ଆଜିର ରାଶିଫଳ

ବୈଶାଖମାସ ରବିବାରରେ ସୂର୍ଯ୍ୟପୂଜନର ମହତ୍ୱ

୨୦୨୪ମସିହା ମଇମାସ ୧୯ତାରିଖ ରବିବାର।ଶ୍ରୀମନ୍ଦିରେ ଓ ସର୍ବ ସମ୍ମତ (ମୋହିନୀ) ଏକାଦଶୀ, ରବିନାରାୟଣ ବ୍ରତ।ବିବିଧ – ହଳ ନିଷେଧ।ସୁର୍ଯ୍ୟୋଦୟ- ଘ୫/୧୩/୧୩ ,ସୂର୍ଯ୍ୟାସ୍ତ- ଘ୬/୧୨/୪୫ବୈଶାଖମାସ ,ଶୁକ୍ଳପକ୍ଷ ,ଆଦିତ୍ୟବାସ ,ତିଥି- ଏକାଦଶୀ ଦିବା ଘ୧/୪୩ମି ପର୍ଯ୍ୟନ୍ତ ତଦନ୍ତେ ଦ୍ବାଦଶୀ।ନକ୍ଷତ୍ର- ହସ୍ତା ନକ୍ଷତ୍ର ରାତ୍ରି ଘ୩/୫୧ମି ପର୍ଯ୍ୟନ୍ତ ତଦନ୍ତେ ଚ଼ିତ୍ରା ନକ୍ଷତ୍ର।ଯୋଗିନୀ ସ୍ଥିତି ଓ ଦୂରଯାତ୍ରା- ଯୋଗିନୀ ଆଗ୍ନେୟକୋଣରେ, ଦିବା ଘ୧/୪୩ମି ପରେ ନୈର୍ଋତ କୋଣରେ। ଅଗନ୍ତବ୍ୟ ତିଥି, ମଙ୍ଗଳସପ୍ତ, ବିଷ୍ଟିକରଣ ଦୋଷ ହେତୁ ଯାତ୍ରାଦି ଶୁଭକର୍ମ ନିଷେଧ।ଘାତଚନ୍ଦ୍ର- ବୃଷରାଶିର ଘାତଚନ୍ଦ୍ର ।ଘାତବାର–ମେଷରାଶିର ଘାତବାର।ସାମ୍ବତ୍ସରିକଶ୍ରାଦ୍ଧ–ଏକାଦଶୀର ଏକୋଦ୍ଦିଷ୍ଟ ଶ୍ରାଦ୍ଧ।ନିଷିଦ୍ଧଖାଦ୍ୟ- ଶିମ୍ବ ଏବଂ ଦିବା ଘ୧/୪୩ମି ପରେ ପୋଇଶାଗଭକ୍ଷଣ ନିଷେଧ।ଅଶୁଭ ବେଳା- (ବାର ଓ କାଳବେଳା) ଦିବା ଘ୧୦/୫ମି ରୁ ଘ୧୧/୨୨ମି ପର୍ଯ୍ୟନ୍ତ।(କାଳରାତ୍ରି) ରାତ୍ରି ଘ୧/୭ମି ରୁ ଘ୨/୨୭ମି ପର୍ଯ୍ୟନ୍ତ।ଶୁଭ ବେଳା–(ଅମୃତ) ଦିବା ଘ୬/୪୮ମି ରୁ ଘ୯/୧୨ମି ମଧ୍ୟେ, ଘ୧୧/୩୬ମି ରୁ ଘ୨/୦ମି ମଧ୍ୟେ, ଅସ୍ତରୁ ରାତ୍ରି ଘ୭/୫୧ମି ମଧ୍ୟେ, ଘ୧୧/୩୦ମି ରୁ ଘ୧/୨୭ମି ପର୍ଯ୍ୟନ୍ତ।ମାହେନ୍ଦ୍ର ବେଳା- ଦିବା ଘ୩/୩୬ମି ରୁ ଘ୪/୨୪ମି ପର୍ଯ୍ୟନ୍ତ।ପୁଷ୍କରଦୋଷ- ଅଦ୍ୟ ମୃତ ବ୍ୟକ୍ତିର ପରେ ୧ପାଦ ବାର ପୁଷ୍କରଦୋଷ। ଫଳଂ କୃଷିହାନି ଓ ଭୂମିଦାନ । ରାତ୍ରି ଘ୧/୪୩ମି ପରେ ୨ ପାଦ ବାର ଓ ତିଥି ପୁଷ୍କର ଦୋଷ। ଫଳଂ କୃଷିହାନି ଓ ଗୋପଶୁସମ୍ପଦର ବିନାଶ। ଭୂମି ଅନ୍ନବସ୍ତ୍ର ଦାନ ସହିତ ହୋମାଦି ଶାନ୍ତି ବିଧେୟ।)। ରାତ୍ରି ଘ୩/୫୧ମି ପରେ ଭିକ୍ଷାସିନୀ ମତାନ୍ତରେ ବିପୁତ୍ରା। ଶାନ୍ତି କରଣୀୟ। ଶୁଭକର୍ମ- ନାହିଁ ।
