କଟକ,୧୧ା୭(ଏସଏସନିଉଜ) ଜମିବେପାରକୁନେଇ ଗୁରୁବାର ବିଳମ୍ଭିତ ରାତିରେ ଚଣ୍ଡୀପ୍ରସାଦ ଗ୍ରାମରେ ବୋମାମାଡ ହୋଇଛି ।ଏଥିରେ କାହାର କିଛି କ୍ଷତି ହୋଇନଥିବାବେଳେ ପ୍ରଚଣ୍ଡ ଶବ୍ଧରେ ଗ୍ରାମବାସୀଙ୍କ ନିଦ ହଜାଇଦେଛି ।ଏହି ଘଟଣାରେ ବାରଙ୍ଗଥନାପୋଲିସ ଜନେ ମହିଳାଙ୍କୁ ଅଟକ ରଖି ପଚରାଉଚରା ଆରମ୍ଭ କରିଛି ।
ପ୍ରକାଶଯେ , ଚଣ୍ଡୀପ୍ରସାଦଗ୍ରାମରେ ବ୍ୟବସାୟ ଆରମ୍ଭ କରିଥିବା ଜଣେ ବିଲ୍ଡର ଜମିଅଧିଗ୍ରହଣ କରିବାକୁ ସ୍ଥାନୀୟଗ୍ରାମର ଯୁବକମାନଙ୍କୁ ନିୟୋଜିତ କରିଛନ୍ତି ।କିଛିଦିନ ପୁର୍ବେ ଏହି ଗ୍ରାମର ଜଣେ ଚାଷୀଙ୍କଠାରୁ ତାଙ୍କର ଏକ ଜମିକିଣିବାକୁନେଇ କୋଟିଏ ଟଙ୍କାର ଡିଲ ହୋଇ ତାଙ୍କୁ ଚେକ ଦିଆଯାଇଥିଲା ।କିନ୍ତୁ ସମୟାନୁସାରେ ଉକ୍ତ ଚେକକୁ ବ୍ୟାଙ୍କରେ ନଲଗାଇବାକୁନେଇ ବିବାଦ ଦେଖାଦେଇଥିଲା ।ଏହିଘଟଣାକୁନେଇ ଜମିମାଲିକ ଓ ବିଲ୍ଡର ସପକ୍ଷରେ ଥିବା ଯୁବକମାନଙ୍କ ମଧ୍ୟରେ ବିବାଦ ଗୁରୁବାର ରାତିରେ ଘନିଭୁତ ହୋଇଥିଲା ।ଏହାର କିଛିସମୟପରେ ଉକ୍ତ ପ୍ରୋଜେକ୍ଟ ମଧ୍ୟକୁ ୩ଟି ବୋମା ଦୁର୍ବୁତମାନେ ଫିଙ୍ଗି ଫେରାର ହୋଇଯାଇଥିଲେ ।ତେବେ ଶୁକ୍ରବାର ସକାଳେ ପ୍ରୋଜେକ୍ଟର ଜଗୁଆଳି ଜ୍ୟୋତି ମହନ୍ତ ନାମକ ବ୍ୟକ୍ତି ବାରଙ୍ଗଥାନାରେ ଲିଖିତ ଅଭିଯୋଗ କରିବାପରେ ପୋଲିସ ଜଣେ ମହିଳାଙ୍କୁ ଆଣି ଅଟକ ରଖିବା ସହ ତଦନ୍ତ ଆରମ୍ଭ କରିଛି ।(ଶଶିକାନ୍ତ ନାୟକଙ୍କ ରିପୋର୍ଟ)
Prev Post
Next Post
