ରାସ୍ତାରେ ଚାଲୁଛି ବଜ୍ରକାପ୍ତା

ବାରଙ୍ଗ,୬ା୨(ଏସଏସନିଉଜ)ରାଜଧାନୀ ଉପକଣ୍ଠ ଜରିପାଟଣା ନିକଟରୁ ଏକ ବଜ୍ରକାପ୍ତାକୁ ଉଦ୍ଧାର କରିଛି ବନବିଭାଗ। ଗୁରୁବାର ସକାଳୁ ପ୍ରାତଃ ଭ୍ରମଣ କରୁଥିବା ସ୍ଥାନୀୟଲୋକେ ପ୍ରାୟ ୩୫ କିଲୋ ଓଜନର ଏହି ଅଣ୍ଡିରା ବଜ୍ରକାପ୍ତାଟି ରାସ୍ତା ଉପରେ ବୁଲୁଥିବା ସମୟରେ ଏକ ଅଟୋ ସହ ଧକ୍କା ହୋଇଥିବା ଦେଖିବାକୁ ପାଇଥିଲେ। ବଜ୍ରକାପ୍ତାଟି ସଙ୍ଗେସଙ୍ଗେ ରାସ୍ତା ଉପରୁ ଚାଲିଯାଇ କେନାଲ କଡ଼ରେ ଥିବା ଗାତ ମଧ୍ୟରେ ପସି ଯାଇଥିଲା। ଉପସ୍ଥିତ ଲୋକେ ବନବିଭାଗକୁ ଖବର ଦେବାପରେ ମଞ୍ଚେଶ୍ୱର ବନାଞ୍ଚଳର କର୍ମଚାରୀ ସକାଳ ୯ଟାପାଖାପାଖି ଘଟଣାସ୍ଥଳରେ ପହଞ୍ଚି ସ୍ଥାନୀୟ ଲୋକଙ୍କ ସହାୟତାରେ ବଜ୍ରକାପ୍ତାକୁ ଗାତ ମଧ୍ୟରୁ ସୁରକ୍ଷିତ ଭାବେ ଉଦ୍ଧାର କରିଥିଲେ ।ତାକୁ ଏଜ ଜନ୍ତାରେ ପୁରାଇ ବନବିଭାଗ କର୍ମଚାରୀମାନେ ତାଙ୍କ କାର‌୍ୟ୍ୟା ଳୟକୁ ନେଇ ପ୍ରାଥମିକି ଚିକିସ୍‌ାକରି ତାଉପରେ ତିକ୍ଷ୍ଣଣ ଦୃଷ୍ଟି ରଖିଛନ୍ତି ।ଏବେ ବଜ୍ରକାପ୍ତାଟି ସୁସ୍ଥ ଥିବାବେଳେ ତାକୁ ଜଙ୍ଗଲରେ ଛଡ଼ାଯିବ କି ନନ୍ଦନକାନନ ପଠାଯିବ ତାହା ଉପରିସ୍ଥ ଅଧିକାରୀଙ୍କ ନିର୍ଦ୍ଦେଶ ଆସିଲେ ଜଣାପଡିବ ବୋଲି ସିଟିଫରେଷ୍ଟ ପକ୍ଷରୁ କୁହାଯାଇଛି ।

- Advertisement -

Leave A Reply

Your email address will not be published.