ପୁଣି ନୁଆ ୫୭୧

0 210

ଭୁବନେଶ୍ୱର,୭/୭(ଏସଏସନିୟୁଜ)ରାଜ୍ୟରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ଦିନକୁଦିନ ବଢିବାକୁ ଲାଗିୁଛି ।ଆଜି ୨୧ଟିଜିଲ୍ଲାରୁ ୫୭୧ଟି ନୁଆ କରୋନା ପଜିଟିଭ ଚିହ୍ନଟ ହୋଇଛନ୍ତି ।ସେଥିମଧ୍ୟରେ କ୍ୱାରେ ଟାଇନ ରୁ୪୦୩ ଓ ସ୍ଥାନୀୟ ଲୋକ ୧୬୮ବୋଲି ଜଣାପଡିଛି ।ଏହି ନୁଆ ଆକ୍ରାନ୍ତଙ୍କ ମଧ୍ୟରେ ଅନୁଗୁଳରୁ୪,ବାଲେଶ୍ୱରରୁ ୨୮,ଭଦ୍ରକରୁ ୧, ବଲାଙ୍ଗିରରୁ୫ ,କଟକରୁ୨୯,ଢେଙ୍କାନାଳରୁ ୧, ଗଜପତି ରୁ୫୬,ଗଞାମରୁ୨୭୩, ଜଗତସିଂହ ପୁରରୁ୧୭,ଯାଜପୁରରୁ୧୬,ଝାରସୁଗୁଡାରୁ୧,କେନ୍ଦ୍ରାପଡାରୁ୩,କେଉଁଝରରୁ୩,ଖୋର୍ଦ୍ଧାରୁ୩୭,ମୟୁରଭଞରୁ୧୪,ନୟାଗଡରୁ୧,ପୁରୀରୁ୪,ରାୟଗଡାରୁ୧୦,ସମ୍ବଲପୁରରୁ୬,ସୁନ୍ଦରଗଡରୁ୫୧,ନବରଙ୍ଗପୁରରୁ୭ । ସେହିଭଳି ଆଜି ୬ଜଣ କରୋନା ଆକ୍ରାନ୍ତଙ୍କ ମୃତ୍ୟୁ ଘଟିଛି ।ସେଥି ମଧ୍ୟରେ କଟକରୁ ଜଣେ ଓ ଗଞାମରୁ ୩ଜଣ କୁ ମିଶାଇ ଏହି୪ଜଣ କରୋନାଜନିତ କାରଣରୁ ମୃତ୍ୟୁ ହୋଇଥିବାବେଳେ ଅନ୍ୟଦୁଇଜଣ କ୍ୟାନସରରେ ମୃତ୍ୟୁବରଣ କରିଛନ୍ତି ।ତେବେ କରୋନା ବ୍ୟବତି ସେମାନଙ୍କର ଡାଇବେଟିସ ଓ ଅନ୍ୟ ରୋଗ ରହିଥିଲା ।ଯାହାଫଳରେ ରାଜ୍ୟରେ ମୃତ୍ୟୁ ସଂଖ୍ୟା ୪୨ ରେ ପହଁଚିଥିବାବେଳେ କଟକରେ୫ ଓ ଗଞାମରେ ୨୪ରେ ମୃତ୍ୟୁସଂଖ୍ୟା ପହଁଚିଛି ।ଅନ୍ୟଦୁଇଜଣ ଙ୍କ ମଧ୍ୟରୁ ଜଣେ କଟକର ଜଣେ ୮୦ ବର୍ଷିୟ ଓ ମୟୁଭଞ୍ଜର ଜଣେ ୪୫ ବର୍ଷିୟ ବ୍ୟକ୍ତି କରୋନାରେ ଆକ୍ରାନ୍ତ ଥିଲେ ମଧ୍ୟ କ୍ୟାନସର ଯୋଗୁଁ ତାଙ୍କର ମୃତ୍ୟୁ ଘଟିଛି ବୋଲି ସରକାରଙ୍କ ପକ୍ଷରୁ ସ୍ପଷ୍ଟ କରା ଯାଇଛି ।ଏହାକୁ ମିଶାଇ ରାଜ୍ୟରେ ଆକ୍ରାନ୍ତଙ୍କ ସଂଖ୍ୟା ୧୦ହଜାରେ୯୭କୁ ବୃଦ୍ଧିପାଇଛି ।

Leave A Reply

Your email address will not be published.