🐏ମେଷ👉ଆଳସ୍ୟ ଅନୁଭବ କରିପାରନ୍ତି। ନିଜ ସମ୍ମାନକୁ ଜଗି ଚଳିବାକୁ ପଡ଼ିବ। ଦୁଶ୍ଚିନ୍ତା ମଧ୍ୟ ଦେଇ ଗତି କରିବେ। କନ୍ୟା, ପୁତ୍ର, ପୌତ୍ର, ପ୍ରପୌତ୍ରାଦି ଲାଭ କରିପାରନ୍ତି। ଆକସ୍ମିକ ଧନଲାଭର ସୂଚନା ମିଳୁଛି। ବ୍ୟବସାୟ ଲାଭଜନକ ହେବ।
🐮ବୃଷ👉ଭ୍ରମଣାଦି ଶାନ୍ତିପୂର୍ଣ୍ଣ ହେବ। ଦ୍ରବ୍ୟ ନଷ୍ଟର ସମ୍ଭାବନା ଅଛି। ସୁ-ସମ୍ବାଦ ପାଇ ଖୁସି ହୋଇପାରନ୍ତି। ଅର୍ଥ ପ୍ରାପ୍ତିର ସୂଚନା ମିଳୁଛି। ଭାଇମାନଙ୍କ ମଧ୍ୟରେ ଶ୍ରେଷ୍ଠ ହେବେ। କୃଷି କର୍ମକାରୀ ହେବେ। ଯାନବାହନ ସୁଖ ମିଳିବ। ସୁଖଭୋଗ ଲାଭ କରିବେ।
ମିଥୁନ👉ପ୍ରେମ ଘଟଣାରେ ସଫଳ ହେବେ। କାର୍ଯ୍ୟର ସଫଳ ରୂପାୟନ କରି ପ୍ରଶଂସିତ ହେବେ। ସର୍ବାଙ୍ଗୀଣ ଉନ୍ନତି ଆଶା କରାଯାଏ। ଭ୍ରାତୃଭାବ ଅତୁଟ ରହିବ। ବିବାଦୀୟ ଘଟଣାରେ ବିଜୟୀ ହେବେ। ସକଳ ଗୁଣଯୁକ୍ତ, ସୁଖୀ ଓ କାବ୍ୟ ଶାସ୍ତ୍ରଜ୍ଞ ହେବେ।
🦀କର୍କଟ👉କୌଣସି କାର୍ଯ୍ୟକୁ ନେଇ ନିଜେ ନିଜକୁ ସଙ୍କୁଚିତ ମନେ କରିବେ। ଘାତଚନ୍ଦ୍ର ଭୋଗ ହେତୁ ସତର୍କରେ ଚଳିବାକୁ ପଡ଼ିବ। ଧନାଗମ ହେବାର ସୂଚନା ମିଳୁଛି। ମିଷ୍ଟଭାଷୀ ହୋଇପାରନ୍ତି। ଚଞ୍ଚଳମନା, କୀର୍ତ୍ତିମାନ୍‌, ଅତି ସୁଖୀ ହେବେ।
🦁ସିଂହ👉 ବାଣିଜ୍ୟ-ବ୍ୟବସାୟରେ ଆୟ ବୃଦ୍ଧି ହେବ। ଶ୍ରୀଚନ୍ଦ୍ର ଭୋଗ ହେଉଥିବାରୁ ଉତ୍ତମ ଭୋଜନରେ ଆପ୍ୟାୟିତ ହୋଇପାରନ୍ତି। ଉନ୍ନତି ମାର୍ଗରେ ଆଗକୁ ବଢ଼ିବେ। ଦାମ୍ପତ୍ୟ ଜୀବନ ସୁଖପ୍ରଦ ହେବ। ସରକାରୀ ଓ ବନ୍ଧୁ ସହାୟତାରୁ ଲାଭବାନ୍‌ ହେବେ।
କନ୍ୟା👉ବିପଦର ସୂଚନା ପାଇପାରନ୍ତି। କାର୍ଯ୍ୟ କଷ୍ଟସାଧ୍ୟ ହୋଇପାରେ। ଅସୁବିଧାରୁ ଉଧୁରିବାକୁ ହେଲେ ଖର୍ଚ୍ଚାନ୍ତ ହେବାକୁ ପଡ଼ିବ। କଅଁଳ କଥାରେ ଅନ୍ୟକୁ ଭୁଲାଇ ପାରିବେ। ଚଞ୍ଚଳ ପ୍ରକୃତିର ହେବେ। ଆନନ୍ଦ ଉପଭୋଗ କରିପାରନ୍ତି।
