ନୂଆ ରୂପରେ ଲାଗୁହେବ ଲକଡାଉନ ୪. ୦

0 452

ଖବର ସକାଲର ,ତା,୧୩/୫/୨୦ବୁଧବାର
୧-ଖୁସି ଖବର : ରାଜ୍ୟରେ ସୁସ୍ଥ ହେଲେ ଆଉ ୩୧ କରୋନା ଆକ୍ରାନ୍ତ।ଏହାକୁ ମିଶାଇ ରାଜ୍ୟରେ ମୋଟ୍ ୧୧୬ ଜଣ କରୋନା ଆକ୍ରାନ୍ତ ସୁସ୍ଥ ହୋଇଥିବା ବିଭାଗ ପକ୍ଷରୁ ସୂଚନା ।
୨-ଫି ନାହିଁ ତ ଇ-କ୍ଲାସ ନାହିଁ, ସମସ୍ତଙ୍କୁ ଇ-କ୍ଲାସ୍ର ସୁଯୋଗ ଦେବାକୁ ହାଇକୋର୍ଟଙ୍କ ନିର୍ଦ୍ଦେଶ।
୩-ଓଡ଼ିଶା କ୍ୟାଡ଼ର IAS ଅଫିସର ମନୋଜ ଆହୁଜା ଉଈଝଋ ଅଧ୍ୟକ୍ଷ ଭାବେ ନିଯୁକ୍ତ।
୪-ବଙ୍ଗୋପସାଗରରେ ଘୂର୍ଣ୍ଣିବଳୟ ଦାନା ବାନ୍ଧୁଛି : ୪ ଦିନ ପରେ ଆସିପାରେ ଲଘୁଚାପ।
୫-ନବମ ଓ ଦଶମ SC ଓ ST ଛାତ୍ରଛାତ୍ରୀଙ୍କୁ ମାଗଣାରେ ମିଳିବ ଅଢେଇ ଲକ୍ଷ ପାଠ୍ୟପୁସ୍ତକ।
୬-ଏଥର ହେବ ନାହିଁ ସ୍ବତନ୍ତ୍ର OJEE; ଜେଇଇ ମେନ୍ କ୍ବାଲିଫାଇଙ୍କୁ ମିଳିବ ଅଗ୍ରାଧିକାର।
୭-ଆଜିଠୁ ଗଡ଼ିବ କଟକ-ଭୁବନେଶ୍ୱର ବସ୍।ବସ୍‌ଟି ଅଫିସ୍ ଟାଇମ୍‌ରେ ଯା’ଆସ କରିବ ଓ ଭଡ଼ା ୩୦ଟଙ୍କା ଦେବାକୁ ହେବ।
୮-ଆଜିଠୁ ୧୬୦ ରଥନିର୍ମାଣ ସେବକଙ୍କ କୋଭିଡ ପରୀକ୍ଷା,ସ୍ନାନଯାତ୍ରା ସମ୍ପର୍କରେ ଦଇତାପତିଙ୍କ ସହ ମନ୍ଦିର ପ୍ରଶାସନର ଆଲୋଚନା।
୯-ସାମାଜିକ ଦୂରତା ନିୟମ ଉଲ୍ଲଂଘନ ଅଭିଯୋଗରେ, ସିଲ୍ ହେଲା ଭୁବନେଶ୍ୱର ବାପୁଜୀ ନଗର ମାର୍କେଟ୍।
୧୦-‘ଆତ୍ମନିର୍ଭର ଭାରତ ଅଭିଯାନ’ ଲାଗି ୨୦ ଲକ୍ଷ କୋଟି ଟଙ୍କାର ପ୍ୟାକେଜ ଘୋଷଣା କଲେ ପ୍ରଧାନମନ୍ତ୍ରୀ।
୧୧-ପୁଣି ବଢିବ ଲକ୍ ଡାଉନ୍, ନୂଆ ରୂପରେ ଲାଗୁହେବ ଲକଡାଉନ ୪. ୦ । ମେ ୧୭ ପରେ ଭାରତରେ ଜାରି ରହିବ ତାଲାବନ୍ଦ । ୧୮ ପୂର୍ବରୁ ଦେଶବାସୀଙ୍କୁ ଜଣାଇ ଦିଆଯିବ ଗାଇଡଲାଇନ।
୧୨-ଚୀନ୍‌କୁ ଏକ ଘରିଆ କରିବାକୁ ଆରମ୍ଭ ହେଲା ରଣନୀତି, ଭାରତ ସମେତ ୭ ଦେଶର ବୈଦେଶିକ ମନ୍ତ୍ରୀଙ୍କ ସହ ଆଲୋଚନା କଲା ଆମେରିକା।

Leave A Reply

Your email address will not be published.