ମେଣ୍ଢାଶାଳ,୨୯।୯(ଏସଏସନିଉଜ) ମଙ୍ଗଳବାର ଅପରାହ୍ନରେ ମେଣ୍ଢାଶାଳ ଗ୍ରାମର ଅଙ୍ଗନବାଡି କେନ୍ଦ୍ର ପରିସରରେ ରାଷ୍ଟ୍ରୀୟ ପୋଷଣ ମାସ ଉପଲକ୍ଷେ ଅଙ୍ଗାନ୍ କା ଉତ୍ସବ କାର୍ଯ୍ୟକର୍ମ ଅନୁଷ୍ଠିତ ହୋଇଯାଇଛି।ଅଙ୍ଗନବାଡି କର୍ମୀ ମମତା ଜେନାଙ୍କ ଆହ୍ୱାନ କର୍ମେ ଅଙ୍ଗନବାଡିରେ ଶିକ୍ଷା ଗ୍ରହଣ କରୁଥିବା ବାଳକ, ବାଳିକା ଓ ଅଭିଭାବକ,ବରିଷ୍ଠ ବ୍ୟକ୍ତିମାନଙ୍କୁ ନେଇ ଏକ ଆଲୋଚନା ଚକ୍ର ଅନୁଷ୍ଠିତ ହୋଇଥିଲା।ଏହି କାର୍ଯ୍ୟକ୍ରମରେ ଭୁବନେଶ୍ୱର ବ୍ଲକ୍ ସିଡିପିଓ ଶର୍ମିଷ୍ଠା ଚକ୍ରବର୍ତ୍ତୀ ଯୋଗଦେଇ ପିଲାମାନଙ୍କୁ ପୋଷଣ ଖାଦ୍ୟର ଆବଶ୍ୟକତା ଓ
ଶିଶୁମାନଙ୍କୁ ସୁସ୍ଥ ରଖିବା ଦିଗରେ ମହିଳାମାନଙ୍କ ପ୍ରଥମ କର୍ତ୍ତବ୍ୟ ବୋଲି ମତବ୍ୟକ୍ତ କରିଥିଲେ। ପ୍ରାରମ୍ଭରେ ସରପଂଚ କୌଶଲ୍ୟା ବଳିଆରସିଂ ପ୍ରଦୀପ ପ୍ରଜ୍ବଳନ କରି ସଭାକାର୍ଯ୍ୟ ଆରମ୍ଭ କରିଥିଲେ। ଅଙ୍ଗନବାଡି କର୍ମୀ ମମତା
ଜେନାଙ୍କ ତରଫରୁ ବରିଷ୍ଟ ନାଗରିକ ପଦ୍ମଚରଣ ବଡ଼ଜେନା, ପ୍ରଫୁଲ୍ଲ କୁମାର ପାତ୍ର, ସେବା ସମବାୟ ସମିତିର ସଭାପତି ମହେନ୍ଦ୍ର କୁମାର ପ୍ରଧାନଙ୍କୁ ଉତ୍ତରୀୟ ପୁଷ୍ପ ଗୁଚ୍ଛ ଦେଇ ସମ୍ବର୍ଦ୍ଧିତ କରିଥିଲେ।ଅନ୍ୟପଟେ ସର୍ବେଶ୍ୱର ସାମନ୍ତରାୟ
ଉତ୍ତମ କର୍ମୀ ରୂପେ ଅଙ୍ଗନବାଡି କର୍ମୀ ମମତା ଜେନା ଓ ଅଙ୍ଗନବାଡି ସହକର୍ମୀ ମାମି ବର୍ଦ୍ଧନଙ୍କୁ ମାନପତ୍ର ଓ ଉତରିୟ ଦେଇ ସମ୍ବର୍ଦ୍ଧିତ କରିଥିଲେ।ଗ୍ରାମରେ ଥିବା ପାଞ୍ଚଗୋଟି ଅଙ୍ଗନବାଡି କେନ୍ଦ୍ରରେ ଏହା ପାଳନ କରାଯାଇ ଥିଲା। ଶିଶୁମାନଙ୍କ ସ୍ୱାସ୍ଥ୍ୟ, ଶିକ୍ଷା ପାଇଁ ଗ୍ରାମାଞ୍ଚଳରେ ସରକାରଙ୍କ ତରଫରୁ ଗଣଚେତନା ସୃଷ୍ଟି ପାଇଁ ଏହିପରି କାର୍ଯ୍ୟକର୍ମ ହାତକୁ ନିଆଯାଇଛି ବୋଲି ସିଡିପିଓ ଶର୍ମିଷ୍ଠା ଚକ୍ରବର୍ତ୍ତୀ ପ୍ରକାଶ କରିଥିଲେ।(ପଦ୍ମଚରଣ ବଡଜେନାଙ୍କ ରିପୋର୍ଟ)