⚖️ତୁଳା👉 ଚିନ୍ତାରୁ ମୁକ୍ତି ପାଇବେ। କର୍ମକ୍ଷେତ୍ରରେ ଉତ୍ସାହ ବୃଦ୍ଧି ପାଇବ। ଚିନ୍ତାଧାରା ଉନ୍ନତମାନର ହେବ। ପ୍ରୀତିଭୋଜନ ମିଳିପାରେ। ନାନାବିଧ ସମ୍ମାନର ଅଧିକାରୀ ହେବେ। ଗୁଣଜ୍ଞ ହେବେ। କୀର୍ତ୍ତିମାନ୍‌ ହୋଇପାରନ୍ତି। ପ୍ରସନ୍ନତା ଲାଭ କରିବେ।
🦂ବିଛା👉ଧନ ସଞ୍ଚୟ ପାଇଁ ମନ ବଳାଇ ପାରନ୍ତି। କାର୍ଯ୍ୟରେ ସଫଳତା ଲାଭ କରିବେ। ଭୋଗ-ବିଳାସ କରିପାରନ୍ତି। ସମ୍ମାନ ବୃଦ୍ଧି ହେବ। ଉପୁଜି ଥିବା ସମସ୍ୟାର ସମାଧାନ ହେବ। ପ୍ରବଳ ଉଦ୍ୟମ କରି କାର୍ଯ୍ୟ ହାସଲ କରିବେ।
🏹ଧନୁ👉 ପିଲାମାନଙ୍କ କାର୍ଯ୍ୟରେ ସନ୍ତୁଷ୍ଟ ହେବେ। ମନରେ ଭକ୍ତିଭାବ ଜାଗ୍ରତ ହେବ। ଠାକୁରଙ୍କ ଦର୍ଶନ ଲାଭ କରିବାର ସୌଭାଗ୍ୟ ଉଦୟ ହୋଇଛି। ଅର୍ଥ ପ୍ରାପ୍ତିର ସୂଚନା ମିଳୁଛି। ଜନୈକା ମହିଳାଙ୍କ ଦ୍ବାରା ଉପକୃତ ହେବେ। ପ୍ରତିଯୋଗିତାରେ ବିଜୟୀ ହେବେ।
🐊ମକର👉ପାରିବାରିକ କ୍ଷେତ୍ରରେ ଉନ୍ନତି ଘଟିବ। ଘାତଚନ୍ଦ୍ର ଓ ଅଷ୍ଟମ ଚନ୍ଦ୍ର ଆପଣଙ୍କ ପାଇଁ ପୀଡ଼ାଦାୟକ ହୋଇପାରେ। ସାମାନ୍ୟ ଅସୁସ୍ଥତା ଅନୁଭବ କରିପାରନ୍ତି। ସ୍ବାଭିମାନୀ ହେବେ। ଯୁଗ୍ମ-ବ୍ୟବସାୟ ଲାଭଜନକ ହୋଇପାରେ।
🏺କୁମ୍ଭ👉 ଯାନବାହନ କିଣିବାର ସୁଯୋଗ ସୃଷ୍ଟି ହୋଇଛି। ସମ୍ମାନିତ ହେବେ। ଦାୟିତ୍ବ ନିର୍ବାହ କରି ପ୍ରଶଂସାର ପାତ୍ର ହେବେ। ପାରିବାରିକ ସୁଖ ମିଳିବ। ଯଶ ଅର୍ଜନ କରି ଆତ୍ମତୃପ୍ତି ଲାଭ କରିବେ। ବନ୍ଧୁ ସହାୟତା ମିଳିବ। ପତ୍ନୀଙ୍କ ଇଙ୍ଗିତରେ ଚଳିବେ।
🐟ମୀନ👉କୌଣସି କାରଣରୁ କ୍ରୋଧିତ ହୋଇପାରନ୍ତି। ଭବିଷ୍ୟତ ପାଇଁ ନୂତନ ଯୋଜନା ପ୍ରସ୍ତୁତ କରିବେ। ସୁସ୍ଥ ଓ ନିରାମୟ ଜୀବନ ଯାପନ କରିପାରନ୍ତି। ବଳବାନ୍‌ ହେବେ। ଶତ୍ରୁ ଦମନ କରିବାରେ ସକ୍ଷମ ହୋଇପାରନ୍ତି। ଜନ କଲ୍ୟାଣ ଲାଭ କରିବେ।

ବୈଶାଖମାସ ରବିବାରରେ ସୂର୍ଯ୍ୟପୂଜନର ମହତ୍ୱ , ଆୟୁବୃଦ୍ଧି ସହ ଯଶବୃଦ୍ଧି ହୋଇଥାଏ
