ଭୁବନେଶ୍ୱର,୧୨ା୭(ଏସଏସନିଉଜ) ବମ୍ବେରୁ ଏକ ଇଭେଂଟ ପାଇଁ ଆସିଥିବା ଜଣେ ମହିଳାଙ୍କୁ ଅସଦଆଚରଣ ପଦର୍ଶନ କରିବା ସହ ନିଜପାଖରେ ରାତ୍ରଜାପନ କରିବା ପାଇଁ ବାଧ୍ୟ କରିବା ଓ ସେ ରାଜିନହେବାରୁ ମାରିଦେବାକୁ ଧମକ ଦେବା ଅଭିଯୋଗରେ ୩ଜଣଙ୍କୁ ଗିରଫକରି କୋର୍ଟଚାଳଣ କରିଛି ନନ୍ଦନକାନନଥାନାପୋଲିସ ।ସେମାନେ ହେଲେ ତମାଣ୍ଡୋଥାନାଅଧିନସ୍ଥ କଳିଙ୍ଗବିବିହାରର ରଘୁନାଥସାହୁ(୩୦),ଖାରରେଳନଗରଥାନାଅଧିନସ୍ଥ ମଲିକଲୋନୀର ଆନନ୍ଦସେଠୀ (୨୭),ପୁରୀବଳିଆ ପଣ୍ଡାଥାନଅଧିନସ୍ଥ ବଳିଆପଣ୍ଡାର ସ୍ୱିତା ସାଲୋନୀ (୨୧)ା
ପ୍ରକାସଯେ, ହୀନା ସେଖ ନାମକ ମହିଳା ବମ୍ବେଠାରେ ଥିବା କର୍ପୋରେଟ ଆକ୍ସେଞ୍ଚରରେ ଏଚଆର ମ୍ୟାନେଜର ଭାବେ କାର୍ୟ୍ୟ କରନ୍ତି । ତାଙ୍କୁ ଗତ୧୧ତାରିଖ ଦିନ ନନ୍ଦନକାନନଥାନା ଅନ୍ତର୍ଗତ ରଘୁନାଥପୁରସ୍ଥିତ କ୍ଲବଲିଓ ତରଫରୁ ଏକ ଡିଜେଇଂ ଇଭେଣ୍ଟ ପାଇଁ ୨୨ହଜାରେଟଙ୍କାରେ ବୁକ୍ କରାଯାଇଥିଲା । କ୍ଲବଲିଓର ମାଲିକ ରଘୁନାଥ ସାହୁ ବିମାନଟିକେଟ୍ ପାଇଁ ଆଗୁଆ ୧୪ହଜାରେ ଟଙ୍କା ଗୁଗୁଲପେ ଜରିଆରେ ଦେଇଥିଲେ ।ଏହାପରେ ସେ ଇଣ୍ଡିଗୋଫ୍ଲାଇଟ୍ ଯୋଗେ ଭୁବନେଶ୍ୱର ଆସି କ୍ଲବଲିଓରେ କାର୍ୟ୍ୟକ୍ରମ ପରିବେଷଣ କରିଥିଲେ । କାର୍ୟ୍ୟକ୍ରମପରେ ତାଙ୍କପାଇଁ ର୍ପଲଲିଫ୍, ନାମକ ଏକ ହୋଟେଲରେ ରୁମବୁକ୍ କରାଯାଇଥିବାରୁ ସେ ସେଠାରେ ରହିଥିଲେ । ସେଠାରେ ପହଞ୍ଚିବା ପରେ ଜାଣିବାକୁ ପାଇଥିଲେଯେ, ତାଙ୍କ ସାମ୍ବା ରୁମକୁ ଲିଓକ୍ଲବରମାଲିକ ରଘୁନାଥ ସାହୁଙ୍କ ପାଇଁ ବୁକ୍ କରାଯାଇଛି । କିଛିସମୟ ପରେ ସ୍ୱେତା ନାମକ ମହିଳା ଆସି ମାଲିକଙ୍କ ସହ ରାତ୍ରୀ ଭୋଜନ ଲାଗି ତାଙ୍କୁ ନିମନ୍ତ୍ରଣ କରିଥିଲେ । ଯେତେବେଳେ ସେ ରଘୁନାଥ ସାହୁଙ୍କର ରୁମକୁ ରାତ୍ରୀଭୋଜନ ପାଇଁ ଗଲେ, ସେଠାରେ ରଘୁନାଥ ସାହୁ ତାଙ୍କ ସହଯୋଗୀ ମାନଙ୍କ ସହିତ ସ୍ୱେତା, ଆନନ୍ଦ, ରୋହିତ, ମୁନା ଏବଂ ଅନ୍ୟ ଜଣେ ବ୍ୟକ୍ତି ମଦ୍ୟପାନ ତଥା ସିଗାରେଟ୍ ପିଉଥିବା ଦେଖିବାକୁ ପାଇଥିଲେ । ସେ ଏହା ଦେଖି ରୁମରୁ ଚାଲି ଆସିବା ଲାଗି ପ୍ରୟାସ କରିବା ବେଳେ ସ୍ୱେତା ତାଙ୍କୁ ଅଟକାଇଥିଲେ ଏବଂ ରଘୁନାଥସାହୁଙ୍କ ସହିତ ରାତ୍ରୀଯାପନ କରିବାଲାଗି ଚାପ ପକାଇଥିଲେ ଏବଂ ଏହାନକଲେ ସେତାଙ୍କୁ ହତ୍ୟାକରିବେ ବୋଲି ଧମକଦେଇଥିଲେ । ସେଠାରେ ଉପସ୍ଥିତ ଥିବା ରଘୁନାଥ ସାହୁ ତାଙ୍କ ସହିତ ଜୋରଜବରଦସ୍ତ ଅସଦାଚରଣ କରିଥିଲେ । ସେ ରୁମରୁ ବାହାରକୁ ଦୌଡ଼ି ପଳାଇବା ଲାଗି ଯେତେବେଳେ ଚେଷ୍ଟା କଲେ, ସ୍ୱେତା, ଆନନ୍ଦ, ରୋହିତ, ମୁନା ଏବଂ ଅନ୍ୟଜଣେ ତାଙ୍କରାସ୍ତା ଅବରୋଧକଲେ ଏବଂ ତାଙ୍କୁ ଜୀବନରେ ମାରିଦେବା ଉଦ୍ଦେଶ୍ୟରେ ତାଙ୍କ ବେକକୁ ଚାପି ଧରିଥିଲେ । ତାପରେ ସେ କୌଣସିମତେ, ସେମାନଙ୍କ କବଳରୁ ଖସି ପଳାଇଯାଇ ନିଜରୁମରେ ନିଜକୁ ବନ୍ଦ କରିଦେଇଥିଲେ । କିନ୍ତୁ, ପରେ ରଘୁନାଥ, ସ୍ୱେତା, ଆନନ୍ଦ, ରୋହିତ, ମୁନା ଏବଂ ଅନ୍ୟ ଜଣେ ତାଙ୍କ କବାଟ ବାଡେଇ ଫିଟେଇବା ଲାଗି ପ୍ରୟାସ କରିବା ସହ ତାଙ୍କୁ ଭୟଙ୍କର ପରିଣାମ ପାଇଁ ଧମକ ଦେଇଥିଲେ ।ବାଧ୍ୟହୋଇ ମିଜ ଜୀବନକୁ ବଂଚାଇ ବାକୁଯାଇ ହୀନା ସେଖ ତୁରନ୍ତ ୧୧୨କୁ ଯୋଗାଯୋଗ କରିବା ସହ ଏନେଇ ଥାନାରେ ଅଭିଯୋଗ କରିଥିଲେ । ଅଭିଯୋଗ ପରେ ପୁଲିସ ମାମଲାର ତଦନ୍ତ କରିବା ସହ ଏହି ୩ଜଣଙ୍କୁ ଶନିବାରଦିନ ଗିରଫ କରି ୨୫୬/୨୫କେଶନଂରେ ଏକ ମାମଲା ରୁଜୁକରି କୋର୍ଟଚାଳଣ କରିଥିଲା । ପୋଲିସ ତଦନ୍ତବେଳେ ରଘୁନାଥ ସାହୁ ଓରଫ ରାଜ ଜଣେ ଅଭ୍ୟାସଗତ ଅପରାଧୀ ହୋଇଥିବା ବେଳେ, ତାଙ୍କ ନାମରେ ପୂର୍ବରୁ ମଧ୍ୟ ବିଭିନ୍ନ ଥାନାରେ ୭ ଗୋଟି ମାମଲା ରହିଥିବାର ଜାଣିବାକୁ ପାଇଥିଲା ବୋଲି ନନ୍ଦନକାନନଥାନା ଆଇଆଇସି ସମିତା ମିଶ୍ର କହିଛନ୍ତି ।
Prev Post
Next Post
