ଭୁବନେଶ୍ଵର,୨।୫(ଏସଏସ ନିୟୁଯ)ଦୁଇ ଦିନିଆ ଓଡ଼ିଶା ଗସ୍ତରେ ଆସୁଛନ୍ତି ଗୃହମନ୍ତ୍ରୀ ଅମିତ ଶାହ।ଆସନ୍ତା ୧୦ରେ ଦୁଇଦିନିଆ ଗସ୍ତରେ ଆସୁଛନ୍ତି ଅମିତ ଶାହ ବୋଲି ରାଜ୍ୟ ବିଜେପି ସଭାପତି ମନମୋହନ ସାମଲଙ୍କ ସୂଚନା ଦେଇଛନ୍ତି।ସେ କହିଛନ୍ତି ୧୦ରେ ଭୁବନେଶ୍ୱରରେ ପହଞ୍ଚି ଜଟଣୀ ଯିବେ।ଜଟଣୀରେ ଫରେନ୍ସିକ୍ ବିଶ୍ୱବିଦ୍ୟାଳୟର ଶିଳାନ୍ୟାସ କରିବେ।୧୦ ସଂଧ୍ୟାରେ ପୁରୀ ଯାଇ ମହାପ୍ରଭୁଙ୍କ ଦର୍ଶନ କରିବେ।୧୧ରେ ସମ୍ବଲପୁରରେ ବିଭିନ୍ନ ପ୍ରକଳ୍ପର ଶିଳାନ୍ୟାସ କରିବେ।ପରେ ଭୁବନେଶ୍ୱର ଜନତା ମଇଦାନରେ ଶିଳାନ୍ୟାସ କରିବା ସହ ଅଭିଭାଷଣ ଦେବେ ବୋଲି ବିଜେପି ସଭାପତି ସୂଚନା ଦେଇଛନ୍ତି।
