ମେଣ୍ଢାଶାଳ,୧୨ା୫(ଏସଏସନିୟୁଜ) ଦାରୁଠେଙ୍ଗ ଗ୍ରାମର ଆରାଧ୍ୟ ଦେବତା ପ୍ରଭୁ ବାବା ବାଲୁଙ୍କେଶ୍ୱର ମହାଦେବଙ୍କ ଚଳନ୍ତି ଠାକୁର ପ୍ରଭୁ ଚନ୍ଦ୍ରଶେଖର ଦେବଙ୍କ ଚାଲିଛି ଚନ୍ଦନ ଉତ୍ସବ । ପବିତ୍ର ଅକ୍ଷୀତୃତୀୟାରୁ ଆରମ୍ଭ ହୋଇଥିବା ପୂଜାରେ ପ୍ରତେହ ଦିନ ଠାକୁରଙ୍କ ନୀତି କାନ୍ତି ପାଳନ ହେଉଛି ।ସୋମବାର ଥିଲା ମହାପ୍ରଭୁଙ୍କ ଚନ୍ଦନପୂର୍ଣ୍ଣିମା ।ଏହି ଅବସରରେ ସକାଳୁ ପ୍ରଭୁଙ୍କର ଦେହରେ ସରଲାଗି କରାଯାଇଥିଲା । ସକାଳରେ ସୁଙ୍କୁଳି ଭୋଗ,ମଧ୍ୟାହ୍ନରେ ଖେଚୁଡ଼ି ଭୋଗ କରାଯାଇ ଠାକୁର ପାଖରେ ଲାଗି ହୋଇଥିଲା ।ସନ୍ଧ୍ୟାଆଳତି ପରେ ଠାକୁରଙ୍କ ଏକ ସ୍ୱତନ୍ତ୍ର ପୂଜା ଆଲଟ ଲାଗି କରାଯାଇଥିଲା । ଆଲଟଲାଗିର ସ୍ୱତନ୍ତ୍ର ପୂଜାର ନୀତିକାନ୍ତିରେ ଠାକୁର ପିନ୍ଧିଥିବା ବସ୍ତ୍ରକୁ କଢ଼ାଯାଇ ଥାଏ । ମନ୍ଦିର ଭିତରେ ଥିବା ଦୀପକୁ ଲିଭାଇ ଦିଆଯାଇ ଠାକୁରଙ୍କୁ ଚନ୍ଦନରେ ଲିପାଯାଇ ଚନ୍ଦନ ଲାଗି କରିବା ପରମ୍ପରା ରହିଛି ।ଏହି ବେଶରେ ପ୍ରଭୁ ଚନ୍ଦ୍ରଶେଖର ଖୁବ ସୁନ୍ଦର. ପ୍ରସନ୍ନ ଓ ସୁବାସିତ ହୋଇଥାନ୍ତି ।ଏହି ଚନ୍ଦନ ଲାଗି ବେଶ ସନ୍ଧ୍ୟାରେ ଦର୍ଶନ କଲେ ଭକ୍ତମାନଙ୍କ ସମସ୍ତ ମନବାଞ୍ଚା ପୂରଣ ହୁଏ ବୋଲି ମନ୍ଦିର ପୂଜକ ରବି ମହାପାତ୍ର. ଲଷ୍ମୀଧର ମହାପାତ୍ର. କର୍ତ୍ତା କାହ୍ନୁ ମାଝୀ. ସୁନିତା ମାଝୀ କହିଛନ୍ତି ।(ପଦ୍ମଚରଣ ବଡଜେନାଙ୍କ ରିପୋର୍ଟ)
