ମେଣ୍ଢାଶାଳ,୭।୯(ଏସଏସନିଉଜ)ଚନ୍ଦକା ଥାନା ପୋଲିସ ଶନିବାର ଦିନ ସାଇବର ଠକେଇ ମାମଲାରେ ୫ଜଣଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଛି।ସେମାନେ ହେଲେମୈତ୍ରୀ ବିହାର ଥାନା ଅଧୀନସ୍ଥ ବିଡ଼ିଏ କଲୋନିରେ ରହୁଥିବା
ଭଗବାନ ସାହୁ (୨୧)ଗଙ୍ଗାପାଟଣାସଂଘର୍ଷ ବିହାରରେ ରହୁଥିବା ଚିରଞ୍ଜିବ ରାଉତ (୨୧), ଅମିତାରାଣୀ ରାଉତ (୫୦), ଆକାଂଖ୍ୟା ରାଉତ (୨୧)ଓ
ବିହାରର ସମୀର କୁମାର ଭୁବେ (୩୫)।
ପ୍ରକାଶ ଯେ,ଚନ୍ଦକାଥାନା ଅଧିନସ୍ଥଗଙ୍ଗାପାଟଣା ସଂଘର୍ଷ ବିହାରରେ ରହୁଥିବା ଅମିତାରାଣୀ ରାଉତ (୫୦) ନାମକ ମହିଳା ତାଙ୍କ ସମ୍ପର୍କୀୟ ସୁସାନ୍ତଙ୍କ ମାଧ୍ୟମରେ ବିହାର ମିରଗଞ୍ଜରସମୀର କୁମାର ଭୁବେ ନାମକ ଯୁବକଙ୍କ ସହ ପରିଚିତ ହୋଇଥିଲେ। ଏହାପରେ ସମୀର ଏଠାକୁ ଆସି ଅମିତାରାଣୀଙ୍କ ପରିବାର ସହିତ ପୁରୀ ଗସ୍ତ କରିଥିଲେ।ଏହାପରେ ଅମିତାରାଣୀଙ୍କ ପରିବାର ସହସମୀର ମିଶିଯାଇଥିଲେ।ଅମିତାରାଣୀଙ୍କ ଦ୍ଵାରା କରିବାକୁ ଥିବା ଏକ ସୌର ପ୍ରକଳ୍ପ ସ୍ଥାପନ କରିବାରେ ଆର୍ଥିକ ସାହାଯ୍ୟ କରିବେ ବୋଲି ସମୀର ପ୍ରତିଶ୍ରୁତି ଦେଇଥିଲେ। ତାପରେ ଅମିତାରାଣୀଙ୍କୁ ମାଧ୍ୟମରେ ଅନ୍ୟ ତିନିଜଣଙ୍କୁ ସାମିଲ କରି ବ୍ୟାଙ୍କ ରେ ଆକାଉଣ୍ଟ ଖୋଲି ନିଜ ପରିଚିତ ଏକ ଏନଯିଓ ସହ ଲିଙ୍କ କଲେ ଆକାଉଣ୍ଟକୁ ୧୦ଲକ୍ଷ ଟଙ୍କା ଆସିଲେ ଲକ୍ଷେ ଟଙ୍କା ଲାଭ ମିଳିବାର ପ୍ରଲୋଭନ ଦେଖାଇଥିଲେ।ଏହାପରେସମୀର କୁମାର ଭୁବେ ତାଙ୍କୁ ଆକ୍ସିସ୍ ବ୍ୟାଙ୍କ, ବ୍ୟାଙ୍କ ଅଫ୍ ବରୋଦା ଏବଂ ସୂର୍ଯ୍ୟୋଦୟ ବ୍ୟାଙ୍କକୁ ନେଇ ଉପରୋକ୍ତ ସମ୍ପୃକ୍ତ ବ୍ୟାଙ୍କଗୁଡ଼ିକରେ ୩ଟି ଆକାଉଣ୍ଟ ଖୋଲିଥିଲେ। ସେ ସମସ୍ତ ବ୍ୟାଙ୍କିଙ୍ଗ୍ ପ୍ରମାଣପତ୍ର ଯଥା ଚେକ୍ ବହି, ଏଟିଏମ୍, ଇଣ୍ଟରନେଟ୍ ବ୍ୟାଙ୍କିଙ୍ଗ୍ ଆଇଡି ଏବଂ ପାସୱାର୍ଡ ଏବଂ ଉପରୋକ୍ତ ଆକାଉଣ୍ଟଗୁଡ଼ିକ ସହିତ ଲିଙ୍କ୍ ହୋଇଥିବା ସିମ୍ କାର୍ଡକୁ ଆଣି ପାଖରେ ରଖିଥିଲେ।ଏହାପରେ କିଛି ଦିନ ସଂଘର୍ଷ ବିହାରରେ ରହି ବିହାରକୁ ପଳାଇଯାଇଥିଲେ। ଗତ ଦୁଇମାସ ତଳେ ବ୍ୟାଙ୍କ୍ ରେ ପ୍ରାୟ ୧୦କୋଟି ଟଙ୍କାର କାରବାର ଉକ୍ତ ଆକାଉଣ୍ଟ ରେ ହୋଇଥିବାର ଜାଣିବାକୁ ମିଳିଥିଲା।କିନ୍ତୁ ପୂର୍ବ ପ୍ରତିଶ୍ରୁତି ମୁତାବକ ପରସେଣ୍ଟଜ ଏମାନେ ପାଇନଥିଲେ।ତେଣୁ ଅମିତାରାଣୀ ଓ ତାର ସହଯୋଗୀମାନେ ମିଶି ଆଉ ଏକ ନୂଆ ଆକାଉଣ୍ଟ ଖୋଲିବାର ଲୋଭ ଦେଖାଇ ସମୀର କୁମାର ଭୁବେକୁ ଡାକିଥିଲେ।ସମୀର ଏମାନଙ୍କ ଚାଲ ଜାଣିନପାରି କ୍ୟାପିଟାଲ ଥାନା ଅଧୀନସ୍ଥ ଏକ ହୋଟେଲରେ ଆସି ରହିବା ସହ ସେଠାରେ ଭେଟିବାକୁ ଅମିତାରାଣୀ ଙ୍କୁ କହିଥିଲେ।ଏହାପରେ ଅମିତାରାଣୀ,ଭଗବାନ, ଚିରଞ୍ଜିବ ଓ ଆକାଂଖ୍ୟା ହୋଟେଲକୁ ଯାଇ ସମୀରକୁ ବନ୍ଦୀ କରି ରଖି ୨୫ଲକ୍ଷ ଟଙ୍କା ନଦେଲେ ଛାଡ଼ିବେ ନାହିଁ ବୋଲି ଦାବି କରିଥିଲେ।ଏହାପରେ ସମୀର ଥିବା ହୋଟେଲଠାରୁ ଖବର ପାଇ କ୍ୟାପିଟାଲ ଥାନା ପୋଲିସ ଗୃହବନ୍ଦୀରେ ଥିବା ୪ଜଣଙ୍କପାଖରୁ ସମୀରକୁ ଉଧାର କରି ୫ଜଣଙ୍କୁ ଚନ୍ଦକା ଥାନାକୁ ହସ୍ତାନ୍ତର କରିଥିଲେ। ଚନ୍ଦକା ଥାନା ଆଇଆଇସି ସମିତା ମିଶ୍ର ୩୫୫/୨୫ କେସ ନମ୍ୱରରେ ଏକ ମକଦ୍ଦମା ରୁଜୁ କରି ତଦନ୍ତ କରିବା ବେଳେ ଟଙ୍କା ଲୋଭରେ ଏହି ସାଇବର ଠକେଇ ଘଟଣାରେ ସମସ୍ତଙ୍କ ଭୂମିକା ଥିବାର ପ୍ରମାଣ ପାଇଥିଲେ।ଏହି ଘଟଣାରେ ଆହୁରି ଆକାଉଣ୍ଟମାନ ହୋଇଥିବାର ପୋଲିସ ଅନୁମାନ କରିବା ସହ ଅଧିକ ତଦନ୍ତ ପାଇଁ ସାଇବର ଥାନାର ସହାୟତା ଲୋଡ଼ିଛି। ତେବେ ପୋଲିସ ତଦନ୍ତ ବେଳେ ଅନ ଲାଇନ୍ ଗେମିଂରେ ଉକ୍ତ ଟଙ୍କା ବିନିଯୋଗ ହୋଇଥିବାର ସମୀର କୁମାର ଭୁବେ ପୋଲିସ ଆଗରେ କହିଛି ବୋଲି ଆଇଆଇସି ମିଶ୍ର କହିଛନ୍ତି।ପୋଲିସ ରବିବାର ଦିନ ୫ଜଣଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଛି(ପଦ୍ମଚରଣ ବଡ଼ଜେନାଙ୍କ ରିପୋର୍ଟ )।
Next Post
