ଅକ୍ଷୟ କୁମାର ଦେଲେ ହଜାରେ ହାତ ବ୍ୟାଣ୍ଡ୍

0 285

   ସଂକ୍ଷେପରେ ଖବର ଆଜିର ତାରିଖ ୧୫/୦୫/୨୦, ଶୁକ୍ରବାର
୧-ଭୁବନେଶ୍ବର : ରାଜ୍ୟରେ ଗ୍ରୀଷ୍ମପ୍ରବାହ ଜାରି ,୪୦ ଡିଗ୍ରୀ ଉପରେ ୭ ସହର।
୨-ଅକୃତକାର୍ଯ୍ୟ ହେଲେ ପୁଣିଥରେ ପରୀକ୍ଷା ଦେବେ ନବମ ଓ ଏକାଦଶ ଛାତ୍ରଛାତ୍ରୀ-CBSE
୩-ସର୍ତ୍ତମୂଳକ ଭାବେ ଭୁବନେଶ୍ୱର ବାପୁଜୀନଗରରେ ଖୋଲିଲା ୫୦ଟି ଦୋକାନ।
୪-ଜିଲ୍ଲାପାଳ କ୍ଷମତା ପ୍ରୟୋଗ କଲେ ବଲାଙ୍ଗୀର ଜିଲ୍ଲା ସଇଁତଲା ସରପଞ୍ଚ, ବ୍ୟସାୟୀଙ୍କଠାରୁ ଆଦାୟ କଲେ ୨୭୦୦୦ ଟଙ୍କା ଜରିମାନା।
୫-ବରିଷ୍ଠ ସ୍ୱାଧିନତା ସଂଗ୍ରାମୀ ଓ ରାଜନୀତିଜ୍ଞ ପଦ୍ମଶ୍ରୀ ଭବାନୀ ଚରଣ ପଟ୍ଟନାୟକଙ୍କ ୯୯ ବୟସରେ ପରଲୋକ।
୬-ଆଜି ମଧ୍ୟାହ୍ନ ସୁଦ୍ଧା ରାଜ୍ୟର ୧୫ଟି ଜିଲ୍ଲାରେ କାଳବୈଶାଖୀ, ଘଡ଼ଘଡ଼ି ସହ ହେବ କୁଆପଥର ବର୍ଷା।
୭-ସରପଞ୍ଚ ବି କରୋନା ଯୋଦ୍ଧା; ମୃତ୍ୟୁ ହେଲେ ତାଙ୍କ ପରିବାରକୁ ମିଳିବ ୫୦ ଲକ୍ଷ କ୍ଷତିପୂରଣ: ରାଜ୍ୟ ସରକାର।
୮-ଚଳିତ ମାସ ଶେଷ ସୁଦ୍ଧା ରାଜ୍ୟର ୪ ନୂଆ ମେଡିକାଲ କଲେଜରେ ହେବ କୋଭିଡ ଟେଷ୍ଟିଂ, OMSCL ଜରିଆରେ ଉପକରଣ ଶୀଘ୍ର କିଣିବା ପାଇଁ ପ୍ରସ୍ତାବ।
୯-ଷ୍ଟ୍ରିଟ ଭେଣ୍ଡରଙ୍କ ପାଇଁ ୫ ହଜାର କୋଟି ଘୋଷଣା , ପ୍ରତି ଦୋକାନୀଙ୍କୁ ୧୦ ହଜାର ଟଙ୍କାର ମିଳିବ ଫାଇଦା । ଉପକୃତ ହେବେ ୫୦ ଲକ୍ଷ ରାସ୍ତାକଡ ଦୋକାନୀ ।
୧୦-‘ଆତ୍ମ ନିର୍ଭର ଭାରତ ଅଭିଯାନ’ରେ ଗରିବ, ଶ୍ରମିକ ଓ କୃଷକ । ଆଗାମୀ ୨ ମାସ ପାଇଁ ସମସ୍ତ ପ୍ରବାସୀଙ୍କୁ ମାଗଣା ଖାଦ୍ୟଶସ୍ୟ, ୱାନ ନେସନ୍ ୱାନ ରାସନ କାର୍ଡ ଘୋଷଣା କଲେ କେନ୍ଦ୍ର ଅର୍ଥମନ୍ତ୍ରୀ ।
୧୧-ଦକ୍ଷିଣପୂର୍ବ ବଙ୍ଗୋପସାଗର ଓ ତତସଂଲଗ୍ନ ଦକ୍ଷିଣ ଆଣ୍ଡାମାନ ସାଗର ଉପରେ ଲଘୁଚାପ ବଳୟ ସୃଷ୍ଟି । ଶନିବାର ସନ୍ଧ୍ୟାରୁ ସାମୁଦ୍ରିକ ଝଡ଼ବାତ୍ୟା ରୂପନେବା ସମ୍ଭାବନା,୨୦ରେ ମାଡ଼ ହୋଇପାରେ ବାତ୍ୟା।
୧୨-ମୁମ୍ବାଇ ପୋଲିସ୍‌ଙ୍କୁ ଅକ୍ଷୟ କୁମାର ଦେଲେ ହଜାରେ ହାତ ବ୍ୟାଣ୍ଡ୍, କୋଭିଡ୍-୧୯ ସଂକ୍ରମଣ ସମ୍ପର୍କରେ ଦେବ ସୂଚନା।

Leave A Reply

Your email address will not be published.