ବାହୁଡ଼ା ଓ ସୁନାବେଶ ପାଇଁ ପୁରୀରେ କଟକଣା

0 597

ପୁରୀ,୨୭/୬(ଏସଏସନିୟୁଜ): ବାହୁଡ଼ା ଓ ସୁନାବେଶ ପାଇଁ ପୁରୀରେ କଟକଣା ,ପୁଣି ପୁରୀରେ ଜାରି ହେବ କର୍ଫ୍ୟୁ । ଜୁନ ୩୦ ତାରିଖ ରାତି ୧୦ଟାରୁ ଜୁଲାଇ ୨ ତାରିଖ ଯାଏଁ କର୍ଫ୍ୟୁ ଜାରି କରାଯିବ ବୋଲି ସୂଚନା ମିଳିଛି । ସାରା ଜିଲ୍ଲାରେ କର୍ଫ୍ୟୁ ଜାରି ହେବା ନେଇ ସୂଚନା ପ୍ରଦାନ କରିଛନ୍ତି ଜିଲ୍ଲାପାଳ ବଲବନ୍ତ ସିଂ । ତେବେ ଏହା ପୂର୍ବରୁ ଗୁଣ୍ଡିଚା ବେଳେ ମଧ୍ୟ ପୁରୀ ସହରକୁ ସଟ ଡାଉନ ଘୋଷଣା କରାଯାଇଥିଲା । ପୁରୀର ସମସ୍ତ ପ୍ରବେଶ ପଥକୁ ମଧ୍ୟ ପ୍ରଶାସନ ପକ୍ଷରୁ ବନ୍ଦ କରାଯାଇଥିଲା । ଏହି ସମୟରେ ଭକ୍ତଙ୍କ ଗହଳିକୁ ଦୃଷ୍ଟିରେ ରଖି ବାହୁଡା ପାଇଁ ମଧ୍ୟ କର୍ଫ୍ୟୁ ଜାରି କରାଯିବ ବୋଲି ଜିଲ୍ଲା ପ୍ରଶାସନ ପକ୍ଷରୁ ସୂଚନା ପ୍ରଦାନ କରାଯାଇଛି । ଏଥିପାଇଁ ସମସ୍ତେ ଘରେ ରହି ଟିଭି ପରଦାରେ ତିନି ଠାକୁରଙ୍କ ଦର୍ଶନ କରିବାକୁ ଜିଲ୍ଲାପାଳ କହିଛନ୍ତି । ଖାଲି ଏତିକି ନୁହେଁ ରଥଯାତ୍ରା ପରି ବାହୁଡାରେ ବି ପୁରୀକୁ ସଂଯୋଗ କରୁଥିବା ସମସ୍ତ ପ୍ରବେଶ ପଥକୁ ସିଲ୍ କରାଯିବ ବୋଲି ଶ୍ରୀ ସିଂ ସୂଚନା ଦେଇଛନ୍ତି ।ଜୁଲାଇ ୪ ଯାଏ ହୋଟେଲ, ଲଜିଂ, ଧର୍ମଶାଳାରେ ରହି ପାରିବେନି ବାହାର ଲୋକ ,ବଡ଼ଦାଣ୍ଡର ଉଭୟ ପାର୍ଶ୍ବ କୋଠାରେ ବାହାର ଲୋକଙ୍କୁ ଅନୁମତି ନାହିଁ, ବାହାର ଲୋକ ରହିଲେ କୋଠା ମାଲିକଙ୍କ ଉପରେ ହେବ କାର୍ଯ୍ୟାନୁଷ୍ଠାନ  ହେବବୋଲି ଜିଲ୍ଲାପାଳଙ୍କ ସୁଚନା ଦେଇଛନ୍ତି ।

Leave A Reply

Your email address will not be published.