ଆଜିର ରାଶିଫଳ

0 95

୨୦୨୪ ମସିହା ମାର୍ଚ୍ଚ ମାସ ୨୭ ତାରିଖ ବୁଧବାର।ସୁର୍ଯ୍ୟୋଦୟ- ଘ୫/୪୮/୨୪,ସୂର୍ଯ୍ୟାସ୍ତ- ଘ୫/୫୬ /୧୨,ଚୈତ୍ର ମାସ,କୃଷ୍ଣପକ୍ଷ,ପଣ୍ଡିତବାସ,ତିଥି- ଦ୍ଵିତୀୟା ଅପରାହ୍ନ ଘ୫/୧୦ମିପର୍ଯ୍ୟନ୍ତ ତଦନ୍ତେ ତୃତୀୟା।ନକ୍ଷତ୍ର- ଚିତ୍ରାନକ୍ଷତ୍ର ଅପରାହ୍ନ ଘ୫/୦ମି ପର୍ଯ୍ୟନ୍ତ ତଦନ୍ତେ ସ୍ବାତୀନକ୍ଷତ୍ର।ଯୋଗ- ବ୍ୟାଘାତଯୋଗ ରାତ୍ରି ଘ୧୨/୧୨ମି ପର୍ଯ୍ୟନ୍ତ ତଦନ୍ତେ ହର୍ଷଣଯୋଗ।କରଣ- ଗରକରଣ ଅପରାହ୍ନ ଘ୫/୧୦ମି ପର୍ଯ୍ୟନ୍ତ ତଦନ୍ତେ ବାଣିଜ୍ୟକରଣ ନିଶାନ୍ତ ଘ୫/୪୮ମି ପର୍ଯ୍ୟନ୍ତ।
ଯୋଗିନୀ ସ୍ଥିତି ଓ ଦୂରଯାତ୍ରା- ଯୋଗିନୀ ଉତ୍ତର ଦିଗରେ।ଅପରାହ୍ନ ଘ୫/୧୦ମି ପରେ ଆଗ୍ନେୟ କୋଣରେ।ମାସଦଗ୍ଧା, ଦ୍ବିତୀୟାଦୋଷ ହେତୁ ଅପରାହ୍ନ ଘ୫/୧୦ମି ପରେ ରାତ୍ରି ଶେଷ ପର୍ଯ୍ୟନ୍ତ ଯାତ୍ରାଶୁଭ।ଅଗ୍ନିକୋଣ,ପୂର୍ବଦିଗ ଓ ଐଶାନ୍ୟ କୋଣକୁ ତ୍ୟାଗକରି ଯାତ୍ରା କରାଯିବ।ଘାତଚନ୍ଦ୍ର–ଘାତଚନ୍ଦ୍ରନାହିଁ।
ଘାତବାର–କର୍କଟରାଶିର ଘାତବାର।ସାମ୍ବତ୍ସରିକ ଶ୍ରାଦ୍ଧ–ଦ୍ବିତୀୟାର ଏକୋଦ୍ଦିଷ୍ଟ ଓ ପାର୍ବଣଶ୍ରାଦ୍ଧ।ନିଷିଦ୍ଧ ଖାଦ୍ୟ- ବୋଇତାଳୁ ଅପରାହ୍ନ ଘ୫/୧୦ମିପରେ ପଟୋଳ ଭକ୍ଷଣ ନିଷେଧ।ଅଶୁଭବେଳା-
(କାଳବେଳା)ଦିବା ଘ୮/୪୬ମି ରୁ ୧୦/୧୮ମି ପର୍ଯ୍ୟନ୍ତ।(ବାରବେଳା) ଦିବା ଘ୧୧/୫୦ମି ରୁ ଘ୧/୨୨ମି ପର୍ଯ୍ୟନ୍ତ।(କାଳରାତ୍ରି) ରାତ୍ରି ଘ୨/୪୬ମି ରୁ ଘ୪/୧୪ମି ପର୍ଯ୍ୟନ୍ତ।ଶୁଭ ବେଳା–
(ଅମୃତ) ପ୍ରାତଃ ରୁ ଦିବା ଘ୭/୨୧ମି ମଧ୍ୟେ, ଘ୧୨/୯ମି ରୁ ଘ୧/୪୫ମି ମଧ୍ୟେ, ସନ୍ଧ୍ୟା ଘ୬/୪୫ମି ରୁ ରାତ୍ରି ଘ୯/୯ମି ମଧ୍ୟେ, ଘ୧/୫୭ମି ରୁ ରାତ୍ରିଶେଷ ଘ୫/୪୬ମି ପର୍ଯ୍ୟନ୍ତ।ମାହେନ୍ଦ୍ରବେଳା- ଦିବା ଘ୪/ ୧୯ମି ରୁ ସୂର୍ଯ୍ୟାସ୍ତ ଘ୫/୫୬ମି ମଧ୍ୟେ, ରାତ୍ରି ଘ୯/୯ମି ରୁ ଘ୧୦/୪୫ମି ମଧ୍ୟେ।