କଟକ,୧୭ା୭(ଏସଏସନିଉଜ) ରୋଗୀଙ୍କୁ ରକ୍ତ ଦେବାକୁ ନେଇ କଟକ ଏସସିବି ମେଡିକାଲରେ ନର୍ସିଂ ଅଫିସର ଏବଂ ହାଉସ ସର୍ଜନ ମୁହାଁମୁହିଁ ଘଟଣାରେ ହାଉସ ସର୍ଜନ ଆନ୍ଦୋଳନ ଜାରି ରଖିଛନ୍ତି।ତେବେ ଏହି ବିବାଦ ପ୍ରସଙ୍ଗରେ ହାଉସ୍ ସର୍ଜନଙ୍କକାର୍ଯ୍ୟବନ୍ଦକୁ ସମର୍ଥନ କରିଛନ୍ତି ଡାକ୍ତର ଛାତ୍ର ସଂଘ, ଜୁନିୟର ଡାକ୍ତର ସଂଘ ଏବଂ ଏସସିବି ଡାକ୍ତର ସଂଘ।ଜରୁରୀ ସେବାକୁ ଛାଡ଼ିଦେଲେ ଚିକିତ୍ସା କାମରେ ଯୋଗଦେବେ ନାହିଁ ବୋଲି କହିଛନ୍ତି ୨୫୦ ହାଉସ ସର୍ଜନ। ଆନ୍ଦୋଳନ ଯୋଗୁଁ ରୋଗୀ ସେବାରେ ବାଧା ସୃଷ୍ଟି ହୋଉଛି।ଅନ୍ୟପଟେ ଆସନ୍ତାକାଲି ନର୍ସିଂ ଅଫିସରମାନେ କଳାବ୍ୟାଚ୍ ପିନ୍ଧି ପ୍ରତିବାଦ କରିବାକୁ ଚେତାବନୀ ଦେଇଛନ୍ତି।