ହିନ୍ଦୁଧର୍ମରେ ସୂର୍ଯ୍ୟପୂଜନର ଅନେକମହତ୍ୱ ରହିଛି, କିନ୍ତୁ ବିଶେଷଭାବରେ ବୈଶାଖମାସରେ ସୂର୍ଯ୍ୟପୂଜାର ମଧ୍ୟ ରହିଛି ଅନେକମହତ୍ୱ । ସୂର୍ଯ୍ୟ ଦେବଙ୍କନିକଟରେ ବ୍ରତ ଗୋଟିଏବର୍ଷ କିମ୍ବା ୩୦ଟି ରବିବାର କରାଯାଇଥାଏ । ଏହିଦିନ ନାଲିବସ୍ତ୍ର ପିନ୍ଧି ନାଲିଆସନରେ ବସି ପୂଜା କରିବାର ମହତ୍ୱ ରହିଛି ।ସର୍ବଦା ସୂର୍ଯ୍ୟଦେବଙ୍କ ପୂଜନ ନାଲିଚନ୍ଦନ, ନାଲିପୁଷ୍ପ, ଦୁବରେ ଅର୍ଘ୍ୟଦେଇ କରିବା ଜରୁରୀ । ନୈବେଦ୍ୟରେ ସୂର୍ଯ୍ୟ ଦେବଙ୍କ ନିକଟରେ ଗୁଡ଼ରେ ପ୍ରସ୍ତୁତ ଜିନିଷ ଅର୍ପଣ କରିବା ଜରୁରୀ ।ଧର୍ମଶାସ୍ତ୍ର ଅନୁସାରେ ବୈଶାଖମାସରେ ସୂର୍ଯ୍ୟ ମେଷରାଶି ଅର୍ଥାତ ନିଜ ଉଚ୍ଚରାଶିରେ ରହିଥାଆନ୍ତି ।ସୂର୍ଯ୍ୟଦେବଙ୍କୁ ଏହିମାସରେ ପୂଜା କରିବା ଦ୍ୱାରା ରୋଗରୁ ମୁକ୍ତି ମିଳିଥାଏ ଏବଂ ସମସ୍ତପ୍ରକାର ଅସୁବିଧା ଦୂରହୋଇଥାଏ ।ଏହିମାସରେ ସୂର୍ଯ୍ୟ ଉଦୟପୂର୍ବରୁ ସ୍ନାନସାରି ସୂର୍ଯ୍ୟଙ୍କୁ ଅର୍ଘ୍ୟ ଦେବାଦ୍ୱାରା ଜଣାତରେ ହେଉ କିମ୍ବା ଅଜଣାତରେ ହେଉ କରିଥିବା ପାପରୁ ମୁକ୍ତି ମିଳିଥାଏ । ବିଶେଷଭାବରେ ବୈଶାଖମାସ ରବିବାରରେ ସୂର୍ଯ୍ୟପୂଜନ କରିବାର ରହିଛି ଅଲଗାମହତ୍ୱ ।ସୂର୍ଯ୍ୟପୁରାଣ ଅନୁସାରେ ବୈଶାଖମାସ ରବିବାରଦିନ ତମ୍ବାଲୋଟାରେ ସୂର୍ଯ୍ୟଙ୍କୁ ଅର୍ଘ୍ୟଦେବା ଜରୁରୀ ଏବଂ ଏଥିରେ ନାଲିପୁଷ୍ପ, ଅକ୍ଷତ, ନାଲି ଚନ୍ଦନ, ସିନ୍ଦୁର ଓ ନାଲିପୁଷ୍ପ ଦେଇ ଅର୍ଘ୍ୟଦେଇ ‘ଓଂସୂର୍ଯ୍ୟାୟନମଃ ମନ୍ତ୍ର ୭ଥରଜପ କରିବାଦ୍ୱାରା ଜୀବନରେ ସୁଖସମୃଦ୍ଧିର ଆଗମନ ହୋଇଥାଏ ।ବୈଶାଖମାସରେ ସୂର୍ଯ୍ୟଙ୍କସମ୍ବନ୍ଧିତ ଜିନିଷ ନାଲିକପଡା, ଗହମ, ଗୁଡ଼, ନାଲି ଚନ୍ଦନ ଦାନ କରିବା ଆବଶ୍ୟକ । ଏହାଦ୍ୱାରା ସମସ୍ତ ରିଷ୍ଟ ଖଣ୍ଡନ ହୋଇଥାଏ, ଏବଂ ଜୀବନ ସୁଖମୟ ହୋଇଥାଏ!!ଜୟମାଯୋଗମାୟା!!

- Advertisement -

Leave A Reply

Your email address will not be published.