ଶ୍ରୀଜୟଦେବ ଶିକ୍ଷା କେନ୍ଦ୍ରରେ ସବୁ ପିଲା ପାସ  

ବାରଙ୍ଗ,୨।୫(ଏସଏସନିୟୁଜ)ଚଳିତ ବର୍ଷର ମେଟ୍ରିକ୍ ପରୀକ୍ଷା ଫଳ ଶୁକ୍ରବାର ପ୍ରକାଶ ପାଇଛି।ଏଥିରେ ପଟିଆ କାନନବିହାର ସ୍ଥିତ ଶ୍ରୀଜୟଦେବ ଶିକ୍ଷା କେନ୍ଦ୍ରର ପରୀକ୍ଷାଫଳ ଶତପ୍ରତିଶତ ହୋଇଛି।ଶିକ୍ଷା କେନ୍ଦ୍ରରସମସ୍ତ ପିଲା ପାସ କରିଛନ୍ତି।ସମୁଦାୟ ମେଟ୍ରିକ୍ ପରୀକ୍ଷା ଦେଇଥିବା ୧୦୪ଜଣ ପିଲା ପାସ କରିଥିବା ବେଳେ ସେଥିମଧ୍ୟରୁ ଏ- ୧ରେ ୩ଜଣ, ଏ-୨ରେ ୭ଜଣ,ବି -୧ ରେ ୨୩,ବି – ୨ଗ୍ରେଡରେ ୩୨ଜଣ ପିଲା ପାସ କରିଛନ୍ତି।ଶିକ୍ଷା କେନ୍ଦ୍ରର ଶତକଡା ୧୦୦ଭାଗ ପିଲା ଉତ୍ତୀର୍ଣ୍ଣ ହୋଇଥିବାରୁ ପ୍ରଧାନ ଆଚାର୍ଯ୍ୟ ପ୍ରଦୀପ କୁମାର ପାଣି ସମସ୍ତଙ୍କୁ  ଅଭିନନ୍ଦନ ଜଣାଇଛନ୍ତି।

- Advertisement -

Leave A Reply

Your email address will not be published.