କୋରାପୁଟ,୨୬।୩(ଏସଏସନିଉଜ)କୋରାପୁଟଜିଲ୍ଲା ପୋଡ଼ାଗଡ ନିକଟରେ ବସ୍ ଦୁର୍ଘଟଣାରେ ଜଣଙ୍କର ମୃତୁ ହୋଇଛି ।ଖମ୍ବେଶ୍ୱରୀନାମକ ବସ ଦୁର୍ଘଟଣାଗ୍ରସ୍ତ ହୋଇଛି ।ଭାରସାମ୍ଯ ହରାଇ ବସଟି ରାସ୍ତା ତଳକୁ ଖସିପଡ଼ିଛି ।ଦୁର୍ଘଟଣାରେ ଜଣଙ୍କର ମୃତ୍ଯୁ ହୋଇଥିବାବେଳେ ୨୦ରୁ ଅଧିକ ଯାତ୍ରୀ ଗୁରୁତର ରହିଥିବା ସୂଚନା ମିଳିଛି ।ଘଟଣାସ୍ଥଳରେ ଉଦ୍ଧାର କାର୍ଯ୍ୟକୁ ଜୋରଦାର କରାଯାଇଛି ।ବସଟି ଯାତ୍ରୀଙ୍କୁ ନେଇ ଜୟପୁରରୁ ବ୍ରହ୍ମପୁର ଯାଉଥିବା ବେଳେ ଦୁର୍ଘଟଣା ଘଟିଛି ।