STF ଦୁଇବେପାରୀକୁ ଗିରଫକଲା,ବାଘଛାଲ ଜବତ କଲା

0 219

ଭୁବନେଶ୍ୱର,୮/୬(ଏସଏସନିୟୁଜ) କ୍ରାଇମବ୍ରାଞ୍ଚ STF ଦ୍ୱ।ରା ଆଜି ବାଘଛାଲ ରାକେଟର ପର୍ଦ୍ଦାଫାସ ହୋଇଛି । ଦଶପଲ୍ଲା ଗଣିଆ ଅଞ୍ଚଳରୁ ୨ ବାଘ ଛାଲ ବେପାରୀ ଗିରଫଙ୍କୁ ଗିରଫ କରିବା ସହ ସେମାନଙ୍କଠାରୁ ୨ଟି କଲରା ପତରିଆ ବାଘ ଛାଲ ଓ ୨ଟି ହରିଣ ଛାଲ ଜବତ କରିଛି। ଗିରଫ ବେପାରୀଦ୍ୱୟ ହେଲେ ନୟାଗଡ ଦଶପଲା ସକିନ ଗ୍ରାମର ପ୍ରତାପ ନାୟକ ଓ ଦେଢଶୁରା ଶିମିଳିସାହିର କିଶୋର ଚନ୍ଦ୍ର ଦେହୁରୀ । ଉଭୟଙ୍କୁ ଦଶପଲ୍ଲା ଜେଏମଫସି କୋର୍ଟରେ ହାଜର କରାଯାଇଛି । ଜବତ ଛାଲକୁ ଡେରାଡୁନ ଓାଇଲ୍ଡ ଲାଇଫ ଇନଷ୍ଟିଚ୍ୟୁଟକୁ ପଠାଇଛି ।ବାଘ ଛାଲରେ ଗୁଳି ମରାଇଥିବାର ଚିହ୍ନ ରହିଥିବାର ଜଣାପଡିଛି । ତେବେ ବାଘକୁ କେଉଁ ଜାଗାରୁ ମରାଗଲା ତାର ତଦନ୍ତ ଏସଟିଏଫ କରିଥିବାର ଜଣାପଡିଛି । ଏହି ୨ ଜଣଙ୍କୁ କ୍ରାଇମବ୍ରାଞ୍ଚ ଏସଟିଏଫ ରିମାଣ୍ଡରେ ଆଣି ଅଧିକ ପଚରାଉଚୁରା କରିବ ବୋଲି ଜଣାପଡ଼ିଛି।

 

Leave A Reply

Your email address will not be published.