ମେଣ୍ଢାଶାଳ,୧୬।୯(ଲିଙ୍ଗରାଜରାଉତ)ଚନ୍ଦକାଥାନା ଅନ୍ତର୍ଗତ କଣ୍ଟାବାଡ଼ ନିକଟରେ ଏକ ଚାଉଳ ବୋଝେଇ ଟ୍ରକ ଧକ୍କାରେ ଜଣେ ଘରୋଇ ଡାକ୍ତରଖାନାରେ କାର୍ଯ୍ୟରତ ଫାର୍ମାସିଷ୍ଟଙ୍କର ମୃତ୍ୟୁଘଟିଛି । ମୃତକ ହେଉଛନ୍ତି ତାଳଚେରର ଦିନେଶକୁମାରପଟ୍ଟନାୟକ(୨୪)ାକଂଟାବାଡରେ ଥିବା ସ୍ପର୍ସ ହସ୍ପିଟାଲରେ ସେ ଫାର୍ମାସିଷ୍ଟଭାବେ କାର୍ଯ୍ୟକରୁଥିଲେ ।
ପ୍ରକାସ ଯେ,ଶନିବାର ଅପରାହ୍ନ ସାଢ଼େ ୨ଟା ପାଖାପାଖି ଚନ୍ଦକା-ପିତାପଲି ରାସ୍ତାର କଣ୍ଟାବାଡ ଗ୍ରାମପାଖରେ ଦୁର୍ଘଟଣାଟି ଘଟିଥିଲା। କଣ୍ଟାବାଡରେଥିବା ସ୍ପର୍ସ ହସ୍ପିଟାଲରେ ଫାର୍ମାସିଷ୍ଟଭାବେ କାର୍ଯ୍ୟକରୁଥିବା ଦିନେଶ ଓଡି୦୨-ସିଇ-୨୦୫୦ ନମ୍ବର ବାଇକଯୋଗେ ହସ୍ପିଟାଲରୁ କଣ୍ଟାବାଡ଼ ବଜାରକୁ ଆସୁଥିଲେ।ଏହିସମୟରେ ଖୋର୍ଦ୍ଧାରୁ ପିଡ଼ିଏସ ଚାଉଳ ନେଇ ଆସୁଥିବାଓଆର୦୨-ଏଭି-୭୧୨୧ ନମ୍ବର ଟ୍ରକ ବାଇକକୁ ସାମ୍ନାପଟୁ ଧକ୍କା ଦେଇଥିଲା।ଫଳରେ ବାଇକରୁ ଛିଟିକିପଡି ଦିନେଶ ଟ୍ରକଚକାତଳେ ପଡିଯାଇଥିଲେ ।ଯାହାଫଳରେ ଦିନେଶଙ୍କର ଘଟଣାସ୍ଥଳରେ ମୃତ ଘଟିଥିଲା ।ଦୁର୍ଘଟଣାପରେ ସ୍ଥାନୀୟ ଲୋକମାନେ ଖସିପଳାଉଥିବା ଟ୍ରକଚାଳକକୁ କାବୁକରି ଚନ୍ଦକା ପୋଲିସକୁ ଖବର ଦେଇଥିଲେ ।ଖବରପାଇ ଚନ୍ଦକାପୋଲିସ ଘଟଣାସ୍ଥଳରେ ପହଁଚି ଦୁର୍ଘଟଣା ଘଟାଇଥିବା ଟ୍ରକକୁ ଜବତ କରିବାସହ ଚାଳକକୁ ଗିରଫ କରିଥିଲେ ।ପୋଲିସ ଏକ ଅପମୃତ୍ୟୁମାମଲା ରୁଜୁକରି ମୃତଦେହକୁ ଜବତକରି ବ୍ୟବଛେଦପାଇଁ ପଠାଇଛି ।(ପଦ୍ମଚରଣବଡଜେନାଙ୍କରିପୋର୍ଟ)
Prev Post
Next Post
