ଭୁବନେଶ୍ୱର,୨୦।୯(ଏସଏସନିଉଜ)ଦୁଇଜଣ ଯୁବତୀଙ୍କ ଅଜାଣତରେ ଭିଡିଓ କରି ପ୍ରାଙ୍କ୍ ଭିଡିଓ ଓ ରିଲ୍ସ କରିବା ତିନି ଜଣ ଯୁବକକୁ ମହଙ୍ଗା ପଡ଼ିଛି । ଏଭଳି ଘଟଣା ନନ୍ଦନକାନନରେ ଶନିବାର ଦିହିପହର ସମୟରେ ଦେଖିବାକୁ ମିଳିଛି ।
ପ୍ରକାଶ ଯେ , ଶନିବାର ଦିନ ନନ୍ଦନକାନନ ପ୍ରାଣୀ ଉଦ୍ୟାନର ପ୍ରବେଶ ପଥରେ ପର୍ଯ୍ୟଟକମାନଙ୍କ ଗହଳି ଲାଗିରହିଥିଲା । ଏହି ସମୟରେ ତିନିଜଣ ମଦ୍ୟପ ଯୁବକବାରଙ୍ଗ-ଭୁବନେଶ୍ୱର ମୁଖ୍ୟରାସ୍ତାରୁ ନନ୍ଦନକାନନକୁ ସଂଯୋଗ ହୋଇଥିବା ପ୍ରବେଶପଥ ଆଗରେ ବୁଲାବୁଲି କରୁଥିବା ଦୁଇଜଣ ଯୁବତୀଙ୍କ ଅଜାଣତରେ ଭିଡିଓ ଉତ୍ତଳଣ କରିଥିଲା ଏବଂ ଏହି ଭିଡିଓକୁ ପ୍ରାଙ୍କ ଭିଡିଓ କରିବା ସହିତ ରିଲ୍ସ କରୁଥିଲେ । ସେହି ସମୟର ନିୟୋଜିତ ଥିବା ନନ୍ଦନକାନନର ସୁରକ୍ଷା କର୍ମଚାରୀ ରତିକାନ୍ତ ଭୋଇ ଓ ଗତିକୃଷ୍ଣ ସାହୁ ଯୁବକଙ୍କ ଏଭଳି ଘଟଣା ଦେଖି ଯୁବକମାନଙ୍କୁ କାବୁ କରିଥିଲେ।ଯୁବତୀ ଦୁଇଜଣ ଯୁବକମାନଙ୍କୁ ଚିହ୍ନି ନଥିବାର କହିବାପରେ ସୁରକ୍ଷା କର୍ମୀ ମୋବାଇଲରେ କରିଥିବା ଭିଡ଼ିଓ ଡିଲେଟ୍ କରିଥିଲେ।ଏହାପରେ ଖବରପାଇନନ୍ଦନକାନନ ଥାନା ପୋଲିସ ଘଟଣାସ୍ଥଳରେ ରିଲ୍ସ କରିଥିବା ତିନି ଜଣ ଯୁବକକୁ କାବୁ କରି ଥାନାରେ ଅଟକ ରଖିବା ସହିତ ସେମାନଙ୍କ ଠାରୁ ୫ଟି ମୋବାଇଲ ଜବତ କରିଥିବା ଜଣାପଡିଛି।(ଶଶିକାନ୍ତ ନାୟକଙ୍କ ରିପୋର୍ଟ)
Prev Post
Next Post
