ବାରଙ୍ଗ,୧୦।୨(ଏସଏସନିଉଜ) ଶିକ୍ଷକ ଓ ପ୍ରଧାନଶିକ୍ଷୟତ୍ରୀଙ୍କ ବିବାଦ ଯୋଗୁ ଭୁବନେଶ୍ଵର ବ୍ଲକ ଅଧିନସ୍ତ ଚନ୍ଦକା ପଞ୍ଚାୟତରସିମିଳୀପାଟଣା ସରକାରୀ ପ୍ରାଥମିକ ବିଦ୍ୟାଳୟ ମୁଖ୍ୟ ଫାଟକରେ ସୋମବାର ତାଲା ପଡ଼ିରହିଥିଲା।ସକାଳ ସାଢେ଼ ୯ଟା ସୁଦ୍ଧା ପିଲାମାନେ ବିଦ୍ୟାଳୟକୁ ଆସିବା ଆରମ୍ଭ କରିଥିଲେ।କିନ୍ତୁ ନିର୍ଦିଷ୍ଟ ସମୟ ପାଖାପାଖି ୧୦ସୁଦ୍ଧା ପିଲାମାନଙ୍କ ସହ ଶିକ୍ଷକମାନେ ଆସି ପହଂଚି ଥିଲ ମଧ୍ୟ ଫାଟକରେ ତାଲା ପଡ଼ିଥିଲା।ଯାହାଫଳରେ ବିଦ୍ୟାଳୟ ଭିତରକୁ ନଜାଇପରି ସମସ୍ତେ ବାହାରେ ଅପେକ୍ଷା କରିବାକୁ ପଡ଼ିଥିଲା।୧୧ଟା ପାଖାପାଖିଅଭିଭାବକମାନେ ଏହି ଖବର ପାଇ ବିଦ୍ୟାଳୟକୁ ଆସି ଉପସ୍ଥିତ ଶିକ୍ଷକମାନଙ୍କ ସହ ତାଲା ପଡ଼ିବାର କାରଣ ବୁଝିଥିଲେ।ପ୍ରଧାନଶିକ୍ଷୟତ୍ରୀ କୌଣସି ସରକାରୀ କାମରେ ତାଲିମ ପାଇ ୩ଦିନ ପାଇ ବାହାରକୁ ଯାଇଥିବାରୁ ଫାଟକ ଚାବି ତାଙ୍କ ପାଖରେ ରହିଛି ବୋଲି ଶିକ୍ଷକ ମାନେ କହିଥିଲେ।ତେବେ ସେ ଅନ୍ୟ କାହାକୁ ଚାବି ଦେଇଥିବା ନେଇ ଅଭିଭାବକମାନେ ଦାବି କରିବାରୁ ଶିକ୍ଷକମାନେ ଅସ୍ବୀକାର କରିଥିଲେ।ଏହାକୁ ନେଇ ଉଭୟ ଅଭିଭାବକ ଓ ଉପସ୍ଥିତ ଶିକ୍ଷକମାନଙ୍କ ମଧ୍ୟରେ ବିବାଦ ଓ ତୀବ୍ର ଅସନ୍ତୋଷ ଦେଖାଦେଇଥିଲା।ଏହାପରେ ଉତ୍ୟକ୍ତ ଅଭିଭାବକମାନେପୁଣି ଏକ ତାଲା ଫାଟକରେ ପକାଇ ଅପେକ୍ଷା କରିଥିଲେ।୧୨ଟା ପାଖା ପାଖି ଖବର ପାଇ ସିଆରସିସି ପଦ୍ମନାଭ ବେହେରା ଘଟଣାସ୍ଥଳରେ ପହଁଚି ଅଭିଭାବକମାନଙ୍କୁ ବୁଝା ସୂଜା କରିଥିଲେ ମଧ୍ୟ କୌଣସି ସୁଫଳ ମିଳିପାରିନଥିଲା।ଅନ୍ୟପଟେ
ବିଦ୍ୟାଳୟରେ ପ୍ରଧାନ ଶିକ୍ଷୟତ୍ରୀ ଓ ଶିକ୍ଷକମାନଙ୍କ ମଧ୍ୟରେ ବିବାଦ ଲାଗିରହିଛି।ଏବିଷୟରେ ଶିକ୍ଷା ଅଧିକାରୀଙ୍କୁ ଅବଗତ କରାଯାଇଛି।ଅଦ୍ୟାବଧି ପଦକ୍ଷପ ନିଆଯାଇନ ଥିବାରୁ ଦିନକୁଦିନ ବିବାଦ ଘନୀଭୂତ ହୋଇଛି।ଯାହାର ପ୍ରଭାବ ପିଲା ମାନଙ୍କ ଉପରେ ପଡ଼ିବାର ସମ୍ଭାବନା ଦେଖାଦେଇଛି ବୋଲି ଅଭିଭାବକ ମାନେ ଅଭିଯୋଗ କରିଛନ୍ତି।
ଫାଟକରେ ତାଲା ପକାଇଲେ ଅଭିଭାବକ
Prev Post
Next Post
