ମେଣ୍ଢାଶାଳ,୧୫।୮(ଏସଏସନିଉଜ)୭୯ତମ ସ୍ବାଧିନତା ଦିବସ ମେଣ୍ଢାଶାଳ ଗ୍ରାମରେ ମହା ସମାରୋହର ସହ ପାଳିତ ହୋଇଯାଇଛି ।ସେବା ସମବାୟ ସମିତି ଠାରେ ଏକ ବର୍ଣ୍ଣାଢ଼୍ୟ ପତାକା ଉତୋଳନ ଅନୁଷ୍ଟିତ ହୋଇଯାଇଛି।ସଭାପତି ମହେନ୍ଦ୍ର କୁମାର ପ୍ରଧାନଙ୍କ ପୌରହିତ୍ୟରେ ଅନୁଷ୍ଟିତ ଏହି କାର୍ଯ୍ୟକ୍ରମରେ ସମସ୍ତ ବୋର୍ଡ ଅଫ ଡାଇରେକ୍ଟରଙ୍କ ସମେତ ବ୍ୟାଙ୍କର ବରିଷ୍ଟ ଅଧିକାରୀ ସନ୍ତୋଷ କୁମାର ମଙ୍ଗରାଜ,ଭାସ୍କର ଚନ୍ଦ୍ର ସୁବୁଦ୍ଧି,ହରିହର ସାମନ୍ତରାୟ ପ୍ରମୁଖ ଯୋଗଦେଇଥିଲେ।ସମ୍ପାଦକ ହିମାଂଶୁ ସାମନ୍ତ ରାୟ ଧନ୍ୟବାଦ୍ ଦେଇଥିଲେ।ସେହିପରି ମେଣ୍ଢାଶାଳ ଗୋଷ୍ଟି ସ୍ବାସ୍ଥ୍ୟ କେନ୍ଦ୍ରରେ ଡ. ମୋହନ ହେମ୍ରମ ,ରାଜସ୍ବ ନୀରିକ୍ଷକ କାର୍ଯ୍ୟଳୟରେ ଆର. ଆଇ ବୁଟୁ ସାହୁ,ଗ୍ରାମପଞ୍ଚାୟତ କାର୍ଯ୍ୟଳୟରେ ସରମ୍ପଚ କୌଶଲ୍ୟା ବଳିଆରସିଂହ,ଜମୁଝରି ମୁକ୍ତାକାଶ କାରାଶ୍ରମରେ ଅଧିକ୍ଷକ ସ୍ମିତା ମହାନ୍ତି ପତାକା ଉତୋଳନ କରିଥିବା ବେଳେ ଅନ୍ତେବାସୀ ମାନେ ଉପସ୍ଥିତ ଥିଲେ।ପରେ କାରାଶ୍ରମ ପକ୍ଷରୁ ମିଷ୍ଟାନ୍ନ ବଣ୍ଟନ କରାଯାଇଥିଲା।(ପଦ୍ମଚରଣ ବଡ଼ଜେନାଙ୍କ ରିପୋର୍ଟ)
