ହାତୀ ନେଲା ୩ଜୀବନ,ରାସ୍ତାରେ ବସିଲେ ଗ୍ରାମବାସୀ

ଢେଙ୍କାନାଳ,୩୧।୭(ଏସଏସନିଉଜ) ହିନ୍ଦୋଳଥାନା ବାଘଧରିଆ ଗାଁରେ ହାତୀ ଆକ୍ରମଣରେ ୩ ଜଣଙ୍କର ମୃତ୍ୟୁ ଘଟିଛି। ମୃତକ ହେଲେ ଝୁଲଣା ଦେହୁରୀ (୫୫) ଏବଂ ତାଙ୍କ ଦେଢ଼ଶୂର କରୁଣାକର ଦେହୁରୀ (୬୦) ଏବଂ ଶଶି ସାହୁ।
ଗୁରୁବାର ସକାଳ‌େ ଝୁଲଣା ଦେହୁରୀ ଫୁଲ ତୋଳୁଥିବା ସମୟରେ ତାଙ୍କୁ ହାତୀ ଆକ୍ରମଣ କରିଥିଲା।ତାଙ୍କୁ ବନ୍ଚାଇବାକୁ ଯାଇ ଦେଢ଼ଶୂର କରୁଣାକରଙ୍କୁ ହାତୀ ଆକ୍ରମଣ କରିଥିଲା।ଫଳରେ ଉଭୟ
ଝୁଲଣା ଏବଂ କରୁଣାକରଙ୍କର ଘଟଣାସ୍ଥଳରେ ମୃତ୍ୟୁ ଘଟିଥିଲା।
ଏହାପରେ ଗାଁର ଶଶିସାହୁ ହାତୀ ସହ ମୁହାଁମୁହିଁ ହୋଇଥିଆବେଲେ ହାତୀ ଆକ୍ରମଣରେ ସେ ଗୁରୁତର ଆହତ ହୋଇ ଚିକିତ୍ସାଲାଗି ଅନୁଗୁଳ ହସ୍ପିଟାଲରେ ଭର୍ତ୍ତି ହୋଇଥିବା ବେଳେ ସେଠାରେ ଡାକ୍ତର ତାଙ୍କୁ ମୃତ‌େ ଘୋଷଣା କରିଥିଲେ।ଏହାପରେ ଉତ୍ୟକ୍ତ ଗ୍ରାମବାସୀ ମାନେ ଗାଁଠାରୁ ପ୍ରାୟ ୩ କିଲୋମିଟର ଦୂରରେ ଥିବା ପୁରୁଣା କଟକସମ୍ବଲପୁର ରାସ୍ତା ସାତ ମାଇଲ ଛକରେ ଲୋକେ ମୃତଦେହକୁ ରାସ୍ତାରେ ରଖି ରାସ୍ତା ରୋକ କରିଛନ୍ତି। ଉତ୍ୟକ୍ତ ଲୋକେ କ୍ଷତିପୂରଣ ଦାବି କରିବା ସହିତ ହାତୀ ଆକ୍ରମଣରୁ ଲୋକଙ୍କ ସୁରକ୍ଷା ପାଇଁ ସ୍ଥାନୀୟ ଅଞ୍ଚଳରେ ସୌର ବାଡ଼ ନିର୍ମାଣ ପାଇଁ ଦାବି କରି ରାସ୍ତାରୋକ କରିଛନ୍ତି।

- Advertisement -

Leave A Reply

Your email address will not be published.