ଭୁବନେଶ୍ୱର,୧୧।୭(ଏସଏସନିଉଜ) ଆସନ୍ତାକାଲିଠାରୁ ରାଜ୍ୟରେ ସବୁ ଘରୋଇବସ୍ ଗଡ଼ିବା ନେଇ ରାଜ୍ୟ ଘରୋଇବସ୍ ମାଲିକସଂଘ ପକ୍ଷରୁ ସୂଚନା ଦିଆଯାଇଛି।ଯାହାକି ଘରୋଇ ବସରେ ଯାତ୍ରା କରୁଥିବା ଯାତ୍ରୀଙ୍କ ପାଇଁ ଖୁସି ଖବର।ଡ୍ରାଇଭର୍ ମହାସଂଘର ଆନ୍ଦୋଳନ ଯୋଗୁ ବନ୍ଦ ଥିଲା ବସ୍ ଚଳାଚଳ।ଆସନ୍ତାକାଲି ଅର୍ଥାତ୍ ଶନିବାରଠାରୁ କଟକରେ ଘରୋଇ ବସ୍ ଚଳାଚଳ ସ୍ଵାଭାବିକ ହୋଇପାରେ।ଡ୍ରାଇଭର ମହାସଂଘ ଧର୍ମଘଟକୁ ଆଉ ସମର୍ଥନ ଜଣାଇବେ ନାହିଁ କଟକ ଘରୋଇ ବସ୍ ମାଲିକସଂଘ ।ଧର୍ମଘଟ ଯୋଗୁ ବସମାଲିକ କ୍ଷତି ସହିବା ସହ ଯାତ୍ରୀଙ୍କ ଯାତାୟାତ ବାଧାପ୍ରାପ୍ତ ହୋଇଛି।ଏହାକୁ ନଜରକୁ ନେଇ ବସ ମାଲିକସଂଘ କାଲିଠୁ ଘରୋଇ ବସ୍ ଚଳାଚଳ ଆରମ୍ଭ କରିବାକୁ ନିଷ୍ପତ୍ତି ନେଇଛି ।
