ଦଶପଲ୍ଲା,୮ା୧୦(ଏସଏସନିଉଜ) ଗତକାଲି ବିଳମ୍ବିତ ରାତିରେ ଜଙ୍ଗଲକୁ ଶିକାର ପାଇଁ ଯାଇଥିବାବେଳେ ନିଜ ବନ୍ଧୁକରୁ ଗୁଳିଫୁଟି ବଦଲାଗାଁର ସନ୍ନ୍ୟାସୀ ଜାନୀ ନାମକ ଶିକାରୀ ଗୁରୁତର ଆହତ ହୋଇଛନ୍ତି ।ଏହିଭଳି ଏକ ଅଭାବନୀୟ ଘଟଣା ନୟାଗଡ଼- ବୌଦ୍ଧ ସୀମାନ୍ତ ବଦଲା ଜଙ୍ଗଲରେ ଘଟିଛି ।ଜାନୀ ଶିକାରକରିବାକୁ ବନ୍ଧୁକରେ ଗୁଳି ଭର୍ତ୍ତି କରି ଯାଉଥିବା ବେଳେ ହଠାତ୍ ଝୁଣ୍ଟି ପଡ଼ିଥିଲେ। ଏହି ସମୟରେ ହଠାତ୍ ଗୁଳିଫୁଟି ତାଙ୍କର ମଳଦ୍ୱାରରେ ବାଜିଥିଲା।ସନ୍ନ୍ୟାସୀଙ୍କ ମଳଦ୍ୱାରଟି ସମ୍ପୂର୍ଣ୍ଣ ନଷ୍ଟ ହୋଇ ଯାଇଛି। ତାଙ୍କୁ ଗୁରୁତର ଅବସ୍ଥାରେ ନୟାଗଡ଼ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟକୁ ଚିକିସ୍ସାପାଇଁ ନିଆଯାଇଥିବାର ଜଣାପଡିଛି ।
