ଭୁବନେଶ୍ୱର,୧୮।୮(ଏସଏସନିଉଜ)ଅନଲାଇନ୍ ଗେମରୁ ଝୁଲି ପଡିଲେ ଛାତ୍ର I Oyo ରୁମ୍ ଭିତରେ ଫାର୍ମାସୀ ଛାତ୍ରଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର ହୋଇଛି।ତମାଣ୍ତୋଥାନା ଭଗବାନପୂର ଅଞ୍ଚଳରେ ଥିବା ଏକ oyo ହୋଟେଲରୁ ମିଳିଲା ଛାତ୍ରଙ୍କ ମୃତଦେହ।ଭିତରୁ କବାଟ ବନ୍ଦ ଥିବା ବେଳେ କବାଟଭାଙ୍ଗି ପୋଲିସ ଜବତକଲା ଝୁଲନ୍ତା ମୃତଦେହ।ମୃତ ଛାତ୍ର ପୁରୀ ଅସ୍ତରଙ୍ଗ ଅଞ୍ଚଳର ସିପୁନ୍ ବୋଲି ଜଣାପଡିଛି। ଘଟଣା ସ୍ଥଳରେ ପୋଲିସ ପହଂଚି ସାଇଣ୍ଟିଫିକ୍ ଟିମ୍ ସହାୟତାରେ ଆରମ୍ଭ କରିଛି ତଦନ୍ତ।ତେବେ ଅନଲାଇନ୍ ଗେମ୍ ଯୋଗୁ ସିପୁନ୍ ଆତ୍ମହତ୍ୟା କରିଥିବା ପରିବାର ଲୋକଙ୍କ ଅଭିଯୋଗ କରିଛନ୍ତି।
