ନୂଆପଡା,୧୭ା୭(ଏସଏସନିଉଜ) ଖଡ଼ିଆଳ ବ୍ଲକ ଦୋହେଲ ପଡ଼ା ଗ୍ରାମର ପୁରୁଣା ହରିଜନ ପଡ଼ା ରାସ୍ତା ଉପରେ ଆଣ୍ଠୁଏ କାଦୁଅ ପାଣି ଜମିରହୁଛି । ଏହି ଗ୍ରାମ ପ୍ରଧାନମନ୍ତ୍ରୀ ଆଦର୍ଶ ଗ୍ରାମ ଭାବରେ ଘୋଷିତ ହୋଇଛି, କିନ୍ତୁ ସମସ୍ୟାର ସମାଧାନ ହେଉନି। ଗ୍ରାମର ପୁରୁଣା ହରିଜନ ପଡ଼ା ରାସ୍ତା ଉପରେ ଦେଢ଼ ଫୁଟର ଆବର୍ଜନା ପାଣି ଜମି ରହି ଲୋକଙ୍କ ଘର ଭିତରକୁ ପାଣିପଶି ଯାଉଛି। ଯାହାଫଳରେ ସବୁଦିନେ ଯାତାୟତରେ ବାଧକ ସାଜିଛି ।ପାଣି ଜମି ରହିବା ଫଳରେ ମଶା ମାଛି ବଢୁଛି ଓ ମ୍ୟାଲେରିଆ, ହଇଜା ହେବାର ସମ୍ଭାବନା ରହିଛି।ବହୁବାର ଗ୍ରାମବାସୀମାନେ ପ୍ରଶାସନର ଦୃଷ୍ଟିଆକର୍ଷଣ କରିଥିଲେ ସୁଦ୍ଦା କୈାଣସି କାର୍ଯ୍ୟାନୁଷ୍ଠାନ ନନିଆଯିବା ପ୍ରତିବାଦରେ ନିଜର ହକ ପାଇଁ ରାସ୍ତା ଅବରୋଧ କରିଛନ୍ତି ।ଫଳରେଖଡ଼ିଆଳ- ଭବାନୀପାଟଣା ରାଜ୍ୟ ରାଜପଥ ୧୬ ଦୋହେଲ ପଡ଼ା ଛକ ଠାରେ ଗ୍ରାମବାସୀଙ୍କ ଦ୍ଵାରା ରାସ୍ତା ଅବରୋଧ କରିବାରୁ ଯାନବାହନ ଯାତାୟାତ ବାଧାପ୍ରାପ୍ତ ହୋଇଛି।
