ବାରଙ୍ଗ,୨୮।୫(ଏସଏସନିଉଜ)ମଙ୍ଗଳବାର ବିଳମ୍ବିତ ରାତିରେ ବାରଙ୍ଗର ବିଭିନ୍ନ ଅଞ୍ଚଳରେ ମାଳମାଳ ଡ୍ରୋନ୍ ଉଡ଼ିବା ଘଟଣା ଉପରେ ବୁଧବାର ପୋଲିସ ତଦନ୍ତ ଆରମ୍ଭ କରିଛି।ତେବେ ବିଭିନ୍ନ ସ୍ଥାନକୁ ଯାଇ ଖୋଜଖବର ନେଇଥିଲେ ମଧ୍ୟ କୌଣସି ତଥ୍ୟ ପାଇପାରିନ ଥିବାର ଜଣାପଡିଛି।ତେବେ କିଏ ଓ କାହିଁକି ଏତେ ଡ୍ରୋନ୍ ଉଡାଉଥିଲା ତାହାକୁ ନେଇ ଏବେ ପ୍ରଶ୍ନବାଚୀ ସୃଷ୍ଟି କରିଛି।
ପ୍ରକାଶ ଯେ,ମଙ୍ଗଳବାର ରାତିରୁ ବିଳମ୍ବିତରାତି ପର୍ଯ୍ୟନ୍ତ ବାରଙ୍ଗ ଅଞ୍ଚଳର ବିଭିନ୍ନ ଗ୍ରାମରେ ଡ୍ରୋନ୍ ଉଡୁଥିଲା ।ଏହି ଘଟଣା ସାଧାରଣ ଲୋକଙ୍କ ନଜରକୁ ଆସିବାପରେ ଲୋକମାନେ ଭୟଭୀତ ହୋଇ ପଡ଼ିଥିଲେ।ଏହି ଡ୍ରୋନ୍ କିଏ ଏବଂ କଣ ପାଇଁ ଉଡାଉଥିଲେ ତାହା ଜଣାପଡ଼ି ନଥିବାବେଳେ ସ୍ଥାନୀୟ ଲୋକଙ୍କଠାରୁ ଖବର ପାଇ ପୋଲିସ ଘଟଣାସ୍ଥଳରେ ପହଞ୍ଚିଥିଲା।ପୋଲିସ ତଦନ୍ତ ଆରମ୍ଭ କରି ବାରଙ୍ଗରେ ଥିବା ସିଆଇଏସଏଫ୍ , ଏନଡିଆରଏଫ୍ ପ୍ରଶିକ୍ଷଣ ଶିବିର,ମେଟ୍ରୋ ରେଳପ୍ରକଳ୍ପର ଚାଲିଥିବା ୱର୍କସପକାମଦାୟିତ୍ଵରେ ଥିବା ଅଧିକାରୀ, କିଛି ସରକାରୀ କାର୍ଯ୍ୟଳୟର ଅଧିକାରୀଙ୍କ ସହ ମଧ୍ୟ କଥା ହୋଇଥିଲେ।କିନ୍ତୁ ଡ୍ରୋନ୍ ଉଡାଉଥିବା ସଂସ୍ଥା ଓ ବ୍ୟକ୍ତି ବିଶେଷ ବିଷୟରେ କୌଣସି ସୂଚନା ପାଇପାରିନ ଥିଲା।ଏହି ଡ୍ରୋନ୍ ପ୍ରଥମେ ରତାଗଡ଼ଗାଁ ମୁଣ୍ଡରେ ଦେଖିବାକୁ ମିଳିଥିଲା।ପୋଲିସ ଆସି ରତାଗଡ଼ରେ ପହଞ୍ଚିବା ପରେଗୋଡିସାହି ,ଶଣ୍ଢପୁର,ତ୍ରିଶୂଳିଆ , ନରଣପୁର,କୃଷ୍ଣଚନ୍ଦ୍ରପୁର ଓ ଏହାର ଆଖପାଖ ଅଞ୍ଚଳରେ ଏକାଧିକ ଡ୍ରୋନ୍ ଉଡୁଥିବାର ଦେଖିବାକୁ ପାଇଥିଲା। ସ୍ତାନୀୟ ଲୋକଙ୍କଠାରୁ ଖବରପାଇ ପୋଲିସ ଘଟଣାସ୍ଥଳରେ ରାତାରାତି ପହଂଚି ତଦନ୍ତ ଆରମ୍ଭ କରିଥିଲା।ଏକକାଳୀନ ୧୦ରୁ ଅଧିକ ଡ୍ରୋନ ଉଡ଼ିବାକୁ ନେଇ ଲୋକେ ଛାନିଆ ହୋଇଯାଇଥିଲେ।ଡ୍ରୋନରେ ଲାଇଟ୍ ଲାଗିଥିବା ବେଳେ ପାଖିପାଖି ବୁଲିଥିଲା ଏକାଧିକ ଡ୍ରୋନ୍। ଡ୍ରୋନ୍ ବୁଲିବାକୁ ଦେଖି ପ୍ରଥମେ ରତାଗଡ଼ ଗ୍ରାମବାସୀ ଛାନିଆ ଓ ଆତଙ୍କିତ ହୋଇଯାଇ ଥିଲେ।
ବୁଧବାର ସକାଳୁ ଜୋନ-୪ ଏ.ସି.ପି.ଅମିତାଭ ମହାପାତ୍ର, ବାରଙ୍ଗଥାନା ଅଧିକାରୀ ଦେବେନ୍ଦ୍ର ବିଶ୍ଵାଳ,ଗୋଡିସାହି ଫାଣ୍ଡି ଅଧିକାରୀ ବିଚିତ୍ରାନନ୍ଦ ପ୍ରଧାନ ୧ପ୍ଲାଟୁନ ପୋଲିସଫୋର୍ସ ନେଇ ଡ୍ରୋନ୍
ଉଡ଼ିଥିବା ନିକଟସ୍ତ ଗ୍ରାମ,ଜଙ୍ଗଲ,ରେଳଧାରଣା ଓ ନଦୀପଠାରେ ସଦଳବଳେ ଖୋଜାଖୋଜି କରି ଫେରିଛନ୍ତି।ଏହାସହ ବିଭିନ୍ନ ଗ୍ରାମକୁ ଯାଇ ସ୍ଥାନୀୟ ଲୋକମାନଙ୍କୁ ପଚରା ଉଚରା ଆରମ୍ଭ କରିଥିବାର ଦେଖିବାକୁ ମିଳିଛି।(ଜିତ ରାଉତଙ୍କ ରିପୋର୍ଟ)
Prev Post
Next Post
