ଆସୁଛି ବାତ୍ୟା !

୨୬ସନ୍ଧ୍ୟା ସୁଦ୍ଧା ଭୀଷଣରୂପ ନେଇପାରେ

ଭୁବନେଶ୍ୱର,୨୩।୫(ଏସଏସନିଉଜ)୨୫ ସକାଳ ସୁଦ୍ଧା ବଙ୍ଗୋପସାଗରରେ ସୃଷ୍ଟି ହୋଇପାରେ ସାଇକ୍ଲୋନ ।୨୬ସନ୍ଧ୍ୟା ସୁଦ୍ଧା ଭୀଷଣ ବାତ୍ୟାର ରୂପ ନେଇପାରେ ।ବାଂଲାଦେଶ ପାର୍ଶ୍ୱବର୍ତ୍ତୀ ପଶ୍ଚିମବଙ୍ଗ ଉପକୂଳ ପାଖାପାଖି ପହଞ୍ଚିବ । ଏନେଇ ସୂଚନା ଦେଇଛି ଭାରତୀୟ ପାଣିପାଗ କେନ୍ଦ୍ର ।ଲଘୁଚାପ ଅଧିକ ଘନୀଭୂତ ହୋଇ ଆଜି ସୁଦୃଶ ଲଘୁଚାପରେ ପରିଣତ ହୋଇଛି ।କାଲିସକାଳ ସୁଦ୍ଧା ଘନୀଭୂତ ହୋଇ ଅବପାତରେ ପରିଣତ ହେବ ।ଏହାର ପ୍ରଭାବ ଓଡ଼ିଶା ଉପରେ ରହିବନି ବୋଲି କହିଥିଲେ IMD ଡିଜି ଡକ୍ଟର ମୃତ୍ୟୁଞ୍ଜୟ ମହାପାତ୍ର ।

ପାଣିପାଗବିଭାଗ ପୂର୍ବାନୁମାନ କରିଛି, ୨୪ତାରିଖ ସକାଳେଅଧିକ ଘନୀଭୂତ ହୋଇ ଡିପ୍ରେସନ୍ ବା ଅବପାତର ରୂପ ନେବ ।ପରବର୍ତ୍ତୀ ସମୟରେ ଅଧିକ ଘନୀଭୂତ ହୋଇ ଉତ୍ତର-ପୂର୍ବଦିଗରେ ଗତି କରିପାରେ । ୨୪ ତାରିଖ ସକାଳ ବେଳକୁ ପବନର ବେଗ ସମୁଦ୍ରରେ ଅଧିକ ରହିବ ।୨୫ତାରିଖ ସୁଦ୍ଧା ଉପକୂଳ ଓ ଉତ୍ତର ଓଡ଼ିଶାର କେତେକ ସ୍ଥାନରେ କାଳବୈଶାଖୀ ପ୍ରଭାବରେ ବିଜୁଳି ଘଡ଼ଘଡ଼ିସହ ପ୍ରବଳ ବର୍ଷା ହୋଇପାରେ ।ତେବେ ବାତ୍ୟାନେଇ ଏଯାଏଁ କୌଣସି ଆକଳନ କରାଯାଇନି ।ଲଘୁଚାପ ସୃଷ୍ଟି ହେବା ପରେ ହିଁ ଚିତ୍ର ସ୍ପଷ୍ଟ ହେବ ।ଦୁଇଦିନ ପାଇଁ ପ୍ରବଳରୁ ଅତି ପ୍ରବଳବର୍ଷା ନେଇ ସତର୍କତାଜାରି କରିଛି ପାଣିପାଗ ବିଭାଗ ।

- Advertisement -

Leave A Reply

Your email address will not be published.