କେନ୍ଦ୍ରାପଡ଼ା,୩୧।୭(ଏସଏସନିଉଜ) କୁମ୍ଭୀର ପ୍ରଜନନ ପାଇଁ ତିନି ମାସ ବନ୍ଦ ଥିବା ଭିତରକନିକା ଜାତୀୟଉଦ୍ୟାନ ଆସନ୍ତାକାଲି ଶୁକ୍ରବାରଠାରୁ ପର୍ଯ୍ୟଟକଙ୍କ ପାଇଁ ଖୋଲିବାକୁ ଯାଉଛି। କୁମ୍ଭୀର ପ୍ରଜନନରେ କୌଣସି ବାଧାରେ ଯେଭଳି ସୃଷ୍ଟି ନହେବ ସେଥିପାଇଁ ଭିତରକନିକା ଜାତୀୟ ଉଦ୍ୟାନ ମେ୧ ରୁ ଜୁଲାଇ ୩୧ ପର୍ଯ୍ୟନ୍ତ ବନ୍ଦ ରହିଥିଲା।
