ଭୁବନେଶ୍ୱର,୧୩।୮(ଏସଏସନିଉ ଜ)ନନ୍ଦନକାନନ ଛକସ୍ଥିତ ଜଗନ୍ନାଥ ମନ୍ଦିରର ହୁଣ୍ଡିଭାଙ୍ଗି ଚୋରି ଘଟଣାରେ ନନ୍ଦନକାନନଥାନା ପୁଲିସ ୩୦୧/୨୫କେସ ନମ୍ୱରରେ ଏକ ମାମଲା ରୁଜୁକରି ତଦନ୍ତ କରିବା ସହ ତିନିଜଣଙ୍କୁ ଗିରଫ କରି ବୁଧବାରଦିନ କୋର୍ଟଚାଲାଣ କରିଛନ୍ତି ।ସେମାନେ ହେଲେ ଜଗନ୍ନାଥମନ୍ଦିର ପଛପଟ ଟାଙ୍ଗୀବସ୍ତିରେ ରହୁଥିବା ତିଗିରିଆ ସମପଡାର ଅରୁଣ ବେହେରା (୨୪),ରଘୁନାଥପୂର୍ ମାରୁତି ରେଶିଡେନ୍ସିରେ ରହୁଥିବା ଗାଡକଣ ମଙ୍ଗଳାସାହିର ତ୍ରିଲୋଚନ ଭୋଇ(୨୬), ରଘୁନାଥପୁର ତିଅରସାହିର ସୂର୍ଯ୍ୟକାନ୍ତ ଦାସ(୨୪)।ପୋଲିସ ସେମାନଙ୍କ ଠାରୁ ନଗଦ ୬ହଜାରେ ଟଙ୍କା ଜବତ କରିଛି।
ପ୍ରକାଶଯେ, ପ୍ରକାଶ କୁମାର ପଣ୍ଡା ଜଗନ୍ନାଥ ମନ୍ଦିରର ପୂଜକଭାବେ କାର୍ଯ୍ୟ କରନ୍ତି ।ଗତ ୧୦ତାରିଖ ରାତିରେ ସେ ମନ୍ଦିରର ପୂଜାକାର୍ଯ୍ୟ ସାରି ମନ୍ଦିରପରିସର ମଧ୍ୟରେ ଥିବା ଘରେ ବିଶ୍ରାମ ନେବାଲାଗି ଚାଲିଯାଇଥିଲେ । ସେ ନିଦ୍ରାରେ ଶୋଇପଡ଼ିଥିବାବେଳେ ଅରୁଣ ବେହେରା, ତ୍ରିଲୋଚନ ଭୋଇ, ସୂର୍ଯ୍ୟକାନ୍ତ ଦାସ ତିନିଜଣ ପୂର୍ବ ଯୋଜନା ଅନୁଯାଇ ଅତି ସନ୍ତର୍ପଣରେ ମନ୍ଦିର ଭିତରେ ପ୍ରବେଶ କରିବା ସହ ଭିତରେ ଥିବା ଦାନବାକ୍ସର ତାଲାଭାଙ୍ଗି ପ୍ରାୟ ୭୦୦୦ଟଙ୍କା ଚୋରୀକରି ନେଇଯାଇଥିଲେ । ପରେ ସେମାନେ ଚୋରୀଟଙ୍କାକୁ ନିଜନିଜ ମଧ୍ୟରେ ସମାନଭାଗରେ ବାଣ୍ଟି ନେଇଥିଲେ ଏବଂ ବାଳକା ଟଙ୍କାକୁ ଖର୍ଚ୍ଚ କରିଦେଇଥିଲେ । ତାପରଦିନ ଭୋର ୩ଟା ସମୟରେ ମନ୍ଦିରର ଝାଡୁଦାର ଦାନବାକ୍ସରୁ ଟଙ୍କା ଚୋରୀ ହୋଇଥିବା ନେଇ ପୂଜକଙ୍କୁ ପ୍ରଥମେ ସୂଚନା ଦେଇଥିଲେ । ପରେ ପୂଜକ ଏନେଇ ନନ୍ଦନ କାନନଥାନାରେ ଅଭିଯୋଗ କରିଥିଲେ । ଅଭିଯୋଗ ପରେ ପୁଲିସ ତଦନ୍ତ ଆରମ୍ଭ କରିଥିଲା।
ଅନ୍ୟପଟେ ନନ୍ଦନକାନନ ବସଷ୍ଟାଣ୍ଡ ରେ ଥିବା ସୁରେଶ କୁମାର ରାଉତଙ୍କ ଶୌଚାଳୟରୁ ପାଣିମଟର ଓ ବାହୁଡା଼ ପାତ୍ରଙ୍କ ହୋଟେଲରୁ ଆସବାସପତ୍ର ସୋମବାର ରାତିରେ ଚୋରି ହୋଇଥିବାର ନନ୍ଦନକାନନ ଥାନାରେ ଅଭିଯୋଗ ହୋଇଥିଲା।ସୁରେଶ ସନ୍ଦେହରେ ଉକ୍ତ ଯୁବକମାନଙ୍କ ନାମ କହିବାରୁ ଚୋରି ଘଟଣାଉପରୁ ପରଦା ଉଠାଇବାରେପୋଲିସକୁ ସୁବିଧା ହୋଇଥିଲା।ମଙ୍ଗଳବାର ରାତିରେ ପୋଲିସ ଏହି ୩ଜଣ ଯୁବକଙ୍କୁ ଗିରଫ କରି ବୁଧ ବାର କୋର୍ଟଚାଲାଣ କରିଥିଲା। ଏମାନେ ଚୋରି ଘଟଣାରେ ସମୃକ୍ତି ଥିବାର ପୋଲିସ ଆଗରେ ସ୍ବୀକାର କରିଥିଲେ।ଅରୁଣ ବେହେରାଙ୍କ ନାମରେ ପୂର୍ବରୁ ନନ୍ଦନକାନନ ଥାନାରେ ଗୋଟିଏ ମାମଲା ,ସୂର୍ଯ୍ୟକାନ୍ତ ଦାସଙ୍କ ନାମରେ ୨ଟି ମାମଲା ରହିଥିବାର ପୋଲିସ ତଦନ୍ତ ବେଳେ ଜାଣିବାକୁ ପାଇଥିଲା।(ଜ୍ଞାନଜିତ ପ୍ରଧାନଙ୍କ ରିପୋର୍ଟ)
Prev Post