ପୁଷ୍କର ଦୋଷ- ଅଦ୍ୟ ମୃତ ବ୍ୟକ୍ତିର ଅପରାହ୍ନ ଘ୫/୧୦ମି ମଧ୍ୟେ ୧ ପାଦ ତିଥି ପୁଷ୍କର ଦୋଷ।ଫଳଂ ଗୋପଶୁ ସମ୍ପଦର ବିନାଶ ଓ ଅନ୍ନବସ୍ତ୍ର ଦାନ ସହିତ ହୋମାଦି ଶାନ୍ତି ବିଧେୟ ।ପ୍ରଥମ ରଜୋଦର୍ଶନେ- ରଜଶ୍ଚକ୍ରେ ସୁଭଗା ଶୁଭ। ଭିକ୍ଷାସିନୀ (ମତାନ୍ତରେ ବିପୁତ୍ରା) ଶାନ୍ତି କରଣୀୟ।ଶୁଭକର୍ମ- ଅଦ୍ୟ ଅପରାହ୍ନ ଘ୫/୧୦ମିପରେ ସୂର୍ଯ୍ୟାସ୍ତମଧ୍ୟେ ୧୫ ନକ୍ଷତ୍ରେ ଦେବତାଗଠନ ପ୍ରତିଷ୍ଠା,ତରୁ ଓ ରୁଦ୍ରପ୍ରତିଷ୍ଠା, ଗୃହପ୍ରବେଶ ପ୍ରତିଷ୍ଠା,ଜଳାଶୟପ୍ରତିଷ୍ଠା, ଧାନ୍ୟ ଚ୍ଛେଦନ ଓ ସ୍ଥାପନ,ନାଟ୍ୟାରମ୍ଭ,ଔଷଧକରଣ ଓ ସେବନ, ନାମକରଣ,ନିଷ୍କ୍ରାମଣ,ହୋମାଦିସ୍ବସ୍ତ୍ୟୟନ,ବାଣିଜ୍ୟକରଣ,ହଳପ୍ରବାହ,ବୀଜବପନ,ନବଦୋଳାଦ୍ୟା ରୋହଣ।
🐏ମେଷ👉 ରୋଜଗାରରମାତ୍ରା ବୃଦ୍ଧି ହେବ। ସରକାରୀ ବା ବନ୍ଧୁସୂତ୍ରରୁ ଲାଭ ମିଳିବ।ରୁଚିକର ଭୋଜନ ମିଳିବ।ଦାମ୍ପତ୍ୟ ଜୀବନ ସୁଖପ୍ରଦ ହେବ। ସୁସ୍ଥ ଓ ନିରାମୟ ରହିବେ।ଚିନ୍ତାଧାରା ଉନ୍ନତମାନର ହେବ।
🐮ବୃଷ👉ବିବାଦୀୟ ବିତର୍କରେ ଭାଗ ନନେଇ ନିରବ ଦର୍ଶକ ସାଜି ପାରନ୍ତି।କାର୍ଯ୍ୟରେ ବାଧା ଉପୁଜାଇବାକୁ କେହି ଉଦ୍ୟମ କରିବେ।ଦେବକାର୍ଯ୍ୟ କରିବେ।ଧାତୁବାଦରେ ଧନ ବ୍ୟୟ କରିପାରନ୍ତି।
👩‍❤️‍👨ମିଥୁନ👉ଅଧିକ ଜ୍ଞାନ ଅର୍ଜନ ପାଇଁ ଆଗ୍ରହୀ ହେବେ। ସତ୍‌କର୍ମରେ ନିଜକୁ ନିୟୋଜିତ କରିବେ। ବିଭିନ୍ନ ସୂତ୍ରରୁ ଏପରି କି ସରକାରୀ ସ୍ତରରୁ ସମ୍ମାନ ସହିତ ଧନ ପ୍ରାପ୍ତ ହେବେ। ବ୍ୟବସାୟରୁ ଲାଭ ମିଳିବ।
🦀କର୍କଟ👉 କର୍ମକ୍ଷେତ୍ର ସହଜ-ସୁଲଭ ହେବ। ଆର୍ଥିକ ସ୍ଥିତିରେ ପ୍ରଭୂତ ଉନ୍ନତି ଘଟିବ। ଶୁଭକାର୍ଯ୍ୟ ସମ୍ପାଦନ କରିପାରନ୍ତି। ବିବାଦୀୟ ଘଟଣାରେ ବିଜୟୀ ହେବେ। ଜଳ ଯୋଗାଣରେ ଧନ ଲାଭ ହେବ।
🦁ସିଂହ👉କାର୍ଯ୍ୟରେ ଅପୂର୍ବ ସଫଳତା ମିଳିବ। ଅଧିକ କ୍ଷମତାହାସଲ କରି ତାର ସଦ୍‌ ବ୍ୟବହାର କରିପାରନ୍ତି।ପ୍ରତିଯୋଗିତାରେ କୃତିତ୍ବଅର୍ଜନ କରିବେ। ଧର୍ମକ୍ରିୟାରତ ହେବେ। ଜନ ଆଶିଷ ମିଳିବ।
