ଦିନ ଦ୍ୱିପହରରେ ଲୁଟ୍ ,ଗ୍ରିଲ ତାଡି ଲୁଟିଲେ ଲୁଟେରା

0 498

ବାରଙ୍ଗ,୨୮/୫(ଏସ୍‌ଏସ୍‌ଏନ୍‌) ରାଜ୍ୟରେ କରୋନା ଲକଡାଉନ କଟକଣା ଯୋଗୁଁ ଲୁଟ୍‌ପାଟ୍ ବହୁ ମାତ୍ରାରେ ହ୍ରାସ ପାଇଥିଲା । ହେଲେ କଟକଣାରେ ସାମାନ୍ୟ କୋହଳ ହେଉ ହେଉ ପୁଣି ଉତ୍ପାତ କଲେଣି ଲୁଟେରା ଗ୍ୟାଙ୍ଗ । ଏଭଳି ଏକ ଦୃଶ୍ୟ ଦେଖିବାକୁ ମିଳିଛି ବାରଙ୍ଗ ଅଞ୍ଚଳରେ । ଘରର ଗ୍ରିଲ୍ ତାଡି ଲୁଟିନେଇଛନ୍ତି ଲକ୍ଷାଧିକ ଟଙ୍କା । ଲୁଟ୍‍ର ଶୀକାର ହୋଇଛନ୍ତି ଷଣ୍ଢପୁର ଗ୍ରାମର ସତ୍ୟନାରାୟଣ ବେହେରା । ଘଟଣାରୁ ପ୍ରକାଶ ଯେ , ବାରଙ୍ଗ ଥାନା ଅଧିନ ଗୋଡିସାହି ଫାଣ୍ଡି ଷଣ୍ଢପୁର ଗ୍ରାମର ସତ୍ୟନାରାୟଣ ବେହେରା ନାମକ ବ୍ୟକ୍ତି ନୁଆ କରି ବାଙ୍କି ବାରଙ୍ଗ ମୁଖ୍ୟ ରାସ୍ତା କଡରେ ଘର କରି ରୁହନ୍ତି । ଗୁରୁବାର ସକାଳେ ସତ୍ୟ ନାରୟଣ ଅଫିସ ଗଲାପରେ ସ୍ତ୍ରୀ ଓ ପିଲାମାନେ ଉକ୍ତ ଗ୍ରାମରେ ଥିବା ପୁରୁଣା ଘରକୁ ଯାଇଥିଲେ । ହେଲେ ତାଙ୍କ ନୁଆ ଘରକୁ ମଧ୍ୟାନ ୨.୩୦ ସମୟରେ ଘରେ ପହଞ୍ ଦେଖିବା ବେଳକୁ ଘରର ଗ୍ରିଲ୍ ଓ ଝରକା ତଡା ହେବା ସହ ଘର ଖୋଲା ପଡିଥିଲା । ଘରକୁ ଯାଇ ଦେଖିବା ବେଳକୁ ଆଲମରା ଖୋଲା ପଡିବା ସହ ଭିତରେ ଥିବା ସୁନାହାର, ସୁନାମୁଦୀ,ଚେନ୍‍ ଓ ନଗଦ ୨୦ ହଜାର ଟଙ୍କା ଲୁଟି ନେଇ ଦୁର୍ବୃତ୍ତମାନେ ଚମ୍ପଟ ମାରିଛନ୍ତି । ଏନେଇ ସତ୍ୟନାରାୟଣ ଆଜି ଗୋଡିସାହି ଫାଣ୍ଡିରେ ଅଭିଯୋଗ କରିବା ପରେ ପୁଲିସ ଘଟଣା ସ୍ଥଳରେ ପହଁଞ୍ ତଦନ୍ତ କରିବା ସହ ଦୁର୍ବୃର୍ତ୍ତଙ୍କୁ ଧରିବାକୁ ଉଦ୍ୟମ ଆରମ୍ଭ କରିଛି ।

Leave A Reply

Your email address will not be published.