ରାସ୍ତାକଡ଼ରୁ ମୃତଦେହ ଉଦ୍ଧାର

ଅପହରଣ ପରେ ହତ୍ୟା ସନ୍ଦେହ

ଭୁବନେଶ୍ୱର,୨୦।୯(ଏସଏସନିଉଜ) ଶନିବାର ସକାଳୁ ଦାରୁଠେଙ୍ଗ ଗ୍ରାମପାଖ ଜୁଝଗଡ଼ଡ୍ରେନ୍ ନିକଟରୁ ଜଣେ ଯୁବକର ମୃତଦେହ ଉଦ୍ଧାର କରିଛି ବରଗଡଥାନା ପୁଲିସ।ମୃତ ଯୁବକର ପରିଚୟ ପୋଲିସ ପାଇସାରିଥିବା ବେଳେ ଏହା ଏକ ହତ୍ୟାକାଣ୍ଡ ବୋଲି ଅନୁମାନ କରିଛି।ତେବେ ହତ୍ୟାକାଣ୍ଡର ପକୃତ କାରଣ ଜାଣିବାପାଇଁ ପୋଲିସ ତଦନ୍ତକୁ ଆଗକୁ ବଢ଼ାଇଛି।ପୋଲିସ ଏକ ହତ୍ୟା ମାମଲା ରୁଜୁକରିଛି।ମୃତଦେହ ପାଖରେ ଥୁଆ ହୋଇଥିବା ମନିପର୍ସ, ଛତା, ମଦବୋତଲ ଓ ଏକ କାରକୁ ଜବତ କରି ମୃତଦେହକୁ ବ୍ୟବଚ୍ଛେଦ ପାଇଁ ପଠାଇଛି।
ପ୍ରକାଶଯେ,ଶିଶୁପାଳଗଡରେ ରହୁଥିବା ଭାଣପୁର ଓରାଙ୍ଗ ଅଞ୍ଚଳର ବିଦ୍ୟାଧର ଦେଉରୀ ନାମକ ଯୁବକ ୪ମାସ ତଳେ ନରସିଂହପୁର ବଡମ୍ବାରେ ବିବାହ କରିଥିଲେ। ସେ ପ୍ରତିଦିନ ଜଣେ ମହିଳାଙ୍କୁ ନେଇ ଛାଡ଼ିବା ପରେ ଓଲା କମ୍ପାନିର ଡ୍ରାଇଭର ଭାବେ କାମ କରନ୍ତି।ଚନ୍ଦକା – ବାରଙ୍ଗ ରାସ୍ତାର ଯୁଝଗଡ ପାଖରେ ବିଦ୍ୟାଧର ଚଳାଉଥିବାକାରଟି ଥୁଆ ହୋଇଥିବାର ଦେଖି ତାଙ୍କ ସାଙ୍ଗ ଶନିବାର ସକାଳେ କଟକ ଯିବାବେଳେ ଅଟକି ଯାଇଥିଲେ।କାରଠାରୁ ଅଳ୍ପଦୂରରେ ବିଦ୍ୟାଧରଙ୍କ ମୃତଦେହ ପଡ଼ିଥିବା ଦେଖି ଶିଶୁପାଳରେ ରହୁଥିବା ମୃତକଙ୍କ ପରିବାର ସହ ପୋଲିସକୁ ଖବର ଦେଇଥିଲେ। ଖବରପାଇ ଚନ୍ଦକାଥାନା ଆଇଆଇସି ସମିତା ମିଶ୍ର ସଦଳେବଳେ ସାଇଣ୍ଟିଫିକ୍ ଟିମ ଧରି ଘଟଣାସ୍ଥଳରେ ପହଞ୍ଚିଥିଲେ।ପୋଲିସ ପ୍ରାଥମିକ ତଦନ୍ତ ବେଳେ ମୃତଦେହଠାରୁ କିଛି ଦୂରରେ ଓଡ଼ି ଓ ୨ସିସି୪୨୩୭ ନମ୍ୱର କାରଟି ଥୁଆ ହୋଇଥିବା ବେଳେ ମୃତଦେହ ପାଖରେ ପଡିଥିବା ମନିପର୍ସ, ଛତା ଓ ମଦ ବୋତଲକୁ ପୁଲିସ ଜବତ କରିଥିଲା।ଏହାସହ ମୃତ ବିଦ୍ୟାଧରବେକରେ ଏକ ଗାମୁଛା ଭିଡା ହୋଇଥିବାରୁ ବିଦ୍ୟାଧରକୁ ଅପହରଣ କରାଯାଇ ସୁଚିନ୍ତିତ ଭାବେ ହତ୍ୟାକରି ଏଠାକୁ ଆଣି ରାସ୍ତା କଡ଼ରେ ଫିଙ୍ଗିଦେଇଥିବାରପୁଲିସ ଅନୁମାନ କରିଥିଲା।
ହତ୍ୟାକାଣ୍ତ ପଛର ପକୃତ କାରଣ ଓ ଉଦ୍ଦେଶ୍ୟ ଜାଣିବା ପାଇଁ ପୁଲିସ ସାଇଣ୍ଟିଫିକ୍ ଟିମର ସହାୟତାରେଘଟଣାସ୍ଥଳରୁ ସମସ୍ତ ନମୂନା ସଂଗ୍ରହ କରିଥିଲା।ତେବେ ଗତ ୧୫ ତାରିଖରେ ବିଦ୍ୟାଧରକୁ କେହି ଅପହରଣ କରି କୋଟିଏଟଙ୍କା ଦାବି କରୁଥିବା ନେଇ ତାଙ୍କ ପରିବାର ପକ୍ଷରୁ ବରଗଡ଼ ଥାନାରେ ଅଭିଯୋଗ ହୋଇଥିଲା ବୋଲିଅଧିକ ତଦନ୍ତ ସମୟରେ ପୁଲିସ ଜାଣିବାକୁ ପାଇଥିଲା।ଚନ୍ଦକା ପୋଲିସଠାରୁ ଖବର ପାଇ ବରଗଡ଼ ଥାନା ପୋଲିସ ଘଟଣାସ୍ଥଳରେ ପହଞ୍ଚିବା ସହ ମୃତଦେହକୁ ଜବତ କରି ତଦନ୍ତ ଆରମ୍ଭ କରି ହତ୍ୟାକାଣ୍ଡରେ ସଂପୃକ୍ତ ଆସାମୀଙ୍କୁ ଚିହ୍ନଟ କରି ଧରିବା ପାଇଁ ଉଦ୍ୟମ ଆରମ୍ଭ କରିଛି।

- Advertisement -

Leave A Reply

Your email address will not be published.