🙎‍♀️କନ୍ୟା👉ଧୈର୍ଯ୍ୟ ଓ ସାହସ ସଞ୍ଚୟ କରି ବିପଦର ମୁକାବିଲା କରିବେ। ସାଧନାରେ ଶାଶ୍ବତ ସୁଖର ସନ୍ଧାନ ପାଇବେ। ଶୁଭକାର୍ଯ୍ୟ ସ୍ଥଗିତ ରଖିପାରନ୍ତି।
⚖️ତୁଳା👉ସର୍ବସୁଖ ଭୋଗକରି ପାରନ୍ତି। କର୍ମତତ୍ପର ହେବେ। ଶୁଭକାର୍ଯ୍ୟ ପାଇଁ ବାତାବରଣ ଅନୁକୂଳ ଅଛି। ମିଷ୍ଟାନ୍ନ ଭୋଜନରେ ଆପ୍ୟାୟିତ ହେବେ। ପୁଣ୍ୟପ୍ରଭା ପତ୍ନୀଙ୍କ ସହଯୋଗ ମିଳିବ।
🦂ବିଛା👉ଶତ୍ରୁତାର ଅବସାନ ଘଟିବ।ସ୍ଥିର ମାନସିକତା ଓ ଧୀରଚିତ୍ତରେ କାର୍ଯ୍ୟ କରିବେ। ସାରାଦିନ କାର୍ଯ୍ୟବ୍ୟସ୍ତ ରହିବେ।ଶୁଭକାର୍ଯ୍ୟରେ ନିଜକୁ ନିୟୋଜିତ କରିବେ।ଋଣପରିଶୋଧ କରି ଆଶ୍ବସ୍ତ ହେବେ।
🏹ଧନୁ👉ଶାସ୍ତ୍ର ଅଧ୍ୟୟନକରି ଆଭା,ପ୍ରଭା,ପ୍ରତିଭାର ଅଧିକାରୀ ହେବେ। ସର୍ବଦର୍ଶୀ ହୋଇପାରନ୍ତି। ବିଭିନ୍ନ ସୂତ୍ରରୁ ଧନାଗମ ହେବାର ସୂଚନା ମିଳୁଛି। କର୍ମକ୍ଷେତ୍ରରେ ପଦକ୍ଷେପ ପ୍ରଶଂସନୀୟ ହେବ।
🐊ମକର👉ଶ୍ରମ ସାର୍ଥକ ହେବ।କେତେକ କ୍ଷେତ୍ରରେ ଭୁଲ ବୁଝାମଣା ଘଟିପାରେ।କୃଷିକାର୍ଯ୍ୟ ଉପରେ ଧ୍ୟାନ ଦେବେ। ଜଳାଶୟ, ପିତୃଭକ୍ତି ଓ ସ୍ବଗୃହ କର୍ମରୁ ସୁଖଭୋଗ କରିପାରନ୍ତି। ଯାନବାହନ ସୁଖ ଅଛି।
🏺କୁମ୍ଭ👉ଆର୍ଥିକସ୍ଥିତିରେ ସ୍ବଚ୍ଛଳତା ଦେଖାଦେବ। ଅନ୍ତର୍ନିହିତ ଗୁଣାବଳୀର ବିକାଶଘଟାଇ ଜୀବନକୁ ମହାର୍ଘ କରିପାରନ୍ତି।ଅନବଦ୍ୟରଚନା ଜନସାଧାରଣ ଙ୍କ ପାଇଁ ଉପାଦେୟ ହେବ।ସରକାରୀସ୍ତରରୁ ଲାଭ ମିଳିବ।
🐟ମୀନ👉ବିଭିନ୍ନ ଦିଗରୁ ଧନାଗମ ହେବ। ଉପବାସାଦି ଧର୍ମକ୍ରିୟାରେ, ବିଦ୍ୟା ପ୍ରଭାବରେ, ବ୍ୟବସାୟରେ ଓ ମାତାପିତାଙ୍କଠାରୁ ଧନପ୍ରାପ୍ତ ହୋଇପାରନ୍ତି। ନୀତିନିଷ୍ଠ ହେବେ। ଚତୁର ହେବେ!!ଜୟ ଜଗନ୍ନାଥ, ଜୟ ସୋମନାଥ,ଜୟ ମା ଯୋଗମାୟା!!

Leave A Reply

Your email address will not be published.