ବାରଙ୍ଗ, ୫।୯(ଏସଏସନିଉଜ) ଗୋଡିସାହି ଫାଣ୍ଡି ଅଧିନସ୍ଥ ଷଣ୍ଢପୁର ମେଡିକାଲଛକ ନିକଟରେ ବେପରୁଆ ଗାଡି ଚଳାଇ ତିନି ଯୁବକ ଗାଡିରୁ ପଡି ଗୁରୁତର ଆହତ ହୋଇଛନ୍ତି।
ପ୍ରକାଶଯେ, ଶୁକ୍ରବାର ସକାଳ ୯ଟାରେ ନରାଜ ଅଂଚଳରୁ ତିନିଜଣ ଯୁବକ ସିଏଚଓ ୧୮ଜି ୫୦୪୬ ନମ୍ୱର ବୁଲେଟ ଯୋଗେ ଷଣ୍ଢପୁର ବଜାର ଆଡ଼କୁ ଦୃତଗତିରେ ଆସୁଥିଲେ।ବୁଲେଟଟିଶ୍ରୀଶ୍ରୀ ବିଶ୍ୱବିଦ୍ୟାଳୟ ସମ୍ମୁଖରେ ପହଞ୍ଚିଥିବା ବେଳେ ଭାରସାମ୍ୟ ହରାଇ ରାସ୍ତା କଡକୁ ବୁଲେଟଟିଓଲଟି ପଡିଥିଲା। ଘଟଣାସ୍ଥଳରେ ବୁଲେଟରୁ ଛିଟିକି ପଡି ତିନିଜଣ ଯୁବକ ଗୁରୁତର ଆହତ ହୋଇଥିଲେ। ସ୍ଥାନୀୟ ଲୋକମାନେ ଆହତ ଯୁବକଙ୍କୁ ଚିକିତ୍ସା ପାଇ ନିକଟସ୍ଥ ଡ଼ାକ୍ତରଖାନାକୁ ନେଇଥିଲେ।ଖବର ପାଇ ଗୋଡିସାହି ଫାଣ୍ଡି ଅଧିକାରୀ ସୈାମ୍ୟଶ୍ରୀ ଆଶୁତୋଷ ପାନିଘଟଣାସ୍ଥଳରେ ପହଞ୍ଚି ଦୃଘଟଣାଗ୍ରସ୍ତ ବୁଲେଟ ଗାଡ଼ିଟିକୁ ଜବତ କରି ତଦନ୍ତ ଆରମ୍ଭ କରିଛନ୍ତି।
Prev Post
Next Post
