ଭାରସାମ୍ୟ ହରାଇ ଓଲଟିଲା କାର

ବାରଙ୍ଗ, ୧୦/୨(ଏସଏସନିଉଜ) ଗୋଡିସାହି ଫାଣ୍ଡି ଅନ୍ତର୍ଗତ କାଳିଆ ଶୁଣି ମନ୍ଦିର ନିକଟରେ ଭାରସାମ୍ୟ ହରାଇ ରାସ୍ତାକଡକୁ ସୋମବାର ଅପରାହ୍ନରେ ଏକ କାର ଓଲଟି ପଡ଼ିଛି।
ପ୍ରକାଶ ଯେ ସୋମବାର ଅପରାହ୍ନ ସାଢ଼େଚାରିଟା ସମୟରେ ତ୍ରିଶୂଳିଆ ପଟୁ ଆସୁଥିବା ଓଡି ୦୫ବିଜେ ୨୧୩୦ କାରଟି ଦୃତଗତିରେ ଆସୁଥିଲା। କାଳିଆଶୁଣି ମନ୍ଦିର ନିକଟରେ କାରଟି ଭାରସାମ୍ୟ ହରାଇ ରାସ୍ତା କଡ଼କୁ ଓଲଟି ପଡିବା ଫଳରେ କାରଟି ରାସ୍ତା କଡ଼ରେ ଥିବା ଏକ ଉଚ୍ଚ କ୍ଷମତା ବିଶିଷ୍ଟ ବିଦ୍ୟୁତ୍ ଖୁଣ୍ଟ ସହ ଧକ୍କା ଦେଇଥିଲା। ଘଟଣାସ୍ଥଳରେ କାର ଚାଳକ ସାମାନ୍ୟ ଆହତ ହୋଇଥିବା ବେଳେ ସ୍ଥାନୀୟ ଲୋକମାନେ ତାଙ୍କୁ ଚିକିତ୍ସା ପାଇଁ ସ୍ଥାନୀୟ ଡାକ୍ତରଖାନାକୁ ପଠାଇଥିଲେ। ପରେ ଗୋଡିସାହି ଫାଣ୍ଡି ପୋଲିସ ଖବର ପାଇ ଦୃଘଟଣାଗ୍ରସ୍ତ କାରକୁ ଜବତ କରିଥିଲେ।

- Advertisement -

Leave A Reply

Your email address will not be published.