍ଣନା କରିଛି । ପୁରାଣର ବିଶ୍ଵକର୍ମା ବିମାନ ନିର୍ମାତା ଓ କାରୁକାର ଓ ଚିତ୍ରଶିଳ୍ପକାରକ ।ସେ ଅଳଙ୍କାର ଓ ଭୂଷଣପ୍ରସ୍ତୁତକାରକ।ମାନବ ଶିଳ୍ପୀମାନେ ବିଶ୍ୱକର୍ମାଙ୍କ ପ୍ରବର୍ତ୍ତିତ ଶିଳ୍ପ ସାଧନାକୁ ଉପଜୀବ୍ୟକରି ବଞ୍ଚିରହିଛନ୍ତି ।
ପୂଜାବିଧି-ଆଶ୍ଵିନମାସରେ ବିଶ୍ଵକର୍ମୀଙ୍କପୂଜା ପାଳିତ ହୁଏ । ଯେପରି ଧନର ଅଧିଶ୍ଵର ଗଣେଶ, ବିଦ୍ୟାର ଅଧିଶ୍ଵରୀ ସରସ୍ଵତୀ ଠିକ୍ ସେହିପରି ଶିଳ୍ପକାଳ, ଯାନ୍ତ୍ରୀକ ବିଦ୍ୟାର ଅଧିକାରୀ ବିଶ୍ଵକର୍ମୀ ବୋଲି ବିଶ୍ଵାସ କରାଯାଏ ।ଅତୀତରେ ଏ ମୂର୍ତ୍ତିପୂଜାର ପ୍ରଚଳନ ନଥିଲା, ତେଣୁ ଘଟପୂଜା ହେଉଥିଲା । ତାଛଡା କେତେକ ସ୍ଥାନରେ ଶାଳଗ୍ରାମକୁ ପୂଜା ମଧ୍ୟ କରାଯାଉଥିଲା । ଏହି ଦିନଟି ଠିକ୍ ସରସ୍ଵତୀ ଓ ଗଣେଶ ପୂଜା ପରି କରାଯାଏ । ପ୍ରତ୍ୟେକ ନିଜ ନିଜର ଅୟୁଧନମାନ ପୂଜାରେ ବସାଇ ଏହି ଦିନଟି ଉପବାସ ରହିବେ। ନୂତନ ବସ୍ତ୍ର ପରିଧାନ ମଧ୍ୟ କରିପାରିବେ । ମୂର୍ତ୍ତି ପୂଜା କଳକାରଖାନା ଶିଳ୍ପା ୟତନ ଗୁଡିକରେ କରିବେ । ଅନେକ ସ୍ଥାନରେ ଏହିଦିନ ଯାତ୍ରା, ପାଲା, ଦାଶକାଠିଆ ଆଦି କରାଯାଇ ଥାଏ । ଭଗବାନଙ୍କର ଚତୁର୍ଭୁଜ ମୂର୍ତ୍ତି ପୂଜା ପାଇଥାଏ । ବାମ ଉପର ହାତରେ ବଟାଳି ଓ ବାମ ତଳ ହାତରେ କେଉଁକେଉଁ ସ୍ଥାନରେ ମାର୍ତ୍ତୁଲ ବା ନିକିତି । ଦକ୍ଷିଣଉପର ହାତରେ ଚନ୍ଦ୍ର ଓ ତଳହାତରେ ଆଶୀର୍ବାଦ କରୁ ଥିବାରଠାଣି ଦୃଷ୍ଟିଗୋଚରହୁଏ ।ବିଶ୍ଵକର୍ମୀଙ୍କ ବର୍ଣ୍ଣ ଗୌରବର୍ଣ୍ଣ । ଭଗବାନ ବିଶ୍ଵକର୍ମୀଙ୍କ ବାହନ କେତେକ ସ୍ଥଳରେ ହାତୀ ପୁଣି ପୁଣି କେତେକ ସ୍ଥାନରେ ହଂସ । ଦୁଇଚକ୍ଷୁ, ପରିଧାନ ସାଧାରଣ ଲୁଗା, ଚଦର ଓ ବକ୍ଷରେ ପଇତା ଓ ମାଳା ।ଏ ପୂଜାପଦ୍ଧତି ଠିକ୍ ଅନ୍ୟ ପୂଜାପଦ୍ଧତି ପରି ହୋଇଥାଏ!!ଜୟଜଗନ୍ନାଥ, ଜୟସୋମନାଥ,ଜୟ ମା ଯୋଗମାୟା!!

