ପ୍ରକାସ ପାଇଲା ମାଟ୍ରିକ୍ ପରିକ୍ଷା ଫଳ

0 106

ଭୁବନେଶ୍ବର :୨୯/୭(ଏସଏସଏନ୍)ବୁଧବାର ପ୍ରକାଶ ପାଇଲା  ଚଳିତ ବର୍ଷର ମାଟ୍ରିକ ପରୀକ୍ଷା ଫଳ । ଭିଡିଓ ରିଲିଜ ଜରିଆରେ ବିଦ୍ୟାଳୟ ଓ  ଗଣଶିକ୍ଷା ମନ୍ତ୍ରୀ ସମୀର ରଞ୍ଜନ ଦାଶ ପରୀକ୍ଷା ଫଳ ଘୋଷଣା କରିଛନ୍ତି।ଏଥର ପାସ ହାର ୭୮.୭୬% ରହିଛି।

ଚଳିତ ବର୍ଷ ଏ-୧ ଗ୍ରେଡରେ ରେ ୧୨୭୯ ଜଣ ପାସ୍ କରିଛନ୍ତି। ଏ-୨ରେ ୮୪୫୮,ବି-୧ରେ ୧୮,୧୮୮, ବି-୨ରେ ୩୧,୩୨୮ ଜଣ ପିଲା ପାସ୍ କରିଛନ୍ତି। ସେହିପରି ସି-ଗ୍ରେଡରେ ୪୯,୧୫୩,ଡି-ରେ ୮୯,୫୫୬, ଇ-ଗ୍ରେଡରେ ୨,୨୩,୧୯୫ ଜଣ ପିଲା ପାସ୍ କରିଛନ୍ତି।

ଚଳିତ ବର୍ଷ ମୋଟ ୫,୩୪,୮୪୩ ଜଣ ଛାତ୍ରଛାତ୍ରୀ ମାଟ୍ରିକ ପରୀକ୍ଷା ଦେଇଥିବା ବେଳେ ୪,୨୧,୨୫୬ଜଣ କୃତକାର୍ଯ୍ୟ ହୋଇଛନ୍ତି। ୧,୧୨,୫୭୫ ଜଣ ପିଲା ଫେଲ୍ ହୋଇଛନ୍ତି। ତେବେ ୩୧ଟି ସ୍କୁଲରୁ କେହି ପାସ୍ କରି ନାହାନ୍ତି।

ସେହିପରି ରାଜ୍ୟ ମୁକ୍ତ ବିଦ୍ୟାଳୟ ଓ ମଧ୍ୟମା(ସଂସ୍କୃତ) ପରୀକ୍ଷା ଫଳ ମଧ୍ୟ ପ୍ରକାଶିତ ହୋଇଛି। ରାଜ୍ୟ ମୁକ୍ତ ବିଦ୍ୟାଳୟ ପାସ ହାର ୪୦.୧୮% ଏବଂ ମଧ୍ୟମା(ସଂସ୍କୃତ) ପରୀକ୍ଷା ଫଳ ପାସ ହାର ୯୭.୧୮% ରହିଛି। ୯୧୨୬ଜଣ ରାଜ୍ୟ ମୁକ୍ତ ବିଦ୍ୟାଳୟ ପରୀକ୍ଷା ଦେଇଥିବା ବେଳେ ୩୬୫୩ ଜଣ ପାସ କରିଛନ୍ତି। ସେହିପରି ୪୨୫୫ ମଧ୍ୟମା(ସଂସ୍କୃତ) ପରୀକ୍ଷା ଦେଇଥିବା ବେଳେ ୪୧୩୫ ଜଣ ପାସ୍ କରିଛନ୍ତି।

ଛାତ୍ରଛାତ୍ରୀମାନେ ସାଢେ ୧୧ଟା ପରେ ମାଟ୍ରିକ ପରୀକ୍ଷା ଫଳ ଏହି ୱେବସାଇଟ୍ : www.bseodisha.ac.in, www.bseodisha.nic.in,ରେ ଦେଖିପାରିବେ। ସେହିପରି  ଏସ୍‍ଏମ୍‍ଏସ୍‍ ମାଧ୍ୟମରେ ପରୀକ୍ଷା ଫଳ ଜାଣିପାରିବେ।  ମେସେଜ ବକ୍ସକୁ ଯାଇ <OR10> Space <Roll No> ଲେଖି 5676750 Send କଲେ ପରୀକ୍ଷା ଫଳ ଜାଣିପାରିବେ।
ଏଥିରେ ରାଜ୍ୟ ମୁକ୍ତ ବିଦ୍ୟାଳୟ ଓ ମଧ୍ୟମା(ସଂସ୍କୃତ) ପରୀକ୍ଷା ଫଳ ମଧ୍ୟ ଉପଲବ୍ଧ ହେବ। ପରୀକ୍ଷା ଫଳ ଜାଣିବାରେ କିଛି ସମସ୍ୟା ହେଲେ ବୋର୍ଡ କଣ୍ଟ୍ରୋଲ ରୁମ୍‌ ନମ୍ବର (0671)- 2412059, 2412060 କୁ ଫୋନ କରି ପାରିବେ।

Leave A Reply

Your email address will not be published.