ଦେଶୀମଦ ପ୍ୟାକିଙ୍ଗ

ମାଡ଼ିବସିଲା ଅବକାରୀ ବିଭାଗ

ମେଣ୍ଢାଶାଳ,୧୩।୮(ଏସଏସନିଉଜ)ବୁଧବାର ସକାଳେକେନ୍ଦ୍ରାଞ୍ଚଳ ଗୁଇନ୍ଦା ବିଭାଗର ଏକ ଦଳ ରାଜଧାନୀ ଉପକଣ୍ଠଦାରୁଠେଙ୍ଗ ନୂଆଗଡ଼ ସାହିରେ ଚଢାଉ କରିଥିଲେ।ଚଢାଉ ବେଳେ ବେଆଇନ ଭାବେ ପ୍ୟାକିଂ ହେଉଥିବା ଦେଶୀମଦ, ମେସିନ ଓ ଏକ ବାଇକକୁ ଜବତ କରିଥିଲେ।ଏହି ଘଟଣାରେ ଅବକାରୀ ବିଭାଗଶ୍ରୀଧର ସାସମଲ (୫୧) ନାମକ ବ୍ୟକ୍ତିଙ୍କୁ ଅବକାରୀ ଆଇନ ଅନୁଯାୟୀ ଗିରଫ କରିଥିବା ବେଳେ ତାର ସହଯୋଗୀ ସିଦ୍ଧାର୍ଥ ସାସମଲ ନାମକ ଅନ୍ୟ ଜଣେ ବ୍ୟକ୍ତି ଫେରାର୍ ହୋଇ ଯାଇଥିଲେ।ଅବକାରୀ ବିଭାଗ ଶ୍ରୀଧର ସାସମଲଙ୍କୁ ଆଜି କୋର୍ଟଚାଲଣ କରିଛି।ଜବତ ହୋଇଥିବା ୫୦୬ ଲିଟର ଦେଶୀମଦ ଓ ଗୋଟିଏ ସିଲିଂ ମେସିନ୍ ର ଆନୁମାନିକ ମୂଲ୍ୟ ପ୍ରାୟ ୨ଲକ୍ଷ ଟଙ୍କା ହେବ ବୋଲି ଜଣାପଡିଛି।(ପଦ୍ମଚରଣ ବଡ଼ଜେନା ଙ୍କରିପୋର୍ଟ)

- Advertisement -

Leave A Reply

Your email address will not be published.