ବାରଙ୍ଗ, ୨୮।୫(ଏସଏସନିଉଜ)ଗୋଡିସାହି ଫାଣ୍ଡି ଅଧିନସ୍ଥ ଗୋବିନ୍ଦପୁର ମୁଣ୍ଡଳି ମୁଖ୍ୟରାସ୍ତାରେ ଭାରସାମ୍ୟ ହରାଇ ଏକ କାର ଓଲଟି ପଡ଼ିଥିଲା।କିନ୍ତୁ ଷୌଭାଗ୍ୟ ବଶତ କାରରେ ଥିବା ୫ଜଣକର କୌଣସି କ୍ଷତି ହୋଇନଥିବା ବେଳେସାମାନ୍ୟ ଆହତ ହୋଇଥିଲେ।
ପ୍ରକାଶଯେ, ବୁଧବାର ଦିନ ପୂର୍ବାହ୍ନ ସାଢ଼େ୧୧ଟା ସମୟରେ ଅନୁଗୋଳଜିଲ୍ଲା ତାଳଚେର ଗୋପାଳପ୍ରସାଦ ଗ୍ରାମର ଲୁଲୁ ବେହେରା ନାମକ ବ୍ୟକ୍ତି ସପରିବାରେ ତାଙ୍କକାର ନମ୍ୱର
ଓଡି ୧୯-ଆର-୦୬୨୩ଯୋଗେ ଭୁବନେଶ୍ୱର ଅଭିମୁଖେ ଆସୁଥିଲେ ।ଦୃତଗତିରେ ଆସୁଥିବା ବେଳେ ମୁଣ୍ଡଳି ଗୋବିନ୍ଦପୁର ମୁଖ୍ୟରାସ୍ତାର ଗୋଡ଼ିପୋଖରୀଠାରେ କାରଟି ଭାରସାମ୍ୟ ହରାଇ ରାସ୍ତାକଡକୁ ହଠାତ୍ ଓଲଟିପଡିଥିଲା। ସୈାଭାଗ୍ୟବସତଃ କାର ଭିତରେ ଥିବା ୫ଜଣଙ୍କର କୈାଣସି କ୍ଷତି ହୋଇନଥିବା ବେଳେ ସାମାନ୍ୟ ଆହତ ହୋଇଥିଲେ।ଖବରପାଇ ଗୋଡିସାହିଫାଣ୍ଡି ଅଧିକାରୀ ବିଚିତ୍ରାନନ୍ଦପ୍ରଧାନ ଘଟଣାସ୍ଥଳରେ ପହଞ୍ଚି ଦୃଘଟଣା ଗ୍ରସ୍ତ କାରଟି ଉଦ୍ଧାର କରିଥିଲେ।(ଜ୍ଞାନଜିତ ପ୍ରଧାନଙ୍କ ରିପୋର୍ଟ)
Prev Post
Next Post
