ପୁଣି ୫୧ ନୂଆ କରୋନା ଆକ୍ରାନ୍ତ ଚିହ୍ନଟ

0 215

ଭୁବନେଶ୍ଵର:୨୧/୫(ଏସଏସଏନ୍)ରାଜ୍ୟରେ ବୁଧବାର ଦିନ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୧ହଜାର ଟପିଯାଇଥିବା ବେଳେ  ଗୁରୁବାର ୧୧୦୦ ପାର୍‌ ହୋଇଛି। ରାଜ୍ୟରେ ଗୁରୁବାର ୫୧ ନୂଆ ସଂକ୍ରମିତ ଚିହ୍ନଟ ହୋଇଛନ୍ତି। ଫଳରେ ଏହି ସଂଖ୍ୟା ବୃଦ୍ଧି ପାଇ ୧୧୦୩ରେ ପହଞ୍ଚିଛି। ସେହିପରି ଗୁରୁବାର ଆଉ ଜଣେ କରୋନା ରୋଗୀଙ୍କ ମୃତ୍ୟୁ ହୋଇଥିବା ରାଜ୍ୟ ସ୍ବାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି। ମୃତକ ଜଣକ ଗଞ୍ଜାମ ଜିଲାର ବୋଲି ସୂଚନା ମିଳିଛି। ସେ ନିକଟରେ ସୁରତରୁ ପେରିଥିଲେ। ତାଙ୍କ ବୟସ ୮୫ ବର୍ଷ। ତାଙ୍କର ଉଚ୍ଚ ରକ୍ତଚାପ ସମେତ ଅନ୍ୟାନ୍ୟ ସ୍ବାସ୍ଥ୍ୟଗତ ସମସ୍ୟା ରହିଥିଲା। ଫଳରେ ରାଜ୍ୟରେ ମୋଟ ମୃତ୍ୟୁ ସଂଖ୍ୟା ୭କୁ ବୃଦ୍ଧି ପାଇଛି।

Leave A Reply

Your email address will not be published.