ମଇମାସ ୧୭ତାରିଖ ୨୦୨୫ମସିହା (ଶନିବାର)ଜ୍ୟେଷ୍ଠମାସ- କୃଷ୍ଣପକ୍ଷ,ତିଥି- ଚତୁର୍ଥୀ ପ୍ରା ଘ୦୫/୨୭ଗତେ ପଞ୍ଚମୀ,ନକ୍ଷତ୍ର-ପୂର୍ବାଷାଢ଼ା ଦିବା ଘ୦୬/୩୬ଗତେ ଉତ୍ତରାଷାଢ଼ା,ସୁର୍ୟୋଦୟ-ପ୍ରାତଃ ଘ୦୫/୧୪/୪୯,ସୂର୍ଯ୍ୟାସ୍ତ -ସନ୍ଧ୍ୟାଘ୦୬/୧୨/୧୯,ଯୋଗିନୀ ଦକ୍ଷିଣେ,ତୁଳା ଓ କୁମ୍ଭ ରାଶିର ଘାତଚନ୍ଦ୍ର,ବୃଷ,ସିଂହ ଓ କନ୍ୟାରାଶିର ଘାତବାର,ପଞ୍ଚମୀର ଏକୋଦିଷ୍ଟ ଓ ପାର୍ବଣଶ୍ରାଦ୍ଧ, କାଳବେଳା-ଦିବା ଘ୦୬/୫୦ ମଧ୍ୟେ ଓ ଦିବାଘ୦୪/୪୩ ଗତେଘ୦୬/୧୫ ମଧ୍ୟେ,ବାରବେଳା- ଦିବା ଘ୦୧/୨୦ ଗତେ ଘ୦୨/୫୭ ମଧ୍ୟେ,ବିଶୁଦ୍ଧ ଅମୃତବେଳା- ଦିବା ଘ୦୩/୩୮ଗତେ ଘ୦୪/ ୪୨ମଧ୍ୟେ ଓ ରାତ୍ରି ରାତ୍ରି ଘ୦୭/୩୫ଗତେ ଘ୦୭/୪୦ମଧ୍ୟେ,ବିଶୁଦ୍ଧ ମାହେନ୍ଦ୍ରବେଳ।-ଦିବା ଘ୦୯/୨୩ ଗତେ ଘ୧୧/୫୪ମଧ୍ୟେ,ଅଦ୍ୟ ବେଲଭକ୍ଷଣ ନିଷେଧ
ମେଷ👉ଆଜି ପରିବାରରେ ସନ୍ଦେହ ଓ ଭୁଲ୍ବୁଝାମଣା ସୃଷ୍ଟି ହୋଇପାରେ । ନୈରାଶ୍ୟର ଛାୟା ଆଚ୍ଛାଦିତ ମନ ନିଷ୍ପତ୍ତି ନେବାରେ ଦ୍ୱନ୍ଦ୍ୱରେ ପଡିବ। ଅଫିସରେ କୌଣସି ବିଷୟ ନେଇ ବୁଝାମଣାରେ ତିକ୍ତତା ସୃଷ୍ଟି ହୋଇପାରେ। ଆଲୋଚନା, ଆନୁଷ୍ଠାନିକ କାମରେ ଦ୍ୱନ୍ଦ୍ୱ ଦୂର ହୋଇପାରେ।
ବୃଷ👉ଆଜି ବନ୍ଧୁମାନଙ୍କ ସାହାଯ୍ୟରୁ ମାନସିକ ଦ୍ୱନ୍ଦ୍ୱର ଅବସାନ ଘଟିବ । ଜଣେ ଆତ୍ମୀୟଙ୍କ ସହଯୋଗ ଦ୍ୱାରା ଅର୍ଥଲାଭ ଓ ସମ୍ମାନ ସାଙ୍ଗକୁ ବାଲ୍ୟବନ୍ଧୁଙ୍କ ସାନ୍ନିଧ୍ୟ ଲାଭ କରି ଖୁସି ରହିବେ । ଶିଳ୍ପ, ବାଣିଜ୍ୟ, ବ୍ୟବସାୟ ଓ ପରିବହନ କ୍ଷେତ୍ରରେ ସାମାନ୍ୟ ପ୍ରତିବନ୍ଧକ ଦେଖାଦେଇପାରେ।
ମିଥୁନ👉ଆଜି ଧନନାଶ ଓ କାର୍ଯ୍ୟହାନୀ ହୋଇପାରେ। ସତର୍କତାର ସହ ମାପିଚୁପି କହୁଥିଲେ ମଧ୍ୟ କିଛି ନା କିଛି ଅଭିଯୋଗର କୈଫିୟତ ଦେବାକୁ ପଡିପାରେ। ଜମିଜମା, କଚେରି ମାମଲା, ଆଲୋଚନା ସଭା ଓ ଲେଖାପଢ଼ା ଦିଗରୁ ଉପକୃତହେବେ । ସନ୍ତାନଙ୍କ ବିଷୟ ଚିନ୍ତା କରି ମନ ଭଲ ଲାଗି ନ ପାରେ।
କର୍କଟ👉ଆଜି ଅଫିସ୍ କାମରେ ଭାବପ୍ରବଣବଶତଃ ବିରକ୍ତିକର କଥା କହି ଅପଦସ୍ଥ ହୋଇପାରନ୍ତି । ପରକଥାରେ ପ୍ରଭାବିତ ଭୁଲ୍ ମାର୍ଗର ଅନୁସରଣ କରିପାରନ୍ତି। ଜମିଜମା କାରବାର, ସତ୍ସଙ୍ଗ କିମ୍ବା ଧର୍ମାନୁଷ୍ଠାନ ଦିଗରୁ ପ୍ରେରଣା ଲାଭ କରିପାରନ୍ତି। ନିକଟ ସମ୍ପର୍କୀୟମାନଙ୍କ ସହ ମିତ୍ରତା ସ୍ଥାପନ କରିପାରନ୍ତି।
ସିଂହ👉ଆଜି ବ୍ୟୟବୃଦ୍ଧି ହେବ ତେବେ ଦୂରଯାତ୍ରା ପାଇଁ ମାର୍ଗ ସୁଗମ ହେବ। କିନ୍ତୁ ଶନିଙ୍କ ସମ୍ବନ୍ଧ ଜନିତ ମାନସିକ ଅବସାଦ ବଢ଼ିବା କାରଣରୁ କୌଣସି କାମ ଉତ୍ସାହପ୍ରଦ ନ ହୋଇପାରେ । ଈର୍ଷାପରାୟଣ ବ୍ୟକ୍ତିଙ୍କ ମିଥ୍ୟା ଗୁଜବରେ ଆତଙ୍କିତ ହୁଅନ୍ତୁ ନାହିଁ । ମାଲିମକଦ୍ଦମାରେ ସନ୍ତୋଷଜନକ ଫଳ ପାଇବେ।
କନ୍ୟା👉ଆଜି ଯେଉଁ କାମରେ ହାତ ଦେବେ, ସେଥିରେ ସଫଳତା ନିଶ୍ଚିତ ମିଳିବ । ଆକସ୍ମିକ ଭାବରେ କୈ।ଣଶି କାର୍ଯ୍ୟ ପାଇଁ ଦୂରସ୍ଥାନକୁ ଯାତ୍ରା କରିବାକୁ ପଡ଼ିପାରେ ଏବଂ ପରିସ୍ଥିତିରେ ପଡି ଅଯଥା ଖର୍ଚ୍ଚାନ୍ତ ହେବେ। ଦେହ ଆରୋଗ୍ୟ ହେବାସହ ସହିତ ମନ ମଧ୍ୟ ଆନନ୍ଦିତ ରହିବ।
ତୁଳା👉ଆଜି ବିଳାସବ୍ୟସନ ମଧ୍ୟରେ ଦିନଟିକୁ ଅତିବାହିତ କରିବେ।ସକାଳୁ ସକାଳୁ ଧାର, କରଜ କିମ୍ବା ପୂର୍ବ ଶତ୍ରୁତା ସାମୟିକ ଆଲୋଚନାର କେନ୍ଦ୍ରବିନ୍ଦୁ ହେବାର ସୂଚନା ରହିଛି। ପରିବାର ଭିତରେ ସମସ୍ୟା ସମାଧାନପାଇଁ ଚେଷ୍ଟା କରିବେ।ସଙ୍ଗୀତ ଓ ନୃତ୍ୟସାଙ୍ଗକୁ ଧର୍ମକାର୍ଯ୍ୟରେ ନିଜକୁ ନିୟୋଜିତ କରିବେ।
ବିଛା👉ଆଜି ବିଭିନ୍ନ ପ୍ରକାରର କଳ୍ପନାଜଳ୍ପନା ମନରେ ଆଲୋଡ଼ନ ସୃଷ୍ଟି ହେବ। ଦୀର୍ଘ ସମୟର କାର୍ଯ୍ୟବ୍ୟସ୍ତତା ହେତୁ କ୍ଳାନ୍ତି ଓ ଅବସାଦ ଅନୁଭବ କରିପାରନ୍ତି। ସେବା ଓ ପରୋପକାର ହେତୁ ସାମାଜିକ ପ୍ରତିଷ୍ଠା ବଢ଼ିବ। କୌଣସି ବନ୍ଧୁଙ୍କ ସାହାଯ୍ୟ, ସହଯୋଗ ଓ ଆତ୍ମୀୟତାରେ ଉତ୍ଫୁଲ୍ଲିତ ହୋଇପାରନ୍ତି।
ଧନୁ👉ଆଜିର ଆପଣଙ୍କ କର୍ମକ୍ଷେତ୍ରରେ ପ୍ରତିକୂଳ ପରିସ୍ଥିତିର ଚାପ କ୍ରମଶଃ ବଢ଼ିପାରେ। କୌଣସି ବନ୍ଧୁଙ୍କ ଦ୍ୱାରା ପ୍ରତାରିତ ହେବାର ବହୁତ ସମ୍ଭାବନା ରହିଛି। ପଡୋଶୀଙ୍କ ସହ ସମ୍ପର୍କ ମଧୁର ରଖିବା ପାଇଁ ଚେଷ୍ଟା କରି କେତେକାଂଶରେ ଉପକୃତ ହେବେ। ଦୀର୍ଘ ଦିନର ମଉଳି ଯାଇଥିବା ଆଶା ପୁଣି ଉଜ୍ଜୀବିତ ହେବ।
ମକର👉ଆଜି ଆପଣ କୌଣସି ନୂତନ କର୍ମରେ ଉତ୍ସାହିତ ରହିବେ। କର୍ମକ୍ଷେତ୍ରରେ ପୃଷ୍ଠ ସାହାଯ୍ୟ ଲାଭକରି ମନୋବଳ କ୍ରମଶଃ ବୃଦ୍ଧି ପାଇବାର ଆଶା ରହିଛି । ଫେରନ୍ତା ବାଟରେ ଅସାବଧାନତାବଶତଃ ଦ୍ରବ୍ୟ ନଷ୍ଟ ହୋଇପାରେ। ବିବାଦୀୟ ଘଟଣାରେ ବନ୍ଧୁଙ୍କ ମଧ୍ୟସ୍ଥତାରେ ଫଇସଲା ହୋଇଯିବ।
କୁମ୍ଭ👉ଆଜି ପ୍ରତ୍ୟେକ କ୍ଷେତ୍ରରେ ସତର୍କ ରହି କାମକରିବା ଭଲ ହେବ।ଜଣେ ବନ୍ଧୁଙ୍କ ସାହାଯ୍ୟକୁ ଭୁଲି ପାରିବେ ନାହିଁ। ଘର ସାଜସଜ୍ଜାରେ, ଆନୁଷ୍ଠାନିକ କାମରେ ବ୍ଯସ୍ତ ରହିପାରନ୍ତି। ଆର୍ଥିକ ଦିଗ ଭଲ ରହିବ ଓ କୌଣସି ଜନହିତକର କାମରେ ତାହାକୁ ବିନିଯୋଗ କରିବା ପାଇଁ ଚିନ୍ତା କରିବେ।
ମୀନ👉ବାଣିଜ୍ୟ, ରାଜନୀତି ଓ ପ୍ରଶାସନ କ୍ଷେତ୍ରରେ ଲକ୍ଷ୍ୟ ହାସଲ କରିବେ ଆଜି ପ୍ରତ୍ୟେକ କର୍ମ ରେ ଶୁଭଫଳ ପାଇବେ। କିନ୍ତୁ ପାରିବାରିକ ଦିଗରୁ କେତେକ ବ୍ୟତିକ୍ରମ ସୃଷ୍ଟି ହେବାର ସମ୍ଭାବନା ରହିଛି। ଯେତେ ଭଲ କାମ କଲେ ମଧ୍ୟ କର୍ମକ୍ଷେତ୍ରରେ ସମାଲୋଚିତ ହୋଇପାରନ୍ତି।

ଘରେ ଅଶାନ୍ତି ଲାଗିରହିଛି କି?କରନ୍ତୁ ପ୍ରତିକାର…
ଯଦି ଆପଣଙ୍କ ଘରର ମୁଖ୍ୟଦ୍ୱାର ସାମ୍ନାରେ ମନ୍ଦିର ରହିଥିଲେ ତେବେ ଆପଣଙ୍କଘରେ ଦୈବଶକ୍ତି କେବେ ପ୍ରବେଶ କରନ୍ତିନାହିଁ, ଯାହା ଆପଣଙ୍କ ଘର ଓ ପରିବାରପାଇଁ ରୋଗ,ବୈରାଗ,ଦୁଃଖ ଓ ଦରିଦ୍ରତାର କାରଣ ହୋଇଥାଏ ।
ଯଦି ଆପଣଙ୍କ ଘରର ସାମ୍ନାରେ ବଡ଼ଗଛ କିମ୍ବା ଖମ୍ବଥାଏ ତେବେ ଆପଣଙ୍କ ପିଲାମାନଙ୍କ ପାଇଁ ଏହା ବହୁତ ଅଶୁଭ ହୋଇଥାଏ,ଏଣୁ ଘର ସାମ୍ନାରେ ସ୍ୱସ୍ତିକଚିହ୍ନ କିମ୍ବା ଓଂ ଲେଖିଦେବା ଉଚିତ୍ ହୋଇଥାଏ ।
ଯଦି ଆପଣଙ୍କ ଘରକୁ ଶୁଭତ୍ୱ ଆଣିବାପାଇଁ ହେଲେ ଘରର ମୁଖ୍ୟ ଦ୍ୱାରରେ ମୁରୁଯ ରଙ୍ଗଲି ପକାଇବା ଉଚିତ୍ ଏବଂ ସର୍ବଦା ଘରର ମୁଖ୍ୟ ଦ୍ୱାରକୁ ଫୁଲରେ ସଜାଇବା ଉଚିତ୍ କିମ୍ବା ମୁଖ୍ୟଦ୍ୱାରରେ ଛୋଟଛୋଟ ଘଣ୍ଟି ଲଗାଇବା ଉଚିତ୍,ଏହା କଲେ ଆପଣଙ୍କ ଘରପାଇଁ ଅତ୍ୟନ୍ତ ଶୁଭ ହୋଇଥାଏ ।
ଯଦି ଆପଣଙ୍କ ଘରର ମୁଖ୍ୟଦ୍ୱାର ସାମ୍ନାରେ ଜୋତା କିମ୍ବା ଚପଲ ରଖିବା କେବେବି ଉଚିତ୍ ହୋଇ ନଥାଏ,କାରଣ ଏହା ଅଶୁଭ ଓ ଅଶାନ୍ତିର କାରଣ ହୋଇଥାଏ ।
ଯେଉଁ ଘରର ଲୋକମାନଙ୍କ ମଧ୍ୟରେ ଛୋଟଛୋଟ କଥାରେ କଳହ ଲାଗୁଥାଏ ତେବେ ସେହି ଘରର ସଦସ୍ୟମାନେ ଶିନିବାରଦିନ ଅଟା ପେଶୀ କିଛି ବୁଟଚୁନା ମିଶାଇ ରୁଟି କରି ପରିବାରର ସମସ୍ତେ ମିଶି ଖାଆନ୍ତୁ, ଏହାକଲେ ଆପଣଙ୍କ ଘରର କଳହ ଭଲ ପାଇବାରେ ପରିବର୍ତ୍ତନ ହେବ ।
!!ଜୟ ଜଗନ୍ନାଥ, ଜୟ ସୋମନାଥ,ଜୟ ମା ଯୋଗମାୟା!!

ଜାଣିବା ଶନିଦେବ କିପରି ଖୁସି ହେବେ..
ଗ୍ରହରାଜ ଶନିଦେବ ହେଉଛନ୍ତି କର୍ମଫଳଦତା । କର୍ମଅନୁଯାୟୀ ସେ ଆଶୀର୍ବାଦ ଓ ଦଣ୍ଡଦିଅନ୍ତି । ସେ ନ୍ୟାୟଵାନ, ଉତ୍ତମ ବିଚାରକ, ସାଧକ, ତ୍ୟାଗୀ । ଛଳ କରୁଥିବା, ମିଛ କହୁଥିବା, କପଟ କରୁଥିବା, ଅନ୍ୟକୁ ଷଡଯନ୍ତ୍ର, ଅତ୍ୟାଚାର କରି ହଇରାଣ କରୁଥିବା ଲୋକଙ୍କୁ ଉଚିତଶାସ୍ତି ଶନି ଦିଅନ୍ତି ।ସେ ସୂର୍ୟ୍ୟଦେବ ଓ ଦେବୀଛାୟାଙ୍କର ପୁତ୍ର । ସୂର୍ୟ୍ୟ ତାଙ୍କପିତା ହେଲେ ମଧ୍ୟ ସେ ଛଳ ଓ କପଟୀଥିବାରୁ ତାଙ୍କ ଶତ୍ରୁ ବୋଲି କୁହାଯାଏ । ଶନି ନୀଳରଙ୍ଗ ବସ୍ତ୍ର ପରିଧାନ କରିଥିବା ସହ ତାଙ୍କ ସ୍ୱରୂପ କଳାରଙ୍ଗର । ତାଙ୍କର ବାହନ କାଉ ।
ଶନିଙ୍କ ନାମଶୁଣିଲେ ପ୍ରାୟ ସମସ୍ତେ ଭୟଭୀତଥାନ୍ତି । ଶନିଦଶା ପଡିଗଲେ କିଛି ବଡ ଅନିଷ୍ଟ ହେଇଯିବବୋଲି ପ୍ରାୟସମସ୍ତେ ଭାବନ୍ତି । କିନ୍ତୁ ସେତେ ଭୟଭୀତନହୋଇ ଶନିଦେବତାଙ୍କୁ ଉପଯୁକ୍ତ ଉପାସନାକରି ଶାନ୍ତିକଲେ ଏବଂ କିଛି ସରଳପ୍ରତିକାର ଦ୍ୱାରା ଶନିପୀଡାରୁ କିଛି ମାତ୍ରାରେ ମୁକ୍ତି ମିଳିପାରେ ।
୧. ମିଛ କହିବା, କାହାକୁ ହଇରାଣରେ ପକେଇବା, କାହା ବିରୁଦ୍ଧରେ ଷଡଯନ୍ତ୍ର କରିବା, ଛଳ ଓ କପଟ କରିବାରୁ ଦୁରେଇ ରୁହନ୍ତୁ ।
୨. ଶନିବାରଦିନ ଆମିଷ ଓ ମଦ ଗ୍ରହଣ କରନ୍ତୁ ନାହିଁ ।
୩. କୁଆ ଓ କୁକୁରଙ୍କୁ ଖାଇବାକୁ ଦିଅନ୍ତୁ ।
୪. ସଫେଇକର୍ମଚାରୀ, ଭିକାରି ଓ କୁଷ୍ଠରୋଗୀଙ୍କୁ ଛତା,ତେଲ ଛଙ୍କା ଯାଇଥିବାଖାଦ୍ୟ ଦାନକରନ୍ତୁ ଓ ବସ୍ତ୍ରଦାନ କରନ୍ତୁ ।
୫. ଲୁହାଦ୍ରବ୍ୟ ଦାନ କରନ୍ତୁ ।
୬. ଶୁଖିଲାଲଙ୍କା ପୋଡି ଖାଆନ୍ତୁ ।
୭. କୌଣସି ଶୂନଶାନଜାଗାରେ ଶନିବାରଦିନ ଛୋଟ କଜ୍ଵଳଡିବା ନେଇ ମାଟିରେ ଗାତଖୋଳି ପୋତିଆସନ୍ତୁ ।
୮. ମାଟିରେ ୪୩ଦିନଧରି ତେଲ କିମ୍ବା ମଦ ଢାଲନ୍ତୁ ।
୯.ପ୍ରତି ଶନିବାରଦିନ ସନ୍ଧ୍ୟାକାଳରେ ଅଶ୍ୱସ୍ଥବୃକ୍ଷମୂଳରେ ରାଶିପକେଇ ରାଶିତେଲଦୀପ ଜଳାନ୍ତୁ ଏବଂ ତାମୂଳରେ କିଛି ଚିନିଭୋଗ ଦେଇ ୭ଥର ପରିକ୍ରମା କରନ୍ତୁ ।
୧୦.ଶନିଦେବତାଙ୍କୁ ସନ୍ଧ୍ୟାକାଳରେ କଳାଅପରାଜିତା ଚଢ଼େଇ ତାଙ୍କପାଖେ ରାଶିତେଲଦୀପ ଜଳେଇ ୧୦୮ଶନିଙ୍କର ବୀଜମନ୍ତ୍ର କିମ୍ବା ଗାୟତ୍ରୀମନ୍ତ୍ର ପାଠକରନ୍ତୁ ।
୧୧. ଶନିଙ୍କ ବୀଜମନ୍ତ୍ର – “ଓଁ ଶଂ ଶନିଶ୍ଚରଓୟ ନମଃ” ।
୧୨. ଶନିଙ୍କ ଗାୟତ୍ରୀମନ୍ତ୍ର – ଓଁ ସୂର୍ୟ୍ୟପୁତ୍ରଓୟ ବିଦ୍ମୟେ ମୃତ୍ୟୁରୁପାୟ ଧୀମହୀ ତନ୍ନ ସୌରୀ ପ୍ରଚୋଦୟାତ ।
୧୩.ତାଙ୍କର ରତ୍ନପଥର ହେଉଛି ନିଲମ; ଯାହାକି ରୁପାମୁଦିରେ ୧୦୮ଶନିଙ୍କ ବୀଜମନ୍ତ୍ରଜପି ଉପଯୁକ୍ତ ଶୋଧନକରାଯାଇ ଶନିବାରଦିନ ଧାରଣକଲେ ଶୁଭଫଳ ପ୍ରାପ୍ତିହୁଏ ।(ସଂଗୃହିତ